ମଧ୍ୟପ୍ରାଚ୍ୟରେ ବଢ଼ୁଛି ସଂକଟ: ଇରାନ ଯୁଦ୍ଧରେ ହାଉଥିର ଏଣ୍ଟ୍ରି, ବିଶ୍ୱ ବାଣିଜ୍ୟ ପ୍ରତି ବଡ଼ ବିପଦ

Jul 25, 2026 - 13:33
ମଧ୍ୟପ୍ରାଚ୍ୟରେ ବଢ଼ୁଛି ସଂକଟ: ଇରାନ ଯୁଦ୍ଧରେ ହାଉଥିର ଏଣ୍ଟ୍ରି, ବିଶ୍ୱ ବାଣିଜ୍ୟ ପ୍ରତି ବଡ଼ ବିପଦ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଆହୁରି ଭୟଙ୍କର ରୂପ ନେବାରେ ଲାଗିଛି। ଇରାନ ସମର୍ଥିତ ୟେମେନର ଆତଙ୍କବାଦୀ ସଂଗଠନ ‘ହାଉଥି’  ଏବେ ସିMiddleEastଧାସଳଖ ଏହି ଯୁଦ୍ଧରେ ପ୍ରବେଶ କରିଛି। ସାଉଦି ଆରବର ଜିଜାନ ସହର ଉପରେ କ୍ଷେପଣାସ୍ତ୍ର  ମାଡ଼ କରିଥିବା ନେଇ ହାଉଥି ଦାବି କରିଛି।
ପୂର୍ବରୁ ୟେମେନରେ ହାଉଥି ସଂଗଠନ ଉପରେ ସାଉଦି ଆରବ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି।

ସାଉଦି ଆରବର ଜାହାଜଗୁଡ଼ିକୁ ଅଟକାଇବା ସହ ସେଗୁଡ଼ିକୁ ଟାର୍ଗେଟ କରିଥିଲା ହାଉଥି। ଏହାର ଜବାବରେ ସାଉଦି ଆରବ ମଧ୍ୟ ହାଉଥି ଠିକଣା ଉପରେ ଆକ୍ରମଣ କରିଛି, ଯାହା ଫଳରେ ସମଗ୍ର ଅଞ୍ଚଳରେ ପରିସ୍ଥିତି ଆହୁରି ସଂକଟଜନକ ହୋଇପଡ଼ିଛି। ହୋର୍ମୁଜ ପ୍ରଣାଳୀରେ ଆମେରିକା ନୌସେନା ଅବରୋଧ କରିଥିବା ବେଳେ, ଜବାବରେ ଇରାନ ସମର୍ଥିତ ହାଉଥି ଲୋହିତ ସାଗରରେ ଅବରୋଧ ସୃଷ୍ଟି କରିଛି।

ତେବେ ହାଉଥି ସ୍ପଷ୍ଟ ଭାବେ କହିଛି ଯେ, ଇସ୍ରାଏଲ ଏବଂ ଇସ୍ରାଏଲକୁ ସମର୍ଥନ କରୁଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ ଜାରି ରହିବ। ଲୋହିତ ସାଗର ହେଉଛି ସୁଏଜ କେନାଲ ଏବଂ ବାବ-ଏଲ-ମନ୍ଦେବ ପ୍ରଣାଳୀକୁ ଯୋଡ଼ୁଥିବା ମୁଖ୍ୟ ରାସ୍ତା, ଯାହା ୟୁରୋପ ଓ ଏସିଆ ମଧ୍ୟରେ ବାଣିଜ୍ୟର ପ୍ରମୁଖ କରିଡର।

ତେବେ ବିଶ୍ୱର ପ୍ରାୟ ୮୦ ପ୍ରତିଶତ ସାମଗ୍ରୀ ସମୁଦ୍ର ପଥରେ ପରିବହନ ହୋଇଥାଏ। ପଶ୍ଚିମ ଏସିଆର ଏହି ଯୁଦ୍ଧ ଯୋଗୁଁ ବିଶ୍ୱ ବାଣିଜ୍ୟ ବାଧାପ୍ରାପ୍ତ ହେବା ସହ ଗମ୍ଭୀର ଅର୍ଥନୈତିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

ଅନ୍ୟପଟେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଥରେ ଖୋଲା ଧମକ ଦେଇଛନ୍ତି।
1. ଯଦି ଇରାନ ଡିଲ୍ ନକରେ, ତେବେ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ।
2. ତେହେରାନ ଡିଲ୍ ଚାହୁଁଛି, କିନ୍ତୁ ଜାଣିଶୁଣି ସମୟ ନଷ୍ଟ କରୁଛି ଓ ଡେରି କରୁଛି।
ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ବିଗୁଡ଼ୁଥିବା ଏହି ପରିସ୍ଥିତି ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।