Educational institutions: ଆବାସିକ ଘରେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା: ୧୫୩ରୁ ୬୫ କୋଠାର ରେକର୍ଡ ମିଳୁନି
"ଭୁବନେଶ୍ବର: ଆବାସିକ କୋଠାକୁ ବ୍ୟବସାୟରେ ଲଗାଇଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ।
ଅଗଷ୍ଟ ୪ ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ବିଏମ୍ସି କର୍ତ୍ତୃପକ୍ଷଙ୍କୁ କହିଛନ୍ତି।
ନଚେତ୍ କମିସନର୍ ବ୍ୟକ୍ତିଗତ ହାଜର ହୋଇ ଜବାବ ରଖିବେ ବୋଲି କହିଛନ୍ତି।Advertisment Flood In Bhadrak: ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା; ଯୋଗାଯୋଗ ବିଚ୍ଛିନ୍ନ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ବିଏମ୍ସି କର୍ତ୍ତୃପକ୍ଷଙ୍କ ଛନକା ପଶିଛି।
ଯେଉଁସବୁ ଆବାସିକ କୋଠାକୁ ବ୍ୟବସାୟୀକରଣ କରାଯାଇଛି, ଖୋଳତାଡ଼ ଆରମ୍ଭ ହୋଇଛି।
ବିଏମ୍ସି ସୁପ୍ରିମକୋର୍ଟଙ୍କୁ ସତ୍ୟପାଠରେ ମାତ୍ର ୧୫୩ଜଣଙ୍କ ତାଲିକା ଦେଇଛି।
ଯେଉଁ ତାଲିକା ଦେଇଛି, ସେଥିରୁ ବି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ଆବାସିକ ଘରର ଅନୁମତି ନେଇ ୨୨ଟି ଘରେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ବିଦ୍ୟାଳୟ ଚାଲୁଥିଲା।
ବଡ଼କଥା ହେଉଛି, ୧୫୩ରୁ ୬୫ଟିର ରେକର୍ଡ ମିଳୁନି।
ଘରର ପ୍ଲାନ ଅନୁମୋଦନ କାଗଜପତ୍ରକୁ ଗାଏବ୍ କରି ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ନର୍ଥ ଜୋନ୍ରେ ୩୯ଟି, ସାଉଥ୍ ୱେଷ୍ଟ ଜୋନ୍ରେ ୫୪ଟି ଓ ସାଉଥ୍ ଇଷ୍ଟ ଜୋନ୍ରେ ସର୍ବାଧିକ ୬୦ଟି ଆବାସିକ ଘର ବ୍ୟବସାୟରେ ଲଗାଯାଇଛି।
ସାଉଥ୍ ୱେଷ୍ଟ ଜୋନ୍ରେ ୩ଟି ଓ ସାଉଥ୍ ଇଷ୍ଟ ଜୋନ୍ରେ ୯ଟି ଆବାସିକ କୋଠାରେ ଡାକ୍ତରଖାନା ଓ କ୍ଲିନିକ୍ ଚାଲିଥିଲା।
ସେହିଭଳି ସାଉଥ୍ ୱେଷ୍ଟ ଜୋନ୍ରେ ୪ଟି ଓ ସାଉଥ୍ ଇଷ୍ଟ ଜୋନ୍ରେ ୩ଟି କୋଠାରେ ଶିକ୍ଷାନୁଷ୍ଠାନ ଚାଲିଥିଲା।
ସାଉଥ୍ ୱେଷ୍ଟ ଜୋନ୍ରୁ ୩୬ଟି ଓ ସାଉଥ୍ ଇଷ୍ଟ ଜୋନ୍ରୁ ୪୯ଟି କୋଠାର କାଗଜପତ୍ର ମିଳୁନି।
୧୯୯୮ରୁ ନିୟମ ଅଛି, ପ୍ଲାନ ଅନୁମୋଦନ ଉଲ୍ଲଂଘନ ହେଲେ ବିଜୁଳି, ପାଣି ସଂଯୋଗ ମିଳିବନି।
ତଥାପି ବର୍ଷ ବର୍ଷ ଧରି ଏମାନେ ବିଜୁଳି, ପାଣି ସଂଯୋଗ ପାଇଥିଲେ।
Britain: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ପ୍ରଥମ ଟେଲିଫୋନ୍ କଥାବାର୍ତ୍ତା ବିଦ୍ୟୁତ୍ କାର୍ଯ୍ୟାଳୟ ଓ ଜନସ୍ବାସ୍ଥ୍ୟ ବିଭାଗ ମାସିକ ଟଙ୍କା ଆଦାୟ କରି ଆସୁଥିଲା ଏବଂ ଏ ବାବଦ ବିଲ୍ କାଟୁଥିଲା।
ଉଭୟ ବିଡିଏ ଓ ବିଏମ୍ସିର ବାବୁମାନେ ଏଭଳି ଘରକୁ ଓକୁପାନ୍ସି ପ୍ରମାଣପତ୍ର ଦେଇଛନ୍ତି ଏବଂ ଆବାସିକ ଘର ହିସାବରେ ହୋଲ୍ଡିଂ ଓ ଅନ୍ୟ ଟିକସ ଆଦାୟ କରୁଥିଲେ।
ଏହା ଆଧାରରେ ଆବାସିକ ଘର ଭାବେ ପାଣି, ବିଜୁଳି ଦେୟ ବି ଆଦାୟ ହେଉଥିଲା।ବିଏମ୍ସିର ରାଜସ୍ବ ବିଭାଗ ରହିଛି।
ଜୋନାଲ୍ ଡେପୁଟି କମିସନର୍, ୱାର୍ଡ ଅଫିସର୍ ରହିଛନ୍ତି।
ଏମାନେ ହୋଲ୍ଡିଂ ଟିକସ ଗ୍ରହଣ ପୂର୍ବରୁ ଘରର ସ୍ଥିତାବସ୍ଥା ରିପୋର୍ଟ ଦେବେ।
ଘର ବ୍ୟବସାୟୀକରଣ ହୋଇଥିଲେ ଅଧିକ ହୋଲ୍ଡିଂ ଓ ଅନ୍ୟ ଟିକସ ଦେବେ।
ଆଇନଜୀବୀ ବିମଳେନ୍ଦୁ ପ୍ରଧାନ କହିଛନ୍ତି, ସେ ନିଜେ ଏଭଳି ଅବୈଧ ନିର୍ମାଣ ଉପରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଗତ ମେ ୧୦ରେ ବିଏମ୍ସି ଏ ସଂପର୍କିତ ସତ୍ୟପାଠ ଦାଖଲ କରିଥିଲା।
ପରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି।
କିନ୍ତୁ ବିଏମ୍ସି ଯେତିକି ରିପୋର୍ଟ ଦେଇଛି, ତା"ଠାରୁ ବହୁ ଅଧିକ ଏଭଳି କୋଠା ରହିଛି, ଯାହାକୁ ତାଲିକାଭୁକ୍ତ କରିବା ଜରୁରି।
ଅଧିକାରୀଙ୍କ ବିରୋଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।