Education Department: ବିବାଦରେ ଗଣଶିକ୍ଷା ବିଭାଗ: ବହି ଷଡ଼୍ଯନ୍ତ୍ର ପଛରେ କିଏ?
ଭୁବନେଶ୍ବର: ‘ତୁଙ୍ଗ ଶିଖରି ଚୁଳ କୁଞ୍ଜ କାନନ ମାଳ...’ର ଲେଖକ କିଏ? ସିଏ କେମିତି ଦେଖିବାକୁ? ପୁରୁଷ ନା ମହିଳା? ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ସେ ବିଷୟରେ ଜାଣିବାର ଅଧିକାର ନାହିଁ। ଜାତୀୟ ଶିକ୍ଷା ନୀତି (ଏନ୍ଇପି)-୨୦୨୦ ଆଧାରରେ ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରିଥିବା ପାଠ୍ୟପୁସ୍ତକରେ ଏ ବିଷୟରେ ଉଲ୍ଲେଖ ନାହିଁ। ସମ୍ପୂର୍ଣ୍ଣ କବିତା ଲେଖା ରହିଛି। ହେଲେ ଲେଖକଙ୍କ ନାମ କିମ୍ବା ଫଟୋ ଦିଆଯାଇ ନାହିଁ। ପରିଣାମ ସ୍ବରୂପ ଯେଉଁମାନଙ୍କ ପାଇଁ ପ୍ରତିଟି ଓଡ଼ିଆ ଗର୍ବିତ ତାଙ୍କ ବିଷୟରେ ଜାଣିବାର ଅଧିକାର ଭବିଷ୍ୟତ ପିଢ଼ିଙ୍କଠାରୁ ଛଡ଼ାଇ ନିଆଯାଇଛି। ନୂତନ ଭାବେ ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ କଳାଶିକ୍ଷା ପୁସ୍ତକ ‘କୃତି’ରେ ଏଭଳି ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଫଟୋ ବଦଳରେ ଭାରତୀୟ ପତାକା ସହ ବନ୍ଦେ ମାତରମ୍ ଲୋଗୋ ଲଗାଯାଇଛି। ଯେତେବେଳେ କି ଏହି ପୃଷ୍ଠାର ଅନ୍ୟ ଏକ କବିତାରେ ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ନାମ ସହ ଫଟୋ ରହିଛି। ଓଡ଼ିଆ ମହାପୁରୁଷଙ୍କ ନାମ ଓ ଫଟୋ ଦେବାକୁ ବିଭାଗୀୟ ଅଧିକାରୀମାନେ ହେୟଜ୍ଞାନ ମଣିଛନ୍ତି।
Neglect: କନ୍ଧମାଳର ଦୁର୍ଗମ ଗାଁରେ ପଡ଼ିଲା ବିଧାୟକଙ୍କ ପାଦ; ବଦଳିବ ଭାଗ୍ୟ?
ମହାପୁରୁଷଙ୍କୁ ବି ଛାଡ଼ିଲେନି
ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଭୁଲିଗଲେ
ପଞ୍ଚସଖାଙ୍କ ଫଟୋରେ ଗୁରୁଚଣ୍ଡାଳ ତ୍ରୁଟି
ଗଣିତ ପୁସ୍ତକକୁ ଗପ ବହି କରିଛନ୍ତି
ସେହି ପାଠ୍ୟପୁସ୍ତକରେ ଓଡ଼ିଶାର ପଞ୍ଚସଖାଙ୍କ ମଧ୍ୟରୁ ଜଗନ୍ନାଥ ଦାସ ଓ ଅଚ୍ୟୁତାନନ୍ଦ ଦାସଙ୍କ ଦୁଇଟି କବିତା ଯଥାକ୍ରମେ ‘ନମସ୍ତେ ପ୍ରଭୁ ଜଗନ୍ନାଥ’ ଓ ‘ଦୀନବନ୍ଧୁ’ ସ୍ଥାନ ପାଇଛି। ଏଥିରେ ଉଭୟ ବରପୁତ୍ରଙ୍କ ନାମ ଉଲ୍ଲେଖ ରହିଥିଲେ ମଧ୍ୟ ଫଟୋକୁ ନେଇ ବିବାଦ ମୁଣ୍ଡ ଟେକିଛି। ଅଚ୍ୟୁତାନନ୍ଦ ଦାସଙ୍କ ଫଟୋ ବଦଳରେ କଟକଜିଲ୍ଲା ନେମାଳସ୍ଥିତ ଅଚ୍ୟୁତାନନ୍ଦ ଗାଦିର ଫଟୋ ଦିଆଯାଇଛି। ଅନୁରୂପ ଭାବେ ଜଗନ୍ନାଥ ଦାସଙ୍କର ଯେଉଁ ଫଟୋ ଛପାଯାଇଛି ତାହା ବି ବଡ଼ ବିଚିତ୍ର ହୋଇଛି। ବିଭାଗ ପକ୍ଷରୁ ଜାରି ହୋଇଥିବା ସଂଶୋଧିତ ତାଲିକାରେ ଏ ସମ୍ପର୍କରେ ଉଲ୍ଲେଖ ନାହିଁ। ମହାପୁରୁଷ ଓ ବରପୁତ୍ରଙ୍କ ସମ୍ପର୍କରେ ଉଲ୍ଲେଖ ଥିବା ଏଭଳି ତ୍ରୁଟିକୁ ବିଭାଗୀୟ ଅଧିକାରୀମାନେ କିଭଳି ଜାଣିପାରିଲେ ନାହିଁ? ୫ମ ଶ୍ରେଣୀ ବହିରେ ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ରଚିତ କବିତା ‘ଅହମିୟା’ର ପ୍ରତି ଶଦ୍ଦରେ ଭୁଲ୍ ରହିଛି। ସେହିପରି ଡ. ଏଲ୍. ସୁବ୍ରମନ୍ୟମ୍ଙ୍କ ନାଁ ଡି.ଏଲ୍.ସୁବ୍ରମନ୍ୟମ୍, ସିଂହାରୀ ଶ୍ୟାମସୁନ୍ଦର କରଙ୍କ ନାମ ସିଂହାରୀ ଶ୍ୟାମାସୁନ୍ଦର କର, ପ୍ରଫେସର ରାମହରି ଦାସଙ୍କ ନାମ ପ୍ରଫେସର ରରାମହରି ଦାସ, ସୁନନ୍ଦା ପଟ୍ଟନାୟକଙ୍କ ନାମ ସନନ୍ଦା ପଟ୍ଟନାୟକ ଭଳି ଅନେକ ମାରାତ୍ମକ ତ୍ରୁଟି ରହଛି।
ପାଠ୍ୟପୁସ୍ତକରେ ବହୁ ଅବୈଜ୍ଞାନିକ ବିଷୟବସ୍ତୁ ଭର୍ତ୍ତି ହୋଇଛି। ଯେପରିକି ସାମାଜିକ ବିଜ୍ଞନ ପୁସ୍ତକରେ ‘ଭୂମି ପବିତ୍ର ହୁଏ କିପରି?’ରେ ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ, ଗ୍ରହ, ସମସ୍ତ ପ୍ରାଣୀ, ବୃକ୍ଷ, ଉଦ୍ଭିଦ, ନଦୀ, ସମୁଦ୍ର ହେଉଛି ଭଗବାନଙ୍କ ଶରୀରର ଅଙ୍ଗ ବୋଲି ଲେଖାଯାଇଛି। ଭୂଗୋଳରେ ଭୌଗୋଳିକ ଜ୍ଞାନ ଶିଳା, ବାରିମଣ୍ଡଳ, ଜୈବମଣ୍ଡଳ, ବାୟୁମଣ୍ଡଳ ଭୂମିରୂପ ଇତ୍ୟାଦି ବିଷୟକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇ ଭୌଗଳିକ ବିବିଧତା, ପାଣିପାଗ ମଧ୍ୟରେ ସୀମିତ ରଖାଯାଇଛି। ୮ମ ଶ୍ରେଣୀ ଗଣିତ ବହିର ଘାତ ବିଷୟରେ ‘ପଦଯାତ୍ରା ହେଉଛି ଧାର୍ମିକ କିମ୍ବା ଆଧ୍ୟାତ୍ମିକ ଅନୁସନ୍ଧାନର ଏକ ପାରମ୍ପରିକ ପ୍ରଥା। ଆମ ଦେଶର ବିଭିନ୍ନ ଧର୍ମର ଲୋକମାନେ ଭିନ୍ନ ଭିନ୍ନ ନାମ ଓ ଉଦ୍ଦେଶ୍ୟ ଥାଇ ଉପଯୁକ୍ତ ତୀର୍ଥଯାତ୍ରା କିମ୍ବା ଆଧ୍ୟାତ୍ମିକ ଯାତ୍ରାରେ ଚାଲିଥାନ୍ତି’ ବୋଲି ଉଲ୍ଲେଖ ହୋଇଛି। ଗଣିତ ବହିରୁ ଜ୍ୟାମିତି, ତ୍ରିକୋଣମିତି, ପରିମିତି, ସେଟ୍, ପଲିନୋମିଆଲ୍, ବ୍ୟବସାୟିକ ଗଣିତ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ କଢ଼ାଯାଇ ତାକୁ ଗଳ୍ପ ବହିରେ ପରିଣତ କରାଯାଇଥିବା ଶିକ୍ଷାବିତ୍ମାନେ କହିଛନ୍ତି।
Elephant: ସାହି ଭିତରେ ଦୀର୍ଘ ସମୟ ବୁଲିଲା ଦନ୍ତା, ଲୋକ ଭୟଭୀତ ଘର ଛାତ ଉପରକୁ ଚଢ଼ିଲେ
୭ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ