Eid Milad-un-Nabi ଭଦ୍ରକରେ ମହମ୍ମଦ ଜୟନ୍ତୀ: ପରିକ୍ରମା କଲା ୮୪ ଚିତ୍ତାକର୍ଷକ ଜୁଲୁସ ଓ କାଫେଲା

Aug 26, 2026 - 21:47
Eid Milad-un-Nabi ଭଦ୍ରକରେ ମହମ୍ମଦ ଜୟନ୍ତୀ: ପରିକ୍ରମା କଲା ୮୪ ଚିତ୍ତାକର୍ଷକ ଜୁଲୁସ ଓ କାଫେଲା

"ଭଦ୍ରକ:  ଇସଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜନ୍ମଜୟନ୍ତୀ (ଜଶ୍ନ-ଏ-ଈଦ ମିଲାଦୁନ୍ ନବୀ) ଭଦ୍ରକ ସହରରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳା ମଧ୍ୟରେ ପାଳିତ ହୋଇଯାଇଛି। ।

୮୪ ଟି ସୁସଜ୍ଜିତ ଚିତ୍ତାକର୍ଷକ “ଜୁଲୁସ” ଓ “କାଫେଲା” ଚୌଖଣ୍ଡି ରୁ ବାହାରି ପୁରୁଣାବଜାର, ଲାହାପଟ୍ଟି, ପାଟଣାସାହି, ନଙ୍ଗାମହଲ୍ଲା, ହଜାରୀନଗର, କଚେରୀ ବଜାର, ନୂଆ ବଜାର, କଦମବେଢ଼ା, ଶଙ୍କରପୁର ଓ ହେଲାସାହି ଛକ ଦେଇ ସହର ପରିକ୍ରମା କରି ମଦିନା ମଇଦାନଠାରେ  ପହଞ୍ଚିଥିଲା  I ଏହି ଶୋଭାଯାତ୍ରାରେ ୩୧ ପ୍ଲାଟୁନ ଫୋର୍ସ, ୯ ଡ଼ିଏସପି, ୩ ଏଏସପି ଓ ୪୦ ଜଣ ପୋଲିସ ଫୋର୍ସ ପୋଲିସ ଅଧିକାରୀ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।Advertisment ପୁରୁଣା ବଜାର ସ୍ଥିତ ଚୌଖଣ୍ଡିରୁ ସନ୍ଧ୍ୟା ୬ ଘଟିକାରେ ଭଦ୍ରକ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲା ଙ୍କ ପୌରହିତରେ ଆରମ୍ଭ ହୋଇଥିଲା।

ମୁସଲିମ ଜମାତ ସାଧାରଣ ସମ୍ପାଦକ ହାଜି ଇନାମ ମହମ୍ମଦ , ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ , ଭଦ୍ରକ ଏସପି ମନୋଜ କୁମାର ରାଉତ,  ଅତିରିକ୍ତ ଏସ ପି  ଅଂଶୁମାନ ଦ୍ବିବେଦୀ , ସମାଜସେବୀ ବିଦ୍ୟାଧର ସାହୁ, କଂଗ୍ରେସ  ଯୁବ ନେତା ଅସିତ ପଟ୍ଟନାୟକ, କଂଗ୍ରେସ ଜିଲା ସଭାପତି ନଳିନୀ ମହାନ୍ତି, ସମାଜସେବୀ  ସୁଧାକର ରାଉତ, ହରି ନନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ I ଏଥିରେ ମୁସଲିମ ଜମାତ ର କାର୍ଯ୍ୟନିବାହି ସଦସ୍ୟ ଜମିଲ ଅଖତର ଖାନ, ଇଂ ରେଜାଏ ରସୁଲ,  ଅସରଫ ଅଲି ଖାନ, କୋଷାଧ୍ୟକ ମିର୍ଜା ଏକ୍ରାମ ବେଗ ଓ ଶେଖ ବୁକଲାମ , ଇଂ ମୁଖତାର ଅହେମଦ ରସିଦ,ହାଜି ଅବୁ ହୋସେନ , ନସିରୁଦ୍ଦିନ ଖାନ, ହାଜି ଲୋକା ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ଭଦ୍ରକରେ ପବିତ୍ର ମହମ୍ମଦ ଜୟନ୍ତୀରେ ଶୋଭାଯାତ୍ରା, ୨୫ ହଜାରରୁ ଊର୍ଦ୍ଧ୍ବ ଲୋକ ସାମିଲ  “କାଫେଲା”ରେ ଛୋଟ ଛୋଟ ଶିଶୁମାନଙ୍କ ଗୋଟିଏ ପ୍ରକାର ପୋଷାକରେ ଓ ଜୁଲୁସ (ମେଢ଼) କୁ ଅନୁଭବ କାରିଗରମାନଙ୍କ ତିଆରି ଶୋଭାଯାତ୍ରା ଓ ବେଶ ଆକର୍ଷଣୀୟ ହୋଇଥିଲା ।

ସହର ପରିକ୍ରମା ସ୍ଥାନରେ ସାମିୟାନ କମିଟି, ଅଲ ଅକ୍ସା କମିଟି, ବାବା କେ ପଠାନ କମିଟି, ହେଲାସାହି ଓ ମୁଲ୍ଲା ସାହି ଯୁବକ ସଙ୍ଘ କମିଟି ତରଫରୁ ଆକର୍ଷଣୀୟ ଗେଟ୍ ଓ ରଙ୍ଗ ବେରଙ୍ଗର ଆଲୋକ ସଜା ଯାଇଥିଲା ।

ମହମ୍ମଦ ଜୟନ୍ତୀ ଅବସରରେ ଜନପଥରେ ମୁସଲ୍‌ମାନମାନଙ୍କର ଶୋଭାଯାତ୍ରା ମଦିନା ମଇଦାନରେ ରାତିରେ କବି ମୁସ୍ତାକ ଗୌହରଙ୍କ ସଂଚାଳନରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା।

ଏହି ଧର୍ମସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ମୌଲାନା (ପଣ୍ଡିତ), ସାଏର (କବି) ଯୋଗଦାନ କରି ହଜରତ ପ୍ରଫେଟଙ୍କ ତ୍ୟାଗପୂତ୍ର ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖି ଆଲୋକପାତ କରିଥିଲେ ।

ଏହି ସଭାରେ ମୁସଲିମ ଜମାତର ହାଜୀ ଅବୁ ସୁଫିୟାନ, ଇଂ ହବିବୁଲ୍ଲା ଖାନ, ଅଖତର ଅଲି ଖାନ,  ମିଡିଆ ସେଲ ସଂଯୋଜକ ଶେଖ ଅନୱର(ବାବୁ), ଶେଖ ଇମତୀୟାଜ , ଶେଖ ହବିବୁଲ୍ଲା, ଜାୱେଦ ଅଖତର, ହଇଦର ଖାନ, ହାଜି ହଫିଜୁର ରହେମାନ, ହାଜୀ ସଇଦ ସାହା, ହାଜୀ କୟୁମ ସାହା, ଲୋକମାନ ଖାଁ ଓ ଅନୱର କୋରେଶି, ଆଇନଜୀବୀ ତାହାର ମହମ୍ମଦ  ପ୍ରମୁଖ ଉପସ୍ଥିତଥିଲେ। ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)