Election: ଗଣ୍ଡଗୋଳ ଆଶଙ୍କାରେ ଶିହିଡିହା ଯଦୁପତି ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

Oct 15, 2026 - 14:06
Election: ଗଣ୍ଡଗୋଳ ଆଶଙ୍କାରେ ଶିହିଡିହା ଯଦୁପତି ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

"ବଣାଇଁଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇଁଗଡ଼ ଉପଖଣ୍ଡ ଶିହିଡିହାସ୍ଥିତ ଯଦୁପତି ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଅନୁଷ୍ଠିତ ହେବାକୁ ଥିବା ୨୦୨୬ ମସିହାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି।

ନିର୍ବାଚନ ସମୟରେ ଗଣ୍ଡଗୋଳ ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଫଳରେ ଭୋଟ୍‌ ଦେବାକୁ ମହାବିଦ୍ୟାଳୟକୁ ଆସିଥିବା ଅଧିକାଂଶ ଛାତ୍ରଛାତ୍ରୀ ନିରାଶ ହୋଇ କ୍ୟାମ୍ପସ୍‌ରୁ ଫେରିଥିବା ସୂଚନା ମିଳିଛି।Advertisment ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନୋଟିସ୍‌ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବଣାଇଁ ଉପଜିଲ୍ଲାପାଳ ତଥା ନିର୍ବାଚନ ସମ୍ପର୍କିତ କର୍ତ୍ତୃପକ୍ଷଙ୍କ ଆଦେଶକ୍ରମେ ବାତିଲ କରାଯାଇଛି।

ଏ ସମ୍ପର୍କରେ ଅକ୍ଟୋବର ୧୪ ତାରିଖରେ ନୋଟିସ୍‌ ଜାରି ହୋଇଥିବା ଉକ୍ତ ପତ୍ରରୁ ଜଣାପଡ଼ିଛି।

ତେବେ ନିର୍ବାଚନ ବାତିଲ ହେବା ସମ୍ପର୍କରେ ପୂର୍ବଦିନ ସନ୍ଧ୍ୟାରୁ ନୋଟିସ୍‌ ଜାରି ହୋଇଥିଲେ ମଧ୍ୟ ଅଧିକାଂଶ ଛାତ୍ରଛାତ୍ରୀ ଏହା ଜାଣିପାରି ନଥିବା ଅଭିଯୋଗ ହୋଇଛି।

ଫଳରେ ନିର୍ଦ୍ଧାରିତ ଦିନରେ ନିର୍ବାଚନରେ ଭୋଟ୍‌ ଦେବା ଆଶା ନେଇ କଲେଜକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି।

ଆହୁରି ପଢନ୍ତୁ: Punishment: ଦେଶରେ କେଉଁଠି ଦିଆଯାଏ ଫାଶୀ ଏବଂ କେଉଁଠାରେ ପ୍ରସ୍ତୁତ ହୁଏ ଫାଶୀର ରସି?

ଜାଣନ୍ତୁ ରୋଚକ ତଥ୍ୟ ନିର୍ବାଚନ ବାତିଲ ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ତେବେ ନିର୍ବାଚନ ପୁନର୍ବାର କେବେ ଅନୁଷ୍ଠିତ ହେବ, ସେ ସମ୍ପର୍କରେ ଏଯାଏଁ କୌଣସି ସୂଚନା ମିଳିନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)