Education: 'ଇଗ୍ନୋ' ରେ ଜୁଲାଇ ୨୦୨୬ ଶିକ୍ଷା ସତ୍ର ପାଇଁ ନୁତନ ନାମଲେଖା ପଂଜୀକରଣ ଅବଧି ବୃଦ୍ଧି

Sep 18, 2026 - 00:48
Education: 'ଇଗ୍ନୋ' ରେ ଜୁଲାଇ ୨୦୨୬ ଶିକ୍ଷା ସତ୍ର ପାଇଁ ନୁତନ ନାମଲେଖା ପଂଜୀକରଣ ଅବଧି ବୃଦ୍ଧି

"ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ-୨୦୨୬ ଶିକ୍ଷା ସତ୍ର ପାଇଁ ନୁତନ ନାମଲେଖା ଏବଂ ପୁନଃ ପଂଜୀକରଣ ପ୍ରକ୍ରିୟାର ଆରମ୍ଭ ଘୋଷଣା କରାଯାଇଛି।

ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ।

ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା କିମ୍ବା  ଉଚ୍ଚ ଶିକ୍ଷା ପାଇବାରୁ ବଂଚିତ ହୋଇଥିବା କୌଣସି ବୟସର ବ୍ୟକ୍ତି ବିଶେଷଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର) ପିଜି ଡିପ୍ଲୋମା, (ସ୍ନାତକୋତ୍ତର ଡିପ୍ଲୋମା) (ସାର୍ଟିଫିକେଟ୍ ଏବଂ ସେମିଷ୍ଟର-ଭିତ୍ତିକ କାର୍ଯ୍ୟକ୍ରମ ବ୍ୟତୀତ) ନାମଲେଖା ପ୍ରକ୍ରିୟା ଏବଂ ପୁନଃ ପଂଜୀକରଣ ପ୍ରକ୍ରିୟା ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ କିନ୍ତୁ ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ।Advertisment ଅଣ୍ଡର ଗ୍ରାଜୁଏଟ (ସ୍ନାତ୍ତକ) ପ୍ରୋଗ୍ରାମ, ଯଥା- କଳା (ସାଧାରଣ), ବିଜ୍ଞାନ (ସାଧାରଣ), ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି।

ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ,  ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ।

ଇଛୁକ ଛାତ୍ରଛାତ୍ରୀ ନୁତନ ପଂଜୀକରଣ ପ୍ରକ୍ରିୟା ପାଇଁ ଲିଙ୍କ https://ignouadmission.samarth.edu.in ଓ ପୁନଃ ପଂଜୀକରଣ ପ୍ରକ୍ରିୟା ପାଇଁ  ଲିଙ୍କ https://onlinerr.ignou.ac.in ଅନୁସରଣ କରିପାରିବେ କିମ୍ବା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ଇ-ମେଲ rcbhubaneswar@ignou.ac.in ମାଧ୍ୟମରେ ଯୋଗାଯୋଗ କରିପାରିବେ।

ସମସ୍ତ ପ୍ରକାର ଯୋଗାଯୋଗ ପାଇଁ ୦୬୭୪-୨୯୭୧୦୭୧  କିମ୍ବା ୦୬୭୪-୨୩୦୧୩୪୮ ଦୂରଭାଷ ନମ୍ବରରେ ଯୋଗାଯୋଗ କରିବା ପାଇଁ ଇଗ୍ନୋ ତରଫରୁ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼.

ମନୋଜ୍ କୁମାର ଦାଶ୍ ସୂଚନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)