ଶାଶୁ ଜ୍ୱାଇଁ ଚଳାଉଥିଲେ ବ୍ରାଉନସୁଗାର ବ୍ୟବସାୟୀ ; ମାଡି ବସିଲା ପୋଲିସ

Jun 28, 2026 - 16:15
ଶାଶୁ ଜ୍ୱାଇଁ ଚଳାଉଥିଲେ ବ୍ରାଉନସୁଗାର ବ୍ୟବସାୟୀ ; ମାଡି ବସିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ଶାଶୁ ଜ୍ୱାଇଁ ଚଳାଉଥିଲେ ବ୍ରାଉନସୁଗାର ବ୍ୟବସାୟୀ। ମାଡି ବସିଲା ପୋଲିସ । ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ନନ୍ଦିପଦା ପୋଲିସ ଚଢ଼ାଉ କରି ୧୧.୪୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ  ଗିରଫ କରିଛି। ଗିରଫ ମଧ୍ୟରେ ଜଣେ ମହିଳା ଅଛନ୍ତି।  ସେମାନଙ୍କ ଠାରୁ ଗୋଟେ ବାଇକ, ଗୋଟେ ମୋବାଇଲ  ଜବତ କରାଯାଇଛି। ଏହି କାରବାରରେ ମୁଖ୍ୟ ଅଭିଯୁକ୍ତ ଶାଶୁ ନିନିଲତା ଓ ଜ୍ୱାଇଁ ରାଜୁ ମୁଖି ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି।