ଦୁଷ୍କର୍ମ ମାମଲାରେ ବରିଷ୍ଠ ସାମ୍ଵାଦିକ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ
ନନ୍ଦିଘୋଷ ବ୍ୟୁରୋ: ଦୁଷ୍କର୍ମ ମାମଲାରେ ବରିଷ୍ଠ ସାମ୍ଵାଦିକ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ। ବମ୍ଵେ ହାଇକୋର୍ଟଙ୍କ ଗୋଆ ଖଣ୍ଡପୀଠ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଟ୍ରାଏଲ କୋର୍ଟଙ୍କ ରାୟକୁ ଖାରଜ କରି ତରୁଣ ତେଜପାଲଙ୍କୁ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେହେଲକା ମ୍ୟାଗାଜିନର ପୂର୍ବତନ ସଂପାଦକ ଦୁଷ୍କର୍ମ କରିଥିବାର ତାଙ୍କର ଜୁନିଅର ସହକର୍ମୀ ଅଭିଯୋଗ କରିଥିଲେ। ଗୋଆରେ ମ୍ୟାଗାଜିନର ଏକ କନକ୍ଲେଭ ଚାଲିଥିବା ବେଳେ ୨୦୧୩ ନଭେମ୍ବର ୭ରେ ଏହି ଘଟଣା ଘଟିଥିବାର ଅଭିଯୋଗ ହୋଇଥିଲା। ୨୦୧୩ରେ ଏହି ଘଟଣା ସେତେବେଳେ ସାରା ଦେଶକୁ ହୁଲସ୍ତୁଲ କରିଥିଲା। ପରେ ପରେ ଆରମ୍ଭ ହୋଇଥିଲା ମି ଠୁ କ୍ଯାମ୍ପେନ। ମେଲ୍ ଲେଖି ପୀଡ଼ିତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ ତରୁଣ । କିନ୍ତୁ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ହାଇକୋର୍ଟରେ ଅପିଲ କରିଥିଲେ ପୀଡ଼ିତା। ଗତ ଜୁଲାଇ ୩୦ରେ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ।ଆଜି ରାୟ ପ୍ରକାଶ ପାଇଛି ଏବଂ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। …
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।