ଆଲୋଚନା ସଫଳ: କାର୍ଯ୍ୟରେ ଯୋଗଦେବେ ଡାକ୍ତର

Jul 04, 2026 - 18:20

ଓଡିଶା: ଓମସା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସାଢେ ତିନି ଘଣ୍ଟା ଧର ଆଲୋଚନା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଗଣମାଧ୍ଯମକୁ ଏହି ସୂଚନା ଦେଇଛନ୍ତି । କହିଛନ୍ତି, ଡାକ୍ତର ସଂଘ ସହ ଆଲୋଚନା ସଫଳ ହୋଇଛି । ଡାକ୍ତରଙ୍କ ସମସ୍ୟାର ସମାଧାନ ଲାଗି ଏକ କମିଟି ଗଠନ ହେବ । ଉଚ୍ଚସ୍ତରୀୟ କମିଟିରେ ଡାକ୍ତରଙ୍କ ଦାବି ନେଇ ବିସ୍ତୃତ ଆଲୋଚନା ହେବ । ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ରହିଲେ ଅର୍ଥ ସଚିବ । ଜୁଲାଇ ୨୨ ରେ ପରବର୍ତ୍ତୀ ବୈଠକ ବସିବ । ସେହିପରି ଓମସା ସଭାପତି ମଧ୍ୟ ଆଲୋଚନା ସଫଳ ହୋଇଛନ୍ତି ବୋଲି କହିଛନ୍ତି । ଡାକ୍ତରମାନେ ଆଜିଠୁ କାର୍ଯ୍ୟରେ ଯୋଗଦେବେ । ୧୦ ଦଫା ନେଇ ଡାକ୍ତର ସଂଘ ଆନ୍ଦୋଳନ କରୁଥିଲେ । ଏଥିରୁ ୫ ଦଫା ଦାବିର ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ମିଳିଛି । ଏବେଠାରୁ ରୋଗୀ ସେବା ବ୍ୟାହତ ହେବ ନାହିଁ ବୋଲି କହିଛି ଓମସା ।.. .

The post ଆଲୋଚନା ସଫଳ: କାର୍ଯ୍ୟରେ ଯୋଗଦେବେ ଡାକ୍ତର appeared first on .