Editorial: ରାଷ୍ଟ୍ର ଗୀତ ଓ ଦେଶପ୍ରେମ

Aug 22, 2026 - 03:13
Editorial: ରାଷ୍ଟ୍ର ଗୀତ ଓ ଦେଶପ୍ରେମ

"ମୂଳ ଉଦ୍‌ବେଗଟି ହେଲା, ଆଲୋଚନା କାଳରେ ଏଭଳି ମତ ବିଭାଜନ କେବଳ ବୈଚାରିକ ସ୍ତରରେ ସୀମିତ ରହିବାର ଆଶା କ୍ଷୀଣ; କାରଣ ରାଜନୈତିକ ଉଚ୍ଚାଟ ଏହାକୁ ତୀବ୍ର କରିବ, ହୁଏତ ବ୍ୟକ୍ତିଗତ ଆ‌କ୍ଷେପ ଓ କୁତ୍ସାକୁ ମଧ୍ୟ ଜନ୍ମ ଦେବ।

କିନ୍ତୁ ଆଶା କରିବା ଯେ ଏହି କୋଳାହଳରେ "ରାଷ୍ଟ୍ର ଗୀତ"ର ରଚୟିତା ବଙ୍କିମ ଚନ୍ଦ୍ର ଏବଂ ଜାତୀୟ ସଂଗୀତର କବି ରବୀନ୍ଦ୍ର ନାଥ ପରସ୍ପରର ପ୍ରତିପକ୍ଷ ରୂପେ ପ୍ରଦର୍ଶିତ ହେବେ ନାହିଁ।Advertisment Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ "ଉଦ୍ୟମୀ ଶକ୍ତି" ଆମ ଦେଶର ରାଷ୍ଟ୍ର ଗୀତ "ବନ୍ଦେ ମାତରମ"ର ମାନ ଓ ଗାୟନକୁ କେନ୍ଦ୍ର କରି ସରକାରଙ୍କ ପକ୍ଷରୁ ଅଣାଯାଇଥିବା ସଂଶୋଧିତ ଗାଇଡଲାଇନ ଇତିମଧ୍ୟରେ ତୁମୂଳ ରାଜନୈତିକ ଆରୋପ-ପ୍ରତ୍ୟାରୋପ ସୃଷ୍ଟି କରିଛି।

ଯେଉଁ ଗୋଟିଏ ବିନ୍ଦୁକୁ ଘେନି ଏହି ବିବାଦ, ତାହା ହେଲା ନୂତନ ନିୟମାନୁସାରେ "ବନ୍ଦେ ମାତରମ" ପଦ୍ୟର ସମୁଦାୟ ଛଅଟି ଯାକ ପଦ ଗାୟନ କରାଯିବା ବାଧ୍ୟତାମୂଳକ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ତା"ର ଦଳୀୟ ସମାବେଶଗୁଡ଼ିକରେ "ରାଷ୍ଟ୍ର ଗୀତ"ର କେବଳ ପ୍ରଥମ ଦୁଇଟି ପଦ ବୋଲାଯିବ।

ସ୍ବାଭାବିକ ଭାବେ ଏହି କାରଣରୁ ଶାସକ ଦଳ ବିଜେପି ପକ୍ଷରୁ କଂଗ୍ରେସକୁ ଦେଶଦ୍ରୋହୀ ବୋଲି ଲାଂଛନା ଜର୍ଜର କରାଯାଇଛି।

ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ, ଯାହା ସୂକ୍ଷ୍ମ ବିବେଚନାବୋଧ ଓ କୋମଳ ଦୃଷ୍ଟି ଲୋଡ଼ିଥାଏ, ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ତେବେ, ପ୍ରାରମ୍ଭରେ, ନୂତନ ଗାଇଡଲାଇନ ସମ୍ବନ୍ଧରେ, ସଂ‌େକ୍ଷପରେ, ଅବତାରଣା କରାଯାଉ।

ପ୍ରଥମ ବିନ୍ଦୁଟି ହେଲା, ସରକାରୀ ଉତ୍ସବାନୁଷ୍ଠାନଗୁଡ଼ିକରେ "ରାଷ୍ଟ୍ର ଗୀତ" ଏବଂ "ଜାତୀୟ ସଂଗୀତ" (ଜନ ଗଣ ମନ) ଉଭୟଙ୍କୁ ବୋଲାଯିବା ପରିପ୍ରେକ୍ଷୀରେ ପ୍ରଥମେ "ରାଷ୍ଟ୍ର ଗୀତ"ର ଗାୟନ କରାଯିବ, ଯହିଁରେ ପୂର୍ଣ୍ଣାଙ୍ଗ ପଦ୍ୟଟି ୩ ମିନିଟ ୧୦ ସେକେଣ୍ଡ ଅବଧି ମଧ୍ୟରେ ବୋଲାଯିବ।

ଦ୍ବିତୀୟରେ, "ରାଷ୍ଟ୍ର ଗୀତ"ର ପରିବେଷଣ ସମୟରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ ପୂର୍ବକ "ସାବଧାନ ଭଙ୍ଗୀ"ରେ ଦଣ୍ଡାୟମାନ ରହିବାକୁ ହେବ; ଯହିଁରେ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଭଳି ମୁୁଷ୍ଟିମେୟ ସ୍ଥାନକୁ ବ୍ୟତିକ୍ରମ ଭାବେ ଉଲ୍ଲେଖ କରାଯାଇଛି।

ତୃତୀୟରେ, ବିଦ୍ୟାଳୟଗୁଡ଼ିକରେ ନିୟମିତ ଭାବେ "ରାଷ୍ଟ୍ର ଗାନ" ଗାୟନର ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯିବ।

ଚତୁର୍ଥରେ "ରାଷ୍ଟ୍ର ଗୀତ"ର ଗାୟନରେ ବାଧା ସୃଷ୍ଟିର ଉଦ୍ୟମକୁ ଆଇନ ଅନୁସାରେ ଦଣ୍ଡନୀୟ କରାଯିବ।

ଉଲ୍ଲେଖଯୋଗ୍ୟ ‌େଯ ଚଳିତ ବର୍ଷ, ଏହି ମହାନ ଗୀତ ଦେଢ଼ ଶହ ପୂରଣ କରୁଥିବା ବେଳେ, ତାହାକୁ ଅଧିକ ମର୍ଯ୍ୟାଦା ପ୍ରଦାନ କରିବା କଳ୍ପେ ନୂତନ ନିୟମାବଳୀର ଆବିର୍ଭାବ ସ୍ବାଭାବିକ ଭଳି ମନେ ହୋଇଥାଏ।

କହିବା ଅନାବଶ୍ୟକ ଯେ ସ୍ବାଧୀନତା ସଂଗ୍ରାମ କାଳରେ "ବନ୍ଦେ ମାତରମ"ର ମୁକ୍ତ କଣ୍ଠୀ ଗାୟନ କେବଳ ଯେ ଦେଶାତ୍ମବୋଧର ଅପୂର୍ବ ଉର୍ଜା, ପୁଲକ ଓ ରୋମାଞ୍ଚ ‌େଯାଗାଇଥିଲା, ତାହା ନୁହେଁ; ଏହାର କେବଳ ପ୍ରଥମ ଦୁଇଟି ଶବ୍ଦ ଅର୍ଥାତ୍‌ "ବନ୍ଦେ ମାତରମ" ପରିଣତ ହୋଇଯାଇଥିଲା ଗଗନଭେଦୀ "ଯୁଦ୍ଧ ରବ"ରେ!

ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ "ବନ୍ଦେ ମାତରମ" ସଂପର୍କିତ ନୂତନ ଗାଇଡଲାଇନକୁ ପୂର୍ଣ୍ଣ ସ୍ବୀକୃତି ପ୍ରଦାନ କରିବାରେ କଂଗ୍ରେସର କୁଣ୍ଠା କାହିଁକି?ଅବଶ୍ୟ, କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସରକାରୀ ଉତ୍ସବାନୁଷ୍ଠାନ ବେଳେ "ରାଷ୍ଟ୍ର ଗୀତ" ଗାୟନ ସଂପର୍କିତ ନୂତନ ନିୟମକୁ ନେଇ ଦଳର କୌଣସି ଆପତ୍ତି ନାହିଁ; କେବଳ ଯାହା ଦଳୀୟ କାର୍ଯ୍ୟକ୍ରମରେ ସେହି ଗୋଟିଏ ନିୟମର ସାମାନ୍ୟ ଊଲ୍ଲଂଘନ କରାଯିବ, ଅର୍ଥାତ୍‌, "ରାଷ୍ଟ୍ର ଗୀତ"ର କେବଳ ପ୍ରଥମ ଦୁଇଟି ପଦକୁ ବୋଲାଯିବ, ଯେମିତି ଏ ଯାବତ୍‌ ସାରା ଦେଶରେ ପ୍ରଚଳିତ ହୋଇ ଆସୁଥିଲା।

ପ୍ରକାଶ ଥାଉ କି ଦଳର ଏଭଳି ବିଚାର ଛିଡ଼ା ହୋଇଥାଏ ଏକ ଐତିହାସିକ ଆଧାର ଉପରେ, ଯାହାକୁ ନିର୍ମାଣ କରିଥିଲା ୧୯୩୭ ମସିହାରେ, ଅଣାନବେ ବର୍ଷ ପୂର୍ବେ, ମହାତ୍ମା ଗାନ୍ଧୀ, ଜୱାହରଲାଲ ନେହରୁ, ବଲ୍ଲଭଭାଇ ପଟେଲ, ସୁଭାଷ ଚନ୍ଦ୍ର ବୋଷ ଓ ମୌଲାନା ଆଜାଦଙ୍କ ଭଳି କଂଗ୍ରେସର ତୁଙ୍ଗ ନେତାମାନଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି; କାରଣ ତହିଁରେ ନିହିତ ଥିଲା ଏକ ଆଶଙ୍କା ଯେ ପଦ୍ୟର ଅବଶିଷ୍ଟାଂଶରେ ଥିବା ହିନ୍ଦୁ ଧର୍ମଧାରାରୁ ଆହରିତ ଉପମା ଓ ପ୍ରତୀକ, ହୁଏତ, ଗାୟନ କାଳରେ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟଙ୍କ ସକାଶେ ଅସ୍ବସ୍ତିକର, ଏପରିକି ଅଗ୍ରାହ୍ୟ ମଧ୍ୟ ହୋଇପାରେ।

ସେହି ସମୟରେ ଏହି ନିଷ୍ପତ୍ତିକୁ ସମର୍ଥନ ପ୍ରଦାନ କରିଥିଲେ ବିଶ୍ବକବି ରବୀନ୍ଦ୍ର ନାଥ ଟାଗୋର।

ଉଲ୍ଲେଖଯୋଗ୍ୟ ଯେ ସେହି ବର୍ଷ "କଂଗ୍ରେସ କାର୍ଯ୍ୟକାରୀ କମିଟି" ଦ୍ବାରା "ବନ୍ଦେ ମାତରମ"କୁ "ରାଷ୍ଟ୍ର ଗୀତ"ର ସ୍ବୀକୃତି ପ୍ରଦାନ କରାଯାଇଥିଲା ଏବଂ ଜାତୀୟ ସଂଗୀତ ସହିତ ସମତୁଲ ମର୍ଯ୍ୟାଦା ଓ ଶ୍ରେଷ୍ଠତ୍ବ ଆରୋପଣ କରାଯାଇଥିଲା, ଯେଉଁ ସ୍ଥିତି ଏ ଯାବତ ରହି ଆସିଛି।

ତେଣୁ କଂଗ୍ରେସ ପକ୍ଷରୁ ପାଲଟା ପ୍ରଶ୍ନ କରାଯାଇଥାଏ ଯେ "ଦେଶ ପ୍ରେମ" ଓ "ବନ୍ଦେ ମାତରମ" ପ୍ରତି ଅନୁରକ୍ତିକୁ ଅଧିକ ପ୍ରାଞ୍ଜଳ କରିବା ସକାଶେ ଆଉ କେଉଁ ପ୍ରମାଣର ଆବଶ୍ୟକତା ରହିଛି?

Neglect: ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିର ହେଉନି ସୁଧାର ଏହି ତର୍କ-ବିତର୍କ କାଳରେ ଗୋଟିଏ ପକ୍ଷର ମତ ଶୁଭେ ଯେ ଜାତୀୟ ସଂଗୀତଟି ପାଞ୍ଚ ପଦ ବିଶିଷ୍ଟ କବିତା "ଭାରତ ଭାଗ୍ୟ ବିଧାତା"ର କେବଳ ମାତ୍ର ଗୋଟିଏ (ପ୍ରଥମ) ପଦ ହୋଇଥିବା ବେଳେ "ରାଷ୍ଟ୍ର ଗୀତ" ପରିପ୍ରେକ୍ଷୀରେ ପ୍ରଥମ "ଦୁଇ ପଦ"କୁ ଗ୍ରହଣ କରିବାରେ ବିଶେଷ ଅସଂଗତି ନ ଥାଏ।

ସେମାନେ କହିଥାଆନ୍ତି ଯେ କ୍ଷୁଦ୍ରତା କାରଣରୁ ଜାତୀୟ ସଂଗୀତଟି ପ୍ରତ୍ୟେକ ଭାରତୀୟଙ୍କ ହୃଦୟସ୍ଥ, କଣ୍ଠସ୍ଥ ଓ ମୁଖସ୍ଥ ହୋଇ ଜିହ୍ବାଗ୍ରେ ରହିଛି, ଯାହା ଛଅ ପଦ ବିଶିଷ୍ଟ ପୂର୍ଣ୍ଣାଙ୍ଗ "ରାଷ୍ଟ୍ର ଗୀତ" ସଂଦର୍ଭରେ ଆଦୌ ସମ୍ଭବ ନୁହେଁ।

ଦ୍ବିତୀୟରେ, ଗାୟନ ଅବଧିର ଦୀର୍ଘତା ଦୃଷ୍ଟିରୁ "ରାଷ୍ଟ୍ର ଗୀତ" ଲୋଡୁଥିବା ଭଳି ଯଥୋଚିତ ଏକାଗ୍ରତା ଓ ନିବିଷ୍ଟତା ହୁଏତ ଶ୍ରୋତାମାନଙ୍କ ମଧ୍ୟରେ ସର୍ବଦା ସମ୍ଭବ ହୋଇ ନ ପାରେ, ଯାହା ସେମାନଙ୍କ ଅଲକ୍ଷ୍ୟରେ "ରାଷ୍ଟ୍ର ଗୀତ" ଲାଗି ଅବମାନନାମୂଳକ ପରିସ୍ଥିତି ସୃଷ୍ଟି କରିବ।

କିନ୍ତୁ, ପୂର୍ଣ୍ଣାଙ୍ଗ "ରାଷ୍ଟ୍ର ଗୀତ"ର ସମର୍ଥକମାନେ ଖଣ୍ଡିତ ଅଭିବ୍ୟକ୍ତି (ପ୍ରଥମ ଦୁଇ ପଦ) ସହିତ ଆଦୌ ସନ୍ଧି କରି ନ ଥାଆନ୍ତି; ସେମାନଙ୍କ ମତରେ ଏହା "ରାଷ୍ଟ୍ର ଗୀତ"ର ପବିତ୍ରତାର ହନନ ଏବଂ ସାଂପ୍ରଦାୟିକ ସଂକୀର୍ଣ୍ଣତାକୁ ଅତିକ୍ରମ କରି ମହାଭାରତୀୟ ଚେତନାରେ ପ୍ରବେଶ କରୁଥିବାରୁ "ବନ୍ଦେ ମାତରମ"ର ସଂପୂର୍ଣ୍ଣ ଗାୟନରେ କୌଣସି ଆପତ୍ତି ରହିବା ଉଚିତ ନୁହେଁ।

ତେବେ, ସେ ଯାହା ହେଉ, ମୂଳ ଉଦ୍‌ବେଗଟି ହେଲା, ଆଲୋଚନା କାଳରେ ଏଭଳି ମତ ବିଭାଜନ କେବଳ ବୈଚାରିକ ସ୍ତରରେ ସୀମିତ ରହିବାର ଆଶା କ୍ଷୀଣ; କାରଣ ରାଜନୈତିକ ଉଚ୍ଚାଟ ଏହାକୁ ତୀବ୍ର କରିବ, ହୁଏତ ବ୍ୟକ୍ତିଗତ ଆ‌କ୍ଷେପ ଓ କୁତ୍ସାକୁ ମଧ୍ୟ ଜନ୍ମ ଦେବ।

କିନ୍ତୁ ଆଶା କରିବା ଯେ ଏହି କୋଳାହଳରେ "ରାଷ୍ଟ୍ର ଗୀତ"ର ରଚୟିତା ବଙ୍କିମ ଚନ୍ଦ୍ର ଏବଂ ଜାତୀୟ ସଂଗୀତର କବି ରବୀନ୍ଦ୍ର ନାଥ ପରସ୍ପରର ପ୍ରତିପକ୍ଷ ରୂପେ ପ୍ରଦର୍ଶିତ ହେବେ ନାହିଁ।

ବାସ୍ତବତାଟି ହେଲା, ବଙ୍କିମ ଚନ୍ଦ୍ର ଏବଂ ତାଙ୍କ ଠାରୁ ତେଇଶ ବର୍ଷ କନିଷ୍ଠ ଅନୁଜପ୍ରତିମ ରବୀନ୍ଦ୍ର ନାଥ ପ୍ରକୃତରେ ଏକ ଓ ଅଭିନ୍ନ ଜଳ ଧାର, ଉଭୟ ବଙ୍ଗ ରେନେସାଁର ଉପଜ ଓ ପ୍ରବାଦ ପୁରୁଷ ଏବଂ ନିଜ ସମୟରେ ଏମାନେ ଥିଲେ ପରସ୍ପର ପ୍ରତି ପ୍ରଗାଢ଼ ଭାବେ ଶ୍ରଦ୍ଧାଶୀଳ।

ପରିଶେଷରେ ଆସିବା ସେହି ରାଜନୈତିକ ବିଚାରକୁ ଯାହା "ରାଷ୍ଟ୍ର ଗୀତ"ର ଗାୟନକୁ "ଦେଶପ୍ରେମ"ର ମୋହର ତୁଲ୍ୟ ଦେଖିଥାଏ।

ଆମ ଧାରଣା ଓ ବିଶ୍ବାସରେ ଆମ ଦେଶ ହେଉଛି ଆମ ସଭିଁଙ୍କ ଜନନୀ।

ତେଣୁ ପ୍ରଶ୍ନ ଉଠେ ଯେ ଏହି ଜନନୀ କ"ଣ ତା" ସନ୍ତାନମାନଙ୍କ ଠାରୁ ପ୍ରେମ ପ୍ରଦର୍ଶନର ପ୍ରମାଣ ଲୋଡ଼ିବ? "ରାଷ୍ଟ୍ରଗୀତ"କୁ ମୁହଁରେ ନ ବୋଲି, ହୃଦୟରେ ଧରି ରଖି, ଦେଶ ନିର୍ମାଣରେ ବ୍ରତୀ ଥିବା କୌଣସି ନିରବ ନାଗରିକକୁ ତା" "ଦେଶପ୍ରେମ" ସାବ୍ୟସ୍ତ କରିବା ଲାଗି "ରାଷ୍ଟ୍ର ଗୀତ"କୁ ସଂପୂର୍ଣ୍ଣ ବୋଲିବା କ"ଣ ଅନିବାର୍ଯ୍ୟ ହେବ?

ପୂର୍ଣ୍ଣାଙ୍ଗ "ରାଷ୍ଟ୍ର ଗୀତ" ହେଉ ବା ପ୍ରଥମ ଦୁଇ ପଦ ଅଥବା କେବଳ ପ୍ରଥମ ଦୁଇଟି ଶବ୍ଦର ଉଚ୍ଚାରଣ ଯଦି ଶରୀରରେ ବୈଦ୍ୟୁତିକ ଶିହରଣ ସଂଚାର କରିପାରିଲା, ତେବେ ସେତିକି କ"ଣ ଯଥେଷ୍ଟ ନୁହେଁ?"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)