Welcome!

Unlock your personalized experience.
Sign Up

Election: ନିର୍ବାଚନ ପୂର୍ବରୁ ରେଭେନ୍ସାରେ ଛାତ୍ର ଅଶାନ୍ତି: ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ, ମୁଖ୍ୟ ଫାଟକରେ ଧାରଣା

Oct 15, 2026 - 03:36
Election: ନିର୍ବାଚନ ପୂର୍ବରୁ ରେଭେନ୍ସାରେ ଛାତ୍ର ଅଶାନ୍ତି: ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ, ମୁଖ୍ୟ ଫାଟକରେ ଧାରଣା

କଟକ: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଆଜି ସଂଧ୍ୟାରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଛାତ୍ର ବିଜେଡିର ଜଣେ ସମର୍ଥକଙ୍କୁ ବିପକ୍ଷ ଦଳର କିଛି ଛାତ୍ର ଓ ଅଣଛାତ୍ର ମାଡ଼ ମାରିଛନ୍ତି। ଏହାକୁ ନେଇ ଛାତ୍ର ବିଜେଡିର ସମର୍ଥକମାନେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଧାରଣା ଦେଇଥିଲେ। ବିଶ୍ବବିଦ୍ୟାଳୟ ପରିସରକୁ ଅଣଛାତ୍ରଙ୍କ ପ୍ରବେଶ ରୋକିବା ପାଇଁ ଦୃଢ଼ ପଦ‌କ୍ଷେପ ନେବାକୁ ପୁଲିସ ପକ୍ଷରୁ ପ୍ରତିଶ୍ରୁତି ମଳିବା ପରେ ଛାତ୍ରମାନେ ଧାରଣାରୁ ଉଠିଥିଲେ। 

Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ

ମୁଖ୍ୟ ଫାଟକରେ ଧାରଣା
ଅଣଛାତ୍ର ପ୍ରବେଶ ରୋକିବାକୁ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ

ସୂଚନା ଅନୁଯାୟୀ ଆଜି ସଂଧ୍ୟା ୮ଟାରେ ରେଭେନ୍ସା ମୁଖ୍ୟ ଫାଟକ ତଥା ଗେଟ୍‌ ନମ୍ବର ୨ ନିକଟରେ ଛାତ୍ର ବିଜେଡିର ସମର୍ଥକ କୁହାଯାଉଥିବା ଜଣେ ରିସର୍ଚ୍ଚ ସ୍କଲାରଙ୍କୁ ବିପକ୍ଷ ଦଳର କିଛି ଛାତ୍ର ଓ ଅଣଛାତ୍ର ମିଶି ମାଡ଼ ମାରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହେବା ସହିତ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପୁଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଛାତ୍ର ବିଜେଡିର ସମର୍ଥକମାନେ ମୁଖ୍ୟ ଫାଟକ ନିକଟରେ ରେଭେନ୍ସା ପରିସରରେ ଧାରଣା ଦେଇଥିଲେ। କୁଳପତି କିମ୍ବା କୁଳସଚିବ ଘଟଣାସ୍ଥଳକୁ ଆସି ଗଣ୍ଡଗୋଳର ସମାଧାନ କରିବା ସହ ଅଣଛାତ୍ରଙ୍କ ପ୍ରବେଶ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଧାରଣାରତ ଛାତ୍ରମାନେ ଦାବି କରିଥିଲେ। 

IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

ଛାତ୍ର ବିଜେଡିର ସଭାପତି ପ୍ରାର୍ଥୀ ବିଶ୍ବଜିତ ସାହୁ କହିଛନ୍ତି, ଛାତ୍ର ବିଜେଡିକୁ ସମର୍ଥନ କରୁଥିବା ଜଣେ ରିସର୍ଚ୍ଚ ସ୍କଲାରଙ୍କୁ ରେଭେନ୍ସା ମୁଖ୍ୟ ଫାଟକ ନିକଟରେ ବିପକ୍ଷ ଦଳର କିଛି ଛାତ୍ର ମାଡ଼ ମାରିଛନ୍ତି। ଏହାର ପ୍ରତିବାଦ ସହ ବିଶ୍ବବିଦ୍ୟାଳୟ ପରିସରକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ଦୃଢ଼ ପଦକ୍ଷେପ ଦାବିରେ ଧାରଣା ଦିଆ‌ଯାଇଥିବା ସେ କହିଛନ୍ତି। ଛାତ୍ର ଅଶାନ୍ତିକୁ ଦେଖି ରେଭେନ୍ସା ପରିସରରେ ୩ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା। ଆସନ୍ତାକାଲି ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ଦିନ ରେଭେନ୍ସା ପରିସରକୁ ଅଣଛାତ୍ରଙ୍କ ପ୍ରବେଶକୁ ରୋକିବା ପାଇଁ ପୁଲିସ ତରଫରୁ ଦୃଢ଼ ପଦକ୍ଷେପ ନେବାକୁ ଏସିପି ଅରୁଣ କୁମାର ସ୍ବାଇଁ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ପରେ ଛାତ୍ରୀମାନେ ରାତି ୧୦ଟାରେ ଧାରଣରୁ ଉଠିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)