Editorial: ମଦ ଗଧିଆ
"ମଦ୍ୟପାନର ସାମାଜିକ କ୍ଷତି ଏଭଳି ଗୁରୁତର ହୋଇଥିବା ବେଳେ ଏହାକୁ କେବଳ ଏକ ବ୍ୟକ୍ତିଗତ ପସନ୍ଦ ରୂପେ ବିଚାର କରି ମଦ୍ୟପକୁ ବ୍ୟକ୍ତିସ୍ବାଧୀନତା ପ୍ରଦାନ କରାଯାଇ ପାରିବ ନାହିଁ।
ବ୍ୟକ୍ତିସ୍ବାଧୀନତା ଧାରଣାର ମୁଖ୍ୟ ପ୍ରବର୍ତ୍ତକ ଦାର୍ଶନିକ ଜନ୍ ଷ୍ଟୁଆର୍ଟ ମିଲ୍ ସେଥିପାଇଁ "କ୍ଷତି ନିୟମ" ବା "ହାର୍ମ ପ୍ରିନ୍ସିପ୍ଲ"ର ମଧ୍ୟ ପରିକଳ୍ପନା କରିଥିଲେ, ଯାହା ଅନୁସାରେ ବ୍ୟକ୍ତିର ଯେଉଁ ସ୍ବାଧୀନ କାର୍ଯ୍ୟ ଯୋଗୁଁ ସମାଜ କ୍ଷତିଗ୍ରସ୍ତ ହୋଇଥାଏ, ସେଭଳି ସ୍ବାଧୀନତାକୁ ସଂକୁଚିତ କରିବା ହେଉଛି ସମାଜର ଦାୟିତ୍ବ।Advertisment Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ ସଂସାରରେ ଯେତେସବୁ ଅସାଧ୍ୟ କାର୍ଯ୍ୟ ରହିଛି, ସେଥିରେ ନିଶ୍ଚିତ ରୂପେ ଯାହା ହେଉଛି ଅଗ୍ରଗଣ୍ୟ, ତାହା ହେଲା ମଦଠାରୁ ମଦୁଆକୁ ବିଚ୍ଛିନ୍ନ କରିବାର ଅପଚେଷ୍ଟା।
ଏହି ଉଦ୍ୟମକୁ ଭଣ୍ଡୁର କରିବା ନିମିତ୍ତ କିପରି ବିଭିନ୍ନ ସୃଜନଶୀଳ କୌଶଳମାନ ଅବଲମ୍ବନ କରାଯାଇଥାଏ, ତାହାର ଏକ ସଦ୍ୟତମ ଉଦାହରଣ ସ୍ବରୂପ ଏକ ତାଜା ଖବର ଅନୁସାରେ ସଂପୂର୍ଣ୍ଣ ନିଶା ନିବାରଣ ବଳବତ୍ତର ଥିବା ଶୁଷ୍କ ରାଜ୍ୟ ବିହାରରେ କୃଷି କାର୍ଯ୍ୟରେ ନିୟୋଜିତ ଥିବା ଟ୍ରାକ୍ଟରରେ ଲୁଚାଇ କରି ମଦ ବୋତଲ ପରିବହନ କରାଯାଉଥିବା ଧରାପଡ଼ିଛି।
ଏଇଭଳି ବିଭିନ୍ନ ଚତୁର କୌଶଳମାନଙ୍କ ମଧ୍ୟରୁ ଦୀର୍ଘ କାଳ ଧରି ଆମ ଦେଶରେ ଅନୁସୃତ ହୋଇ ଆସୁଥିବା ଆଉ ଏକ ଏପରି କୌଶଳ ଅଛି ଯାହାକୁ ଆମେ "ଗଧିଆ-ମେଣ୍ଢାଛାଲ" କୌଶଳ ନାମରେ ଅଭିହିତ କଲେ ଭୁଲ୍ ହେବ ନାହିଁ।ଗଧିଆଟିଏ ମେଣ୍ଢାଛାଲ ପରିଧାନ କରି ମେଣ୍ଢାପଲରେ ପଶିଯାଇ ଚୁପ୍ଚାପ୍ ସେମାନଙ୍କ ମଧ୍ୟରୁ କେତେକଙ୍କୁ ତା"ର ଆହରରେ ପରିଣତ କରିଥିବା ପରି ଏଇ କୌଶଳ ଅନୁସାରେ ମଦ ଯେଉଁ ଛଦ୍ମବେଶ ପରିଧାନ କରି ନିର୍ବିରୋଧରେ ମଦ୍ୟାଶକ୍ତମାନଙ୍କୁ କବଳିତ କରିଥାଏ, ତାହା ହେଲା- ଔଷଧ।
ଜଣାଶୁଣା ଭାବରେ ବଜାରରେ ଏପରି କେତେକ ଔଷଧ ଉପଲବ୍ଧ ହୋଇଥାଏ, ଯେଉଁଥିରେ ଏପରି ଏକ ଉଚ୍ଚ ଅନୁପାତରେ କେତେକ ଜାତୀୟ ମଦର ମୁଖ୍ୟ ଉପାଦାନ ଇଥାଇଲ୍ ଆଲ୍କହଲ ଉପସ୍ଥିତ ଥାଏ, ଯାହା ସେବନକାରୀମାନଙ୍କୁ ମଦ୍ୟପାନର ଏକ କାମଚଳା ଆନନ୍ଦ ପ୍ରଦାନ କରିଥାଏ।
କେନ୍ଦ୍ର ସରକାର ଶେଷରେ ଅନେକ କାଳ ପରେ ଏବେ ସେ ସମ୍ବନ୍ଧରେ ସଚେତନ ହୋଇ ସେଇ ଗଳାବାଟ ବନ୍ଦ କରି ମେଣ୍ଢାପଲରେ ଛଦ୍ମବେଶୀ ଗଧିଆର ପ୍ରବେଶରେ ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ଦେଶରେ ବଳବତ୍ତର ଥିବା "ଡ୍ରଗ୍ସ ରୁଲ୍ସ, ୧୯୪୫"ରେ ସଂଶୋଧନ ଘଟାଇଛନ୍ତି।ଏଇ ସଂଶୋଧିତ ନିୟମ ଅନୁସାରେ ଏଣିକି ଯେଉଁ ଔଷଧ ସବୁରେ ୧୨ ଶତାଂଶରୁ ଅଧିକ ଅନୁପାତରେ ଇଥାଇଲ୍ ଆଲ୍କହଲ ଉପସ୍ଥିତ ଥିବ, ସେଇ ସବୁ ଔଷଧକୁ ୩୦ ମି.ଲି.
ଠାରୁ ଅଧିକ ପରିମାଣରେ ବିକ୍ରୟ କରାଯାଇ ପାରିବ ନାହିଁ।
ଏହା ବ୍ୟତୀତ ଏଇଭଳି ଔଷଧମାନଙ୍କୁ ବର୍ତ୍ତମାନ "ଏଚ୍-୧ ସିଡ୍ୟୁଲ୍"ରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଫଳରେ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ବିନା ଏହାର ବିକ୍ରୟ କରାଯାଇ ପାରିବ ନାହିଁ।
ସେହିପରି ଏଣିକି ସଂପୃକ୍ତ ଫାର୍ମାସିମାନଙ୍କୁ ଏଇଭଳି ଔଷଧ ବିକ୍ରୟ ପାଇଁ କେତେକ ନୂତନ ଜଞ୍ଜାଳର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ, ଯେମିତି ତାଙ୍କୁ ପ୍ରତ୍ୟେକ ଔଷଧ ବୋତଲ ବିକ୍ରୟ ସଂପର୍କିତ ବିଭିନ୍ନ ଟିକିନିଖି ସୂଚନା ଲିପିବଦ୍ଧ କରିବାକୁ ପଡ଼ିବ, ଯେଉଁଥିରେ ଅନ୍ତର୍ଭୁକ୍ତ ରୋଗୀଙ୍କ ନାମ, ଡାକ୍ତରଙ୍କ ନାମ, ବିକ୍ରୟ ପରିମାଣ, ତାରିଖ ଆଦି।
ସେତିକି ନୁହେଁ, ଏଇ ବିକ୍ରୟ ବିବରଣୀକୁ ତିନି ବର୍ଷ ପାଇଁ ସାଇତି ରଖିବାକୁ ହେବ।
ଯଦି ମଦ୍ୟପମାନେ ଅନେକଗୁଡ଼ିଏ ୩୦ ମି.ଲି.ବାଲା ବୋତଲ କ୍ରୟ କରି ଆଇନକୁ ଆଖିମିଟିକା ମାରିବେ ବୋଲି ଭାବୁଥାନ୍ତି, ତା"ହେଲେ ଏଇ ଅତିରିକ୍ତ ଆବଶ୍ୟକତା ଫାର୍ମାସି ବା ଔଷଧ ଦୋକାନମାନଙ୍କୁ ସେମାନଙ୍କ ସହିତ ସହଯୋଗ କରିବାରୁ ନିରୁତ୍ସାହିତ କରିବ।ଏହା ଅବଶ୍ୟ ସତ ଯେ କେତେକ ରୋଗର ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଉଥିବା ଔଷଧରେ ଆଲ୍କହଲ ଏକ ଆବଶ୍ୟକ ଉପାଦାନ ରୂପେ ବ୍ୟବହୃତ ହୋଇଥାଏ, ଯେମିତି ଏକ ଦ୍ରାବକ କିମ୍ବା ସଂରକ୍ଷଣର ମାଧ୍ୟମ ରୂପରେ।
ସମସ୍ୟା ଉପୁଜିଥାଏ, ଯେତେବେଳେ ଏହାର ଆଢୁଆଳରେ କେତେକ ଶ୍ରେଣୀର ମଦ୍ୟପାନକାରୀମାନେ ମଦ କ୍ରୟ ସଂପର୍କିତ କେତେକ ସାମାଜିକ ଓ ବୈଧାନିକ ନିୟନ୍ତ୍ରଣକୁ ଏଡ଼ାଇବା ଉଦ୍ଦେଶ୍ୟରେ ଔଷଧ ନାମ ବହନ କରୁଥିବା ମଦ କ୍ରୟ କରିବା ପାଇଁ ଏକ ସୁଯୋଗ ପାଇଯାଇଥାନ୍ତି, ଯେମିତି ଅପ୍ରାପ୍ତ ବୟସ୍କ ନିଶା ସେବନକାରୀ କିମ୍ବା ମାତାଲମାନେ।
ଏହା ବସ୍ତୁତଃ ଔଷଧ ଦୋକାନକୁ ପରିଣତ କରିଦେଇଥାଏ ମଦ ଦୋକାନରେ।
ନୈତିକତା ଦୃଷ୍ଟିରୁ ବିଚାର କଲେ ଔଷଧ କ୍ରୟ ପାଇଁ ଯାଇଥିବା ଜଣେ ରୋଗୀ ଓ ନିଶା ଦ୍ରବ୍ୟ କ୍ରୟ କରିବାକୁ ଯାଇଥିବା ଜଣେ ମଦ୍ୟପ ଏକତ୍ର ଏକ ଔଷଧ ଦୋକାନ କାଉଣ୍ଟର୍ରେ ଛିଡ଼ାହେବା ଗ୍ରହଣୀୟ ନୁହେଁ।ଜନସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଦେଖିଲେ, ସମାଜରେ ମଦ୍ୟପାନର ସଂକୋଚନ ନିମିତ୍ତ ଗ୍ରହଣ କରାଯାଉଥିବା ଯେ କୌଣସି ଉଦ୍ୟମ ହେଉଛି ସର୍ବଦା ସ୍ବାଗତଯୋଗ୍ୟ।
ଆଲ୍କହଲ ସେବନ ସ୍ବାସ୍ଥ୍ୟ ପାଇଁ କିଭଳି କ୍ଷତିକାରକ ହୋଇଥାଏ ତାହା ଅସୁମାରି ସ୍ବାସ୍ଥ୍ୟ ଗବେଷକମାନଙ୍କ ଦ୍ବାରା ସାବ୍ୟସ୍ତ ହୋଇସାରିଛି, ଯେଉଁ କ୍ଷତି ତାଲିକାେର ଅନ୍ତର୍ଭୁକ୍ତ- ହୃଦ୍ରୋଗ, ଯକୃତ ସିରୋସିସ୍, କ୍ୟାନ୍ସର୍, ମସ୍ତିଷ୍କ ବ୍ୟାଧି, ମାନସିକ ବ୍ୟାଧି ଓ ଦୁର୍ଘଟଣା ପ୍ରବଣତା ଆଦି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ("ହୁ") ସେଇଥିପାଇଁ ଆଲ୍କହଲ ସେବନକୁ ଉଭୟ ରୋଗ ଓ ସାମାଜିକ କ୍ଷତିର ଏକ ମାଧ୍ୟମ ରୂପେ ଅଭିହିତ କରିଛି।
ଏହା ହିଁ ହେଉଛି ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ମଦ୍ୟପାନ ବିରୁଦ୍ଧରେ ଦେଖାଯାଉଥିବା ଜନ ଆକ୍ରୋଶ, ବିଶେଷ କରି ମହିଳାମାନଙ୍କ ବିରୋଧର କାରଣ।
Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ ମଦ୍ୟପାନର ସାମାଜିକ କ୍ଷତି ଏଭଳି ଗୁରୁତର ହୋଇଥିବା ବେଳେ ଏହାକୁ କେବଳ ଏକ ବ୍ୟକ୍ତିଗତ ପସନ୍ଦ ରୂପେ ବିଚାର କରି ମଦ୍ୟପକୁ ବ୍ୟକ୍ତିସ୍ବାଧୀନତା ପ୍ରଦାନ କରାଯାଇ ପାରିବ ନାହିଁ।
ବ୍ୟକ୍ତିସ୍ବାଧୀନତା ଧାରଣାର ମୁଖ୍ୟ ପ୍ରବର୍ତ୍ତକ ଦାର୍ଶନିକ ଜନ୍ ଷ୍ଟୁଆର୍ଟ ମିଲ୍ ସେଥିପାଇଁ "କ୍ଷତି ନିୟମ" ବା "ହାର୍ମ ପ୍ରିନ୍ସିପ୍ଲ"ର ମଧ୍ୟ ପରିକଳ୍ପନା କରିଥିଲେ, ଯାହା ଅନୁସାରେ ବ୍ୟକ୍ତିର ଯେଉଁ ସ୍ବାଧୀନ କାର୍ଯ୍ୟ ଯୋଗୁଁ ସମାଜ କ୍ଷତିଗ୍ରସ୍ତ ହୋଇଥାଏ, ସେଭଳି ସ୍ବାଧୀନତାକୁ ସଂକୁଚିତ କରିବା ହେଉଛି ସମାଜର ଦାୟିତ୍ବ।
ଅନେକ ସମୟରେ ଦେଖାଯାଇଥାଏ ପାରିବାରିକ ହିଂସାକାଣ୍ଡରୁ ସଡ଼କ ଦୁର୍ଘଟଣା ପର୍ଯ୍ୟନ୍ତ, ଧର୍ଷଣ ଭଳି ଜଘନ୍ୟ ଅପରାଧରୁ କାର୍ଯ୍ୟାଳୟରେ ଅନୁପସ୍ଥିତି ଆଦି ପର୍ଯ୍ୟନ୍ତରେ ଯାହାର ଏକ ମୁଖ୍ୟ ଭୂମିକା ଉପସ୍ଥିତ ଥାଏ, ତାହା ହେଉଛି- ଆଲ୍କହଲ ସେବନ ଅର୍ଥାତ୍ ମଦ୍ୟପାନ।ତେଣୁ ଯେତେବେଳେ ଔଷଧ ଭଳି ମନୁଷ୍ୟର ଏକ ଯନ୍ତ୍ରଣା ଉପଶମକାରୀ କିମ୍ବା ଜୀବନରକ୍ଷାକାରୀ ପଦାର୍ଥକୁ ଧାରଣ କରୁଥିବା ଏକ ବୋତଲ ଭିତରେ ମଦ ନାମକ ଏଇ ଭୟଙ୍କର ଭୂତ ଆତ୍ମଗୋପନ କରିଥିବା ଜଣାପଡ଼େ, ତାହା ଘୋର ଚିନ୍ତାଜନକ ହୋଇଥାଏ।
କୌଣସି ଜନମଙ୍ଗଳ ରାଷ୍ଟ୍ରରେ ଏଭଳି ଏକ ମିଥ୍ୟାଚାର ଗ୍ରହଣୀୟ ହୋଇପାରିବ ନାହିଁ।
ଏହା ତେଣୁ ଆମକୁ ଆଶ୍ବସ୍ତ କରିଥାଏ ଯେ, ଦୀର୍ଘ କାଳ ଧରି ଭାରତରେ ଏକାଧିକ ସରକାରମାନ ଏଥିପ୍ରତି ଉଦାସୀନ ରହିଆସିବା ପରେ ବର୍ତ୍ତମାନ ଯେତେଦୂର ସମ୍ଭବ ବୋତଲ ଭିତରୁ ସେଇ ମଦ ଭୂତକୁ ସହଜରେ ବାହାରିବାକୁ ନ ଦେବା ପାଇଁ ସରକାର ତା"ର ଠିପିକୁ ଏଭଳି ଆଉ ଟିକିଏ ଭିଡ଼ି ଦେବାକୁ ନିଷ୍ପତ୍ତି ନେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।