Election: ବିଜେପିର ପ୍ରାର୍ଥୀ ଚୟନରୁ ପଶ୍ଚିମବଙ୍ଗର ବଦଳୁଥିବା ରାଜନୈତିକ ସମୀକରଣର ସଙ୍କେତ
"କୋଲକାତା: ପଶ୍ଚିମବଙ୍ଗରେ ରାଜ୍ୟସଭାର ତିନୋଟି ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରାର୍ଥୀ ଚୟନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
ତିନି ଜଣ ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମ୍ସି) ରାଜ୍ୟସଭା ସାଂସଦଙ୍କୁ ପ୍ରାର୍ଥୀ କରି ବିଜେପି ସଙ୍କେତ ଦେଇଛି ଯେ, ଦଳ ବର୍ତ୍ତମାନ ପଶ୍ଚିମବଙ୍ଗରେ ନିଜର ରାଜନୈତିକ ଆଧାରକୁ ବିସ୍ତାର କରିବା ସହ ବିରୋଧୀ ଦଳର ପ୍ରଭାବଶାଳୀ ଓ ଦୁର୍ନୀତି ଅଭିଯୋଗମୁକ୍ତ ନେତାଙ୍କୁ ନିଜ ଶିବିରକୁ ଆଣିବା ଉପରେ ଗୁରୁତ୍ୱ ଦେଉଛି।
ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଓ ପ୍ରକାଶ ଚିକ୍ ବାରାଇକ ଗୁରୁବାର ବିଜେପିରେ ଯୋଗ ଦେବାର କିଛି ଘଣ୍ଟା ମଧ୍ୟରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଘୋଷିତ ହୋଇଥିଲେ।
ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହା ପଶ୍ଚିମବଙ୍ଗରେ ବଦଳୁଥିବା ରାଜନୈତିକ ସମୀକରଣ ଓ ବିଜେପିର ନୂଆ ରଣନୀତିର ସ୍ପଷ୍ଟ ସଙ୍କେତ।Advertisment ରାଜ୍ୟରେ ତୃଣମୂଳ କଂଗ୍ରେସର ସଂଗଠନ ଏବେ ବି ଶକ୍ତିଶାଳୀ ଥିବା ସତ୍ତ୍ୱେ ବିଜେପି ଦୀର୍ଘମିଆଦୀ ରଣନୀତି ଆପଣାଇଥିବା ସ୍ପଷ୍ଟ ହେଉଛି।
ଦଳ କେବଳ ନିର୍ବାଚନୀ ସଫଳତା ନୁହେଁ, ବରଂ ସାମାଜିକ ଆଧାରକୁ ବ୍ୟାପକ କରିବା, ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧିତ୍ୱ ବଢ଼ାଇବା ଏବଂ ଅଭିଜ୍ଞ ରାଜନେତାଙ୍କୁ ସାମିଲ କରି ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ଜୋର ଦେଉଛି।
ରାଜନୈତିକ ମହଲରେ ଏହାକୁ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ପର୍ଯ୍ୟାୟର ଆରମ୍ଭ ଭାବେ ଦେଖାଯାଉଛି।
ସେବାକୁ ବିଶ୍ବାସ କରୁଥିବା ଦଳ ହେଉଛି ଭାରତୀୟ ଜନତା ପାର୍ଟି: ପୁରନ୍ଦେଶ୍ବରୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।