ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

Jul 06, 2026 - 18:00
ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅନ୍ତର୍ଗତ ଏସ ନୁଆଁ ଗାଁ ରେ ସାମ୍ନାକୁ ଆସିଛି ଏପରି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ତାଙ୍କ ପୁରୁଷ ବନ୍ଧୁ ଅଜୟ ନାୟକଙ୍କ ଘରୁ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ, ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାଇ ମୃତ ନାବାଳିକା ଜଣକ କିଛି ମାସ ପୂର୍ବରୁ ଅଭିଯୁକ୍ତ ଯୁବକଙ୍କ ସହ ଫେରାର ହୋଇଯାଇଥିଲେ। ତେବେ କିଛି ଦିନ ପରେ ଉଭୟ ଗାଁକୁ ଫେରିଆସି ଏକାଠି ବସବାସ କରୁଥିଲେ। ବର୍ତ୍ତମାନ ଯୁବକଙ୍କ ଘରୁ ନାବାଳିକାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ମୃତଦେହ ମିଳିବା ପରେ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି।

ତେବେ ଘଟଣା ସମ୍ପର୍କରେ ଖବର ପାଇବା ପରେ ଜରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରାଯାଇ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ବର୍ତମାନ ଏହି ଘଟଣାରେ ଜରଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ବ୍ରହ୍ମପୁର ରୁ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନି କୁକୁର ଆସି ତଦନ୍ତ କରିଥିବା ବେଳେ ଯୁବକ କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।