Elephant Attack: ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ଦଳିଦେଲା ହାତୀ
"ଗଁଦିଆ: ଗତକାଲି ରାତ୍ରିରେ ନିଜର ଘରେ ଶୋଇଥିବା ସମୟରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି।
ଘଟଣାରୁ ଜଣାଯାଏ କପିଳାସ ରେଞ୍ଜ ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଂଚାୟତ ଅଧୀନ ରାମେଇଖମାର ଗ୍ରାମର ଅଖିଳ ଭୋଇଙ୍କର ପୁଅ ପ୍ରମୋଦ ଭୋଇ(୪୩) ନିଜର ଚାଳ ଘରେ ଶୋଇଥିବା ସମୟରେ ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଏକ ବଡ଼ ଦାନ୍ତ ହାତୀ ଗତକାଲି ରାତ୍ରି ପ୍ରାୟ ସାଢ଼େ ଗୋଟାଏ ସମୟରେ ମୃତକ ପ୍ରମୋଦ ଭୋଇ ଶୋଇଥିବା ଘରର ମାଟି କାନ୍ଥ ଭାଙ୍ଗି ଘରେ ଥିବା ଧାନ ଚାଉଳ ଖାଇଥିଲା।
କଣ ଶବ୍ଦ ହେବାରୁ ପ୍ରମୋଦର ନିଦ ଭାଙ୍ଗି ଯାଇଥିଲା।
ପାଖରେ ଥିବା ପ୍ରମୋଦଙ୍କୁ ଦଳିଦେଇଥିଲା।Advertisment ଗ୍ରାମରେ ଶୋକାକୁଳ ପରିବେଶ ଅନ୍ୟ ଘରେ ଶୋଇଥିବା ପତ୍ନୀ ଓ ପିଲା ପାଖ ପଡ଼ୋଶୀଙ୍କ ଘରକୁ ଜୀବନ ବିକଳରେ ପଳାଇ ଥିଲେ।
ସେଦୁହେଁ ଛାତ ଉପରେ ଚଢି ପାଟି କରିବାରୁ ଗ୍ରାମବାସୀମାନେ ଆସି ତୁରନ୍ତ କପିଳାସ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ।
ଖବର ପାଇ ବନ ବିଭାଗ କପିଳାସ ରେଞ୍ଜ ଅଧିକାରୀ ଓ ହାତୀ ସ୍କ୍ୱାର୍ଡ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନରେ ଜଗି ରହିଛନ୍ତି।
ସେମାନେ ଉକ୍ତ ନରହନ୍ତା ହାତୀକୁ ଘଉଡ଼ାଇବା ସହ ଘଟଣା ସ୍ଥଳରେ ମୃତ ପ୍ରମୋଦର ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମେଡିକାଲକୁ ପଠାଇ ଥିବାର ଜଣାଯାଇଛି।
ହାତୀ ଆକ୍ରମଣ ଘଟଣାକୁ ନେଇ ଗ୍ରାମରେ ଆଜି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Death: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
