13 JUNE 2026

Welcome!

Unlock your personalized experience.
Sign Up

Elon Musk: ଏଲନ୍ ମସ୍କ ହେବେ ବିଶ୍ୱର ପ୍ରଥମ ଟ୍ରିଲିୟନିୟର, ‘ସ୍ପେସ ଏକ୍ସ’ର ଆଇପିଓ ପୂରଣ କରିବ ସ୍ୱପ୍ନ

Jun 10, 2026 - 19:10
Elon Musk: ଏଲନ୍ ମସ୍କ ହେବେ ବିଶ୍ୱର ପ୍ରଥମ ଟ୍ରିଲିୟନିୟର, ‘ସ୍ପେସ ଏକ୍ସ’ର ଆଇପିଓ  ପୂରଣ କରିବ ସ୍ୱପ୍ନ

ନୂଆଦିଲ୍ଲୀ,୧୦।୬: ଏଲନ୍ ମସ୍କ ପୂର୍ବରୁ ହିଁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। ଏବେ ‘ସ୍ପେସ୍ଏକ୍ସ’ର ଆସିବାକୁ ଥିବା ଆଇପିଓ ତାଙ୍କୁ ଏଭଳି ଏକ ସ୍ତରରେ ପହଁଞ୍ଚାଇ ପାରିବ, ଯାହାକୁ ଆଜି ପର୍ଯ୍ୟନ୍ତ କେହି ହାସଲ କରିପାରି ନାହାନ୍ତି। ଅର୍ଥାତ ୧ ଟ୍ରିଲିୟନ୍ ଡଲାର ନେଟଓ୍ବର୍ଥ। ‘ସ୍ପେସ୍ଏକ୍ସ’ ଯାହାକୁ ଅଫିସିଆଲି ‘ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି କ୍ରପ୍’ ନାମରେ ଜଣାଯାଏ, ଯାହାକି ଇତିହାସର ସବୁଠାରୁ ବଡ଼ ଆଇପିଓ ଜରିଆରେ ୭୫ ବିଲିୟନ ଡଲାର ଏକାଠି କରିପାରିଛି। କମ୍ପାନୀର ଅଫର ପ୍ରାଇସ୍ ୧୩୫ ଡଲାର ପ୍ରତି ସେୟାର ଧାର୍ଯ୍ୟ କରାଯାଇଛି। ଯାହାଫଳରେ ରକେଟ୍ ଓ ସାଟେଲାଇଟ୍ ତିଆରି କରୁଥିବା କମ୍ପାନୀ ଭାଲ୍ୟୁଏସନ୍ ପ୍ରାୟ ୧.୭୭ ଟ୍ରିଲିୟନ୍ ଡଲାର ହୋଇଯିବ। ଆଶା କରାଯାଉଛି ଆଇପିଓର ଦାମ୍ ୧୧ ଜୁନରେ ଧାର୍ଯ୍ୟ କରାଯିବ ଏବଂ ଗୋଟିଏ ଦିନ ପରେ ନାସଡାକ୍‌ରେ (ଆମେରିକାର ବିଶ୍ୱସ୍ତରୀୟ ଷ୍ଟକ୍ ଏକ୍ସଚେଞ୍ଜ)ରେ କାରବାର ଆରମ୍ଭ ହେବ ବୋଲି ଆଶା କରାଯାଉଛି।

କ’ଣ ଏହି IPO ମସ୍କଙ୍କୁ ଟ୍ରିଲିୟନିୟର କରିବ?

ହିସାବ-କିତାବ କରିବା ଏବଂ ଲିଷ୍ଟିଂର କିଛି ସମୟ ପରେ ସେ ଏହି ସ୍ତରକୁ ପାର କରିପାରନ୍ତି। ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ, ମସ୍କଙ୍କ ବର୍ତ୍ତମାନର ନେଟଓ୍ବର୍ଥ ପ୍ରାୟ ୭୧୬ ବିଲିୟନ ଡଲାର ବୋଲି ଜଣାପଡିଛି। ଯେଉଁଥିରେ ‘ସ୍ପେସ୍ ଏକ୍ସ’ ରେ ତାଙ୍କର ସେୟାରର ମୂଲ୍ୟ ପ୍ରାୟ ପ୍ରାୟ ୫୪୨ ବିଲିୟନ ଡଲାର ରହିଛି। ସ୍ପେସ୍ ଏକ୍ସର ଆଇପିଓ ଦସ୍ତାବିଜରୁ ଜଣାପଡିଛି ଯେ, ମସ୍କଙ୍କ ଏହି ଅଫରିଂରେ କୌଣସି ସେୟାର ନାହିଁ ଓ ଲିଷ୍ଟିଂ ପରେ ବି କମ୍ପାନୀର ତା ଉପରେ କନଟ୍ରୋଲ ରହିବ। ରେଗୁଲେଟରୀ ଫାଇଲିଂରୁ ସଙ୍କେତ ମିଳୁଛି ଯେ, ଏହି ସେୟାର ଏକ ଖାସ୍ କ୍ଲାସ ଜରିଆରେ ପ୍ରାୟ ୮୨.୪% ଭୋଟିଂ ପାଓ୍ବାର ନିଜ ପାଖରେ ରଖିବ। ୧.୭୭ ଟ୍ରିଲିୟନ ଡଲାରର ପ୍ରସ୍ତାବିତ ଆଇପିଓ ଭାଲ୍ୟୁଏସନ୍ ଉପରେ ‘ସ୍ପେସ୍ ଏକ୍ସ’ର ସେୟାର ଭାଲ୍ୟୁ ଦ୍ରୁତ ଗତିରେ ବଢିବ।

କ’ଣ ରହିଛି ଗଣିତ ?

ଦୁନିଆର ପ୍ରଥମ ଟ୍ରିଲେନିୟର ହେବା ନେଇ ମସ୍କଙ୍କ ରାସ୍ତା କିଛି ଦୂର ପର୍ଯ୍ୟନ୍ତ ସ୍ପେସ୍ ଏକ୍ସ ଲିଷ୍ଟିଂର ସଫଳତା ଉପରେ ନିର୍ଭର କରିଥାଏ। ସିଏନ୍ଏନ୍‌ର ରିପୋର୍ଟ ଅନୁସାରେ, ମସ୍କଙ୍କ ପାଖରେ ପୂର୍ବ ତୁଳନାରେ ପ୍ରାୟ ୨୭୩ ବିଲିୟନ ଡଲାର ଭ୍ୟାଲୁର ଟେସଲା ଷ୍ଟକ୍ ଏବଂ ବିକଳ୍ପ ରଖିଛନ୍ତି। ଯଦି ସ୍ପେସ ଏକ୍ସ ନିଜର ଟାର୍ଗେଟେଡ୍ ୧.୭୭ ଟ୍ରିଲିୟନ ଡଲାର ଭାଲ୍ୟୁଏସନ୍ ଉପରେ ଲିଷ୍ଟ ହୁଏ, ତେବେ କମ୍ପାନୀରେ ତାଙ୍କର ଅଂଶଧନ ପ୍ରାୟ ୮୪୧ ବିଲିୟନ ଡଲାର ହୋଇପାରେ, କାରଣ ସେ ବ୍ୟବସାୟର ପ୍ରାୟ ଅଧା ଅଂଶ ତାଙ୍କ ପାଖରେ ରହିଛି। ମୋଟ ଉପରେ, ଟେସଲା ଏବଂ ସ୍ପେସଏକ୍ସରେ ମସ୍କଙ୍କ ହୋଲ୍ଡିଂ ଭାଲ୍ୟୁ ପ୍ରାୟ ୧.୧୧ ଟ୍ରିଲିୟନ ଡଲାର ହେବ, ଯାହା ଫଳରେ ସେ ନେଟଓ୍ବର୍ଥରେ ଟ୍ରିଲିୟନ ଡଲାର ପାର କରୁଥିବା ଇତିହାସର ପ୍ରଥମ ବ୍ୟକ୍ତି ହୋଇପାରନ୍ତି।

ସ୍ପେସ୍ଏକ୍ସ ୫୫୫.୬ ମିଲିୟନ ସେୟାର ବିକ୍ରି କରିବାର ଯୋଜନା କରୁଛି, ଯାହାଫଳରେ ପ୍ରାୟ ୭୫ ବିଲିୟନ ଡଲାର ଆୟ ହେବ। ଏହି ଟଙ୍କା ୨୦୧୯ ରେ ସାଉଦି ଆରାମକେର ରେକର୍ଡ ଭାଙ୍ଗୁଥିବା ଆଇପିଓରୁ ଆଦାୟ କରାଯାଇଥିବା ଟଙ୍କାର ପ୍ରାୟ ତିନି ଗୁଣା ଅଧିକ। ଖବର ଅନୁସାରେ, ନିବେଶକଙ୍କ ଦାବି ପ୍ରାୟ ୧୫୦ ବିଲିୟନ ଡଲାର ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଯେଉଁଥିରୁ ଜଣାପଡୁଛି ଏହି ଇସ୍ୟୁ ପୂର୍ବରୁ ହିଁ ପ୍ରାୟ ଦୁଇଗୁଣା ଓଭର ସବସ୍କ୍ରାଇବ୍ ହୋଇସାରିଛି।

୩୦% ରିଟେଲ ବ୍ୟବସାୟୀଙ୍କ ପାଇଁ ...

ଅଧିକାଂଶ ବଡ ପବ୍ଲିକ୍ ଅଫରିଂ ବଦଳରେ ଏହି ଇସ୍ୟୁ ପୁରାପୁରି ପ୍ରାଇମେରୀ ସେଲ୍ ଭାବରେ ତିଆରି କରାଯାଇଛି। ଏହାର ଅର୍ଥ ଏଥିରେ ହେବାକୁ ଥିବା ସବୁ ଆୟ ବର୍ତ୍ତମାନର ସେୟାରଧାରୀଙ୍କ ବଦଳରେ ସ୍ପେସ୍ ଏକ୍ସକୁ ମିଳିବ। କମ୍ପାନୀ ଏହି ଅଫରିଂର ୩୦% ଅଂଶ ରିଟେଲ୍ ନିବେଶକଙ୍କ ପାଇଁ ମଧ୍ୟ ରଖିଛି, ଯାହାକି ଏତେ ବଡ଼ ଆଇପିଓ ପାଇଁ ବହୁତ ବଡ ଅଂଶ। କମ୍ପାନୀ କ୍ଷତିରେ ଥିବା ପରେ ବି ଏହାର ଲିଷ୍ଟିଂକୁ ନେଇ ଖୁବ୍ ଉତ୍ସାହିତ ରହିଛି। ସ୍ପେସ୍ ଏକ୍ସ ୨୦୨୫ ରେ ୧୮.୬୭ ବିଲିୟନ ଡଲାରର ରେଭିନ୍ୟୁ ରେକର୍ଡ କରିଛି। ଯାହାକି ବର୍ଷକ ତୁଳନାରେ ୩୩% ଅଧିକ ଥିଲା, କିନ୍ତୁ କମ୍ପାନୀକୁ ୪.୯୪ ବିଲିୟନ ଡଲାର ନେଟ୍ ଲସ୍ ବି ହୋଇଥିଲା। ଏହା ବଦଳରେ ନିବେଶକ କମର୍ସିଆଲ ସ୍ପେସ୍ ଲଞ୍ଚରେ କମ୍ପାନୀର ମଜବୁତ ସ୍ଥିତି, ଦୃତ ଗତିରେ ବଢୁଥିବା ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ବିଜନେସ୍, ବଢୁଥିବା ଡିଫେନ୍ସ କନଟ୍ରାକ୍ଟ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇନଫ୍ରାଷ୍ଟ୍ରକଚରେ ଆଗେଇବାର ଚେଷ୍ଟା କରୁଛି।

ଆହୁରି ପଢନ୍ତୁ : UAE Iran Deal: କତାର୍ ପରେ ଇରାନ ସହ UAEର ଗୁପ୍ତ ଡିଲ୍; ତେହେରାନକୁ ଗଲା ୩ ବିଲିୟନ ଡଲାର, ଏଣିକି ଦୁବାଇ-ଆବୁଧାବି ଉପରେ ହେବନି ଆକ୍ରମଣ !

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।