ଚମ୍ପୁଆରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ: ଭାଙ୍ଗିଲେ ଘର, ଆତଙ୍କିତ ଗ୍ରାମବାସୀ
ନନ୍ଦିଘୋଷ ବ୍ୟୁରୋ: ମୟୁରଭଞ୍ଜରୁ ଲେଉଟିବା ପରେ ଚମ୍ପୁଆ ରେଞ୍ଜରେ ପୁଣି ଥରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗତ ଏକ ମାସ ତଳେ ମୟୁରଭଞ୍ଜକୁ ଚାଲିଯାଇଥିବା ଏହି ହାତୀପଲ ଗତକାଲି ପୁଣି ଥରେ ଚମ୍ପୁଆ ରେଞ୍ଜକୁ ଫେରିଆସିଛନ୍ତି।
ଗତକାଲି ଚମ୍ପୁଆ ରେଞ୍ଜରେ ପ୍ରବେଶ କରିବା ପରେ ହାତୀପଲ ଜଙ୍ଗଲ ମଧ୍ୟରେ ଥିବା ଏକ ପୋଖରୀରେ ଦୀର୍ଘ ସମୟ ଧରି ଜଳକ୍ରୀଡ଼ା କରିଥିଲେ। ଏହା ପରେ ସେମାନେ ବର୍ଦ୍ଧନା ଗାଁ ମଧ୍ୟକୁ ପଶି ଆସିଥିଲେ। ଗାଁରେ ପଶି ହାତୀପଲ ଗୋଟିଏ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି, ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆଶଙ୍କାର ପରିବେଶ ସୃଷ୍ଟି ହୋଇଛି। ଏହି ୨୫ ଟିକିଆ ହାତୀପଲରେ ୯ ଟି ଛୁଆ ହାତୀ ଥିବା ଜଣାପଡ଼ିଛି।
ତେବେ ଖବର ପାଇ ବନ ବିଭାଗ ଟିମ୍ ତୁରନ୍ତ ଗାଁରେ ପହଞ୍ଚି ହାତୀପଲଙ୍କୁ ଗାଁରୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି।
ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ହାତୀପଲଙ୍କ ଠାରୁ ନିରାପଦ ଦୂରତା ବଜାୟ ରଖିବା ସହ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।