Education: ‘ଏନ୍‌ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ

Aug 23, 2026 - 00:45
Education: ‘ଏନ୍‌ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ

"ବାରିପଦା (ବଟକୃଷ୍ଣ ବିହାରୀ): ଖଡ଼ଗପୁର ଆଇ.ଆଇ.ଟି.ରେ ଅଧ୍ୟୟନରତ ବାରିପଦାର ଯୁବପ୍ରତିଭା ଚର୍ଚ୍ଚିତ କବି ଶତପଥୀ  ସମ୍ମାନଜନକ ସର୍ବଭାରତୀୟ ପ୍ରତିଦ୍ବନ୍ଦିତାରେ ସାଫଲ୍ୟଲବ୍ଧ ହୋଇ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନସ୍ଥ "ନ୍ୟୁକ୍ଳିଅର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ" (ଏନ୍‌ପିସିଆଇଏଲ୍)ରେ ଯୁବ ବୈଜ୍ଞାନିକ (ଗ୍ରୁପ୍-ଏ) ଭାବେ ଯୋଗଦାନ କରିଛନ୍ତି।

Advertisment ଶ୍ରୀ ଶତପଥୀ କେନ୍ଦ୍ରୀୟ ବିଦ୍ୟାଳୟରୁ କୃତିତ୍ୱର ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ବୁର୍ଲାସ୍ଥିତ "ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି"ରୁ ବି.ଟେକ୍ କରି 'ଗେଟ୍'ରେ ସଫଳତା ହାସଲ କରିଥିଲେ।

ପରେ ସେ ଆଇ.ଆଇ.ଟି.

ଖଡ଼ଗପୁରପୁରରେ ଏମ୍.ଟେକ୍.

ଶ୍ରେଣୀରେ ଅଧ୍ୟୟନରତ ଥିଲେ।

ଏଥିପୂର୍ବରୁ ସେ ବି.ଟେକ୍ ଶେଷ ବର୍ଷରେ ଥିବା ବେଳେ ହିଁ ସୁପ୍ରତିଷ୍ଠିତ କମ୍ପାନି ଡେ଼ଲୟେଟ୍‌ରେ ଭଲ ପଦରେ ଅଧିଷ୍ଠିତ ହୋଇ ଚାକିରି କରିବାର ସୁଯୋଗ ପାଇଥିଲେ।

ବି.ଟେକ୍ ଶେଷ ପରେ ସେଥିରେ କିଛି କାଳ ଚାକିରି କରିଥିଲେ ହେଁ ବୃହତ୍ତର ଲକ୍ଷ୍ୟ ନେଇ ସେଥିରୁ (ପ୍ରଥମେ ହାଇଦ୍ରାବାଦ ଓ ପରେ କଲିକତାରେ ଅବସ୍ଥାପିତ ହେଇ) ଇସ୍ତଫା ଦେଇଥିଲେ।

JSSC CGL exam: ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ବାତିଲକୁ ନେଇ ଚାକିରି ପାଇଥିବା ପ୍ରାର୍ଥୀଙ୍କ ଅସନ୍ତୋଷ ପିତା ସୁଲେଖକ ସୁବକ୍ତା ତଥା ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ଏବଂ ମାତା ଅଧ୍ୟାପିକା ଡକ୍ଟର ହିରଣ୍ମୟୀ ଶତପଥୀଙ୍କ ଜ୍ୟେଷ୍ଠ ପୁତ୍ର ଚର୍ଚ୍ଚିତ ସମ୍ପ୍ରତି ଗୁଜୁରାଟର ସୁରତ ନିକଟରେ ଏନ୍.ପି.ସି.ଆଇ.ଏଲ୍.ର ଜଣେ "କାର୍ଯ୍ୟନିର୍ବାହୀ ଶିକ୍ଷା-ନବୀଶ" ଭାବେ କାର୍ଯ୍ୟାରମ୍ଭ କରିଛନ୍ତି।

ସେଠାରେ ଏଗାର ମାସର ବୌଦ୍ଧିକ/ପ୍ରାଶାସନିକ ପ୍ରଶିକ୍ଷଣ ପରେ "ବୈଜ୍ଞାନିକ ଅଧିକାରୀ" ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି।

ଚର୍ଚ୍ଚିତଙ୍କ ଏହି ଉପଲବ୍ଧିରେ ମୟୁରଭଂଜ ଜିଲ୍ଲାର ଶିକ୍ଷାପ୍ରେମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)