ବୈତରଣୀ ନଦୀର ଶାଖା କାଣୀ ନଦୀର କଣ୍ଟାପଡା ଠାରେ ସୃଷ୍ଟି ହୋଇଛି ୫୦ ଫୁଟର ଘାଇ ; ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ
ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲା ଦଶରଥପୁରରେ ବନ୍ୟା । ବୈତରଣୀ ନଦୀର ଶାଖା କାଣୀ ନଦୀର କଣ୍ଟପଡା ଠାରେ ସୃଷ୍ଟି ହୋଇଛି ୫୦ ଫୁଟର ଘାଇ ।ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ । ବିଶେଷ କରି ଏହି ଘାଇ ହେବା ଫଳରେ ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ପ୍ରଭାବିତ ହେଉଛି। ବନ୍ୟା ଫଳରେ କିଛି ତଳିଆ ଅଂଚଳରେ ମଧ୍ୟ୍ୟ ବନ୍ୟା ଜଳ ମଧ୍ୟ୍ୟ ପ୍ରବେଶ କରିଛି । ଗତ ବର୍ଷ ମଧ୍ୟ୍ୟ ମଲ୍ଲିକାପୁର ଠାରେ ଭାଙ୍ଗିଥିଲା ଏହି କାଣୀ ନଦୀର ବନ୍ଧ। ସୃଷ୍ଟି ହୋଇଥିଲା ୧୦୦ ଫୁଟର ଘାଇ । ଦୁର୍ବଳ ନଦୀବନ୍ଧ ଯୋଗୁ ବାରମ୍ବାର ଘାଇ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।