Encounter: ଜଙ୍ଗଲ ଭିତରେ ଏନକାଉଣ୍ଟର: ଡାକ୍ତରଖାନାରେ ଭର୍ତ୍ତି ହେଲା କୁଖ୍ୟାତ ଅପରାଧୀ

Oct 19, 2026 - 07:45
Encounter: ଜଙ୍ଗଲ ଭିତରେ ଏନକାଉଣ୍ଟର: ଡାକ୍ତରଖାନାରେ ଭର୍ତ୍ତି ହେଲା କୁଖ୍ୟାତ ଅପରାଧୀ

"ବ୍ରଜରାଜନଗର (ଉପେନ ସାହୁ):  ଝାରସୁଗୁଡ଼ାରେ ପୁଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀ ମୁହାଁମୁହିଁ ହୋଇଛନ୍ତି।

ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲରେ ପୁଲିସର ଏନକାଉଣ୍ଟର ହୋଇଛି।

ପୁଲିସର ପାଲଟା ଗୁଳିଚାଳନାରେ ଗୁରୁତର ହୋଇଛି କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦ।

୧୭ଟି ସଙ୍ଗୀନ ମାମଲାରେ ଫେରାର ଥିବା ଏହି ୱାରେଣ୍ଟି ଅପରାଧୀକୁ କାବୁ କରିଛି ପୁଲିସ।Advertisment ପୁଲିସ କହିଛି ଯେ, ଆମଦରହ ଜଙ୍ଗଲରେ ହନୁମାନ ନଗର ଅଞ୍ଚଳର କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦ ଲୁଚି ରହିଥିବା ନେଇ ପୁଲିସକୁ ମିଳିଥିଲା ସୂଚନା।

ଖବର ପାଇ ଓରିଏଣ୍ଟ ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ ଆରମ୍ଭ କରିଥିଲା।

ଗୁଳି ଚଳାଇଲା ଅପରାଧୀ, ଜବାବ ଦେଲା ପୁଲିସନିଜକୁ ଘେରି ହୋଇଥିବା ଦେଖି ଧରାପଡ଼ିବା ଭୟରେ ପୁଲିସ ଉପରକୁ ଅତର୍କିତ ଗୁଳି ଚଳାଇଥିଲା ବଣ୍ଟି।

ପୁଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯିବା ସହ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଥିଲେ।

ଏଥିରେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ଟଳି ପଡ଼ିଥିଲା।

ତୁରନ୍ତ ତାକୁ କାବୁ କରି ଚିକିତ୍ସା ପାଇଁ ଖଳିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୁଲିସ।

ଓରିଏଣ୍ଟ ଥାନା କେସ୍ ନମ୍ବର ୨୪୯/୨୦୨୬ ଅଧୀନରେ ବଣ୍ଟିକୁ ଧରିବାକୁ ଖୋଜୁଥିଲା ପୁଲିସ।

ତା" ନାଁରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଓ ବେଆଇନ ବନ୍ଧୁକ କାରବାର ଭଳି ରହିଛି ପାଖାପାଖି ୧୭ଟି ସଙ୍ଗୀନ ମାମଲା।

କ"ଣ କହିଲେ ଏସ୍‌ପିଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର କହିଛନ୍ତି, ଜିଲ୍ଲାରେ ଆଇନଶୃଙ୍ଖଳା ବଜାୟ ରଖିବା ଓ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆମର ମୁଖ୍ୟ ପ୍ରାଥମିକତା।

ଅପରାଧୀ ବଣ୍ଟି ପ୍ରସାଦ ପୁଲିସ ଟିମ୍ ଉପରକୁ ସିଧାସଳଖ ଗୁଳି ଚଳାଇ ଫେରାର ହେବାକୁ ଚେଷ୍ଟା କରୁଥିଲା।

ଆତ୍ମରକ୍ଷା ଉଦ୍ଦେଶ୍ୟରେ ପୁଲିସ ବାଧ୍ୟ ହୋଇ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଛି।

ଝାରସୁଗୁଡ଼ାରେ ସଙ୍ଗଠିତ ଅପରାଧ ଏବଂ ବେଆଇନ ମାରଣାସ୍ତ୍ର କାରବାର ବିରୋଧରେ ଆମର ଜିରୋ ଟଲରାନ୍ସ ନୀତି ରହିଛି।

ଆଇନକୁ ହାତକୁ ନେଉଥିବା ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ।

Security forces: ସରଣ୍ଡାରେ ସୁରକ୍ଷାବଳ-ମାଓବାଦୀ ଗୁଳି ବିନିମୟ ପାଟ୍ରୋଲିଂ କଡ଼ାକଡ଼ିତେବେ କେବଳ ବଣ୍ଟି ନୁହେଁ, ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ସହଯୋଗୀ ଓ ଅସ୍ତ୍ର ଯୋଗାଣକାରୀଙ୍କ ଉପରେ ମଧ୍ୟ ପୁଲିସ କଡ଼ା ନଜର ରଖିଛି ଏବଂ ସମଗ୍ର ନେଟୱାର୍କର ଚେର ଖୋଜାଯିବ ବୋଲି ଏସପି ସ୍ପଷ୍ଟ କରିଛନ୍ତି।

ଏହି ଏନକାଉଣ୍ଟର ପରେ ସମଗ୍ର ବ୍ରଜରାଜନଗର ତଥା ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ଓ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)