Editorial: ପିଲାଙ୍କ ପାଠ୍ୟପୁସ୍ତକ କେମିତି ହେବ: ଗୌରାଙ୍ଗ ଚରଣ ପରିଡ଼ାଙ୍କ ସମ୍ପାଦକୀୟ ଗାନ୍ଧୀ ଦୃଷ୍ଟିରେ ପଢ଼ନ୍ତୁ ଏଥର...

Jul 25, 2026 - 18:21
Editorial: ପିଲାଙ୍କ ପାଠ୍ୟପୁସ୍ତକ କେମିତି ହେବ: ଗୌରାଙ୍ଗ ଚରଣ ପରିଡ଼ାଙ୍କ ସମ୍ପାଦକୀୟ ଗାନ୍ଧୀ ଦୃଷ୍ଟିରେ ପଢ଼ନ୍ତୁ ଏଥର...

"ପିଲାଙ୍କ ପାଠ୍ୟପୁସ୍ତକ କେମିତି ହେବ ଗୌରାଙ୍ଗ ଚରଣ ପରିଡ଼ା ଗାନ୍ଧୀ ଦୃଷ୍ଟି ଗାନ୍ଧୀଙ୍କୁ ଥରେ ପ୍ରଶ୍ନ କରାଯାଇଥିଲା, “ବାପୁ, "ଶିକ୍ଷା ଏକ ଜ୍ଞାନ ଯାହା ମୁକ୍ତି ଦିଏ", ଶିକ୍ଷାର ଏ ସଂଜ୍ଞାକୁ ଆପଣ କେମିତି ଅର୍ଥ କରନ୍ତି?"" ଗାନ୍ଧୀଙ୍କ ଉତ୍ତର ଥିଲା, “ମୋ ମତରେ ଜ୍ଞାନ ଏଠି ଅଧ୍ୟାତ୍ମିକ ଜ୍ଞାନ ନୁହେଁ, କିମ୍ବା ମୁକ୍ତି ଏଠି ମୋକ୍ଷ ବା ନିର୍ବାଣ ନୁହେଁ।

ଯେଉଁ ଶିକ୍ଷା ବଞ୍ଚିବା ପାଇଁ ପ୍ରଶିକ୍ଷଣ ଦେଇଥାଏ ଏବଂ ଭୋକ, ଭୟ ଓ ଅନ୍ଧବିଶ୍ୱାସର ଦାସତ୍ୱରୁ ମୁକ୍ତି ଦେଇ ସ୍ୱାବଲମ୍ବୀ ଓ ସଶକ୍ତ କରିଥାଏ, ତାହା ହିଁ ପ୍ରକୃତ ଶିକ୍ଷା, ପ୍ରକୃତ ଜ୍ଞାନ ଓ ମୁକ୍ତି।

ଏହି ପ୍ରଶିକ୍ଷଣ କିନ୍ତୁ ପ୍ରାଥମିକ ଶିକ୍ଷାରୁ ଆରମ୍ଭ ହେବା ଦରକାର, କାରଣ ପ୍ରାଥମିକ ଶିକ୍ଷା ହେଉଛି ଶିକ୍ଷାର ମୂଳପିଣ୍ଡ।"" Advertisment ୧୯୩୩ ଡିସେମ୍ବର ୧ ତାରିଖ "ହରିଜନ" ପତ୍ରିକାରେ ସ୍କୁଲ ବହି ଓ ସ୍କୁଲ ପାଠ୍ୟକ୍ରମ ଉପରେ ଗାନ୍ଧୀଜୀ ଏକ ଦୀର୍ଘ ପ୍ରବନ୍ଧ ଲେଖିଥିଲେ।

ସେଥିରେ ସେ ଲେଖିଛନ୍ତି, “ମୁଁ ଆମ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପିଲାଏ ପଢୁଥିବା ବହି ଦେଖୁଛି।

୧୮୩୦ ଦଶକରେ ଭାରତ ଶିକ୍ଷା ନୀତିରେ ମାକ୍‌ଲେ ଆରମ୍ଭ କରିଥିବା ଶିକ୍ଷା ଦର୍ଶନରୁ ଆମେ ମୁକ୍ତ ହୋଇ ପାରିନାହୁଁ।

ଆମ ସ୍କୁଲ ବହିର ଅଧିକାଂଶ ଅଧ୍ୟାୟ କ୍ଷତିକାରକ ନ ହେଲେ ବି ଅଦରକାରୀ।

ଅନେକ ପାଠ ଅନୁକରଣ କରି ଲେଖାଯାଇଛି।

ଛୋଟ ପିଲାଙ୍କ ପାଇଁ ହଜମ କଲାପରି ଏ ପାଠ ନୁହେଁ।

ଅବଶ୍ୟ ଲେଖକମାନେ ଖୁବ୍ ଚତୁରତାର ସହ ବିଷୟ ଚୟନ କରି ଏବଂ ନିଜର ସାମାଜିକ ସ୍ଥିତି ଓ ବୌଦ୍ଧିକତାକୁ ଆଧାର କରି ବହି ଲେଖିଛନ୍ତି।

ସମାଜର ସବୁ ଶ୍ରେଣୀର ପିଲାଙ୍କୁ ଖାପ ଖାଇବା ପରି ସୂଚନା ଏଥିରେ ନାହିଁ।

ସରକାରୀ ପ୍ରାଥମିକ ସ୍କୁଲରେ ଗାଁ ଗହଳିର ପିଲା ବେଶି ପଢ଼ନ୍ତି।

ସେମାନଙ୍କର ପାରିବାରିକ ତଥା ଶୈକ୍ଷିକ ପରିବେଶ ଏବଂ ବୌଦ୍ଧିକ ସ୍ତର (ଆଇକ୍ୟୁ) ପ୍ରତି ଲେଖକମାନେ ନଜର ରଖୁ ନାହାନ୍ତି।

ଅନେକ ଅତ୍ୟଧିକ ବୌଦ୍ଧିକତାପୂର୍ଣ୍ଣ ପାଠ୍ୟକ୍ରମ ପିଲାଙ୍କ ମୌଳିକତାକୁ ନଷ୍ଟ କରିଦେଉଛି।

ପିଲାଏ ଦ୍ୱନ୍ଦ୍ୱରେ ରହୁଛନ୍ତି।

ପାଠ ବହିଗୁଡ଼ିକ ଓଜନିଆ ଲାଗୁଛି।

କିଛି ପାଠ ଅବୈଜ୍ଞାନିକ ଲାଗୁଛି।"" ଆହୁରି ପଢ଼ନ୍ତୁ-Suna Besha 2026: ମନଲୋଭା ସୁନାବେଶ; ଭକ୍ତଙ୍କୁ ଦର୍ଶନ ଦେବେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ମହାପ୍ରଭୁ; ପହଞ୍ଚିଲା ଅଳଙ୍କାର ପ୍ରଥମରୁ ଉଚ୍ଚପ୍ରାଥମିକ ପର୍ଯ୍ୟନ୍ତ ପିଲାମାନେ କ"ଣ ପଢ଼ିବେ, ଗାନ୍ଧୀଜୀ ତା"ର ଏକ ବିସ୍ତୃତ ଆଲୋଚନା ଦେଇଥିଲେ ତାଙ୍କ ପ୍ରବନ୍ଧରେ।

ଗାନ୍ଧୀଙ୍କ ପରାମର୍ଶ ଥିଲା, ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଏକାଧିକ ବହିର ଆବଶ୍ୟକତା ନାହିଁ।

କିଛି ବହି ନ ହେଲେ ବି ଭଲ।

ପିଲାଙ୍କୁ ଅକ୍ଷର ଲେଖା ସହ ବିଭିନ୍ନ ରଙ୍ଗ ସମ୍ପର୍କରେ ଶିକ୍ଷା ଦିଆଯିବ ଉଚିତ।

ରଙ୍ଗ ଶିକ୍ଷା ପିଲାଙ୍କର ନିରୀକ୍ଷଣ କ୍ଷମତା ଓ ସ୍ମୃତି ଶକ୍ତି ବଢ଼ାଇଥାଏ।

ଗପ, କବିତା, ସଂଗୀତ ମାଧ୍ୟମରେ ପିଲାମାନେ ଶିଖିବା ଦରକାର।

ଉଚ୍ଚ ଶ୍ରେଣୀର ପିଲାଙ୍କ ପାଠ୍ୟକ୍ରମ ପାଇଁ ଗାନ୍ଧୀଜୀଙ୍କ ପରାମର୍ଶ ଥିଲା, ପିଲାମାନେ ଇତିହାସ ଭୂଗୋଳ, ଗଣିତ, ଜ୍ୟାମିତି ଅର୍ଥନୀତି ପଢ଼ିବେ।

ସଂଗୀତ ଶିଖିବେ।

ଜାତୀୟ, ଆଞ୍ଚଳିକ ସାହିତ୍ୟ ଓ ସଂସ୍କୃତି ବିଷୟରେ ଜାଣିବେ।

ଆକାଶ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ପ୍ରାଣୀ ତଥା ରସାୟନ ବିଜ୍ଞାନ ଶିକ୍ଷା ନେଇ ଅବଗତ ହେବେ।

କିଛି ଧନ୍ଦାମୂଳକ ବାସ୍ତବିକ ଶିକ୍ଷା ପାଇବେ।

କୃଷି କଥା ଜାଣିବେ।

କିନ୍ତୁ ଉତ୍ତମ ଚରିତ୍ର ଗଠନ ଯେ ଶିକ୍ଷାର ମୂଳ ଲକ୍ଷ୍ୟ, ପାଠଲେଖା ପ୍ରସ୍ତୁତ କଲାବେଳେ ଲେଖକମାନେ ଯେପରି ଭୁଲି ନ ଯିବେ।

ପିଲାଙ୍କୁ ଧର୍ମ ଓ ରାଜନୀତି ସମ୍ପର୍କରେ ପଢ଼ାଯିବ କି ନା,ଏପରି ଏକ ପ୍ରଶ୍ନର ଉତ୍ତରରେ ଗାନ୍ଧୀଙ୍କ ଉକ୍ତି ଥିଲା, ପିଲାଏ କୌଣସି ନିର୍ଦ୍ଦିଷ୍ଟ ବ୍ୟାବହାରିକ ଧର୍ମ ସମ୍ପର୍କରେ ପଢ଼ିବେ ନାହିଁ।

ସେମାନଙ୍କୁ ବିଶ୍ୱଧର୍ମ ବିଷୟରେ ପଢ଼ାଯିବ।

ଧର୍ମରେ ଥିବା ଅନ୍ଧବିଶ୍ୱାସ, କର୍ମକାଣ୍ଡର ରୀତିନୀତି ଯେପରି ବହିରେ ନ ଥିବ।

କିନ୍ତୁ ରାମାୟଣ, ମହାଭାରତ ବିଷୟ ପାଠ୍ୟକ୍ରମରେ ରଖିବା ଦରକାର।

ଏ ଦୁଇଟି ଗ୍ରନ୍ଥ ଯୁଦ୍ଧର ଗ୍ରନ୍ଥ ନୁହେଁ, ନୀତି, ନୈତିକତା ସତ୍ୟ ପାଳନର ଗ୍ରନ୍ଥ।

ଧର୍ମନିରପେକ୍ଷତା ସହ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ଏକ ପାଠ୍ୟକ୍ରମ ଏକ ପ୍ରଗତିଶୀଳ ସମାଜ ଗଠନ ପାଇଁ ସହାୟକ ହେବ ବୋଲି ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି ଥିଲା।

ସ୍କୁଲ ପିଲାମାନେ ରାଜନୀତି ବିଷରେ ପାଠ ବହିରେ କିଛି ପଢ଼ିବେ କି?

ଏ ପ୍ରଶ୍ନ ନେଇ ଗାନ୍ଧୀଙ୍କ ଉତ୍ତର ଥିଲା, ପିଲାଏ ରାଜନୀତି ପଢ଼ିବା ଦରକାର ନାହିଁ।

ସେମାନେ କିନ୍ତୁ ଆଇନ ଓ ସମାଜ ବିଜ୍ଞାନ ବିଷରେ କିଛି ଜାଣିବା ଦରକାର।

ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ପରିବେଶ ସମ୍ପର୍କରେ ପଢ଼ିବା ଉଚିତ।

ଆହୁରି ପଢ଼ନ୍ତୁ- Rath Yatra 2026: ରଥଯାତ୍ରାରେ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ୍‌ ପ୍ରାଥମିକ ବିଦ୍ୟାଳୟର ପିଲାମାନେ କେତୋଟି ଭାଷା ଶିଖିବା ଉଚିତ?

ଏମିତି ଏକ ପ୍ରଶ୍ନର ଉତ୍ତର ଦେଇ ଗାନ୍ଧୀ ଲେଖିଥିଲେ, ଆଞ୍ଚଳିକ ଭାଷା ଓ ଇଂରେଜୀ ସହ ଅଧିକ ଅନ୍ୟ ଗୋଟିଏ ଭାଷା ଶିଖିବା ଉଚିତ।

ପାଞ୍ଚଟି ଭାଷା ଶିକ୍ଷା ଦେଇ ପାରିଲେ ଭଲ।

ଆଞ୍ଚଳିକ ଭାଷାରେ କିନ୍ତୁ ଶିକ୍ଷାଦାନ ବାଧ୍ୟତାମୂଳକ ହେବା ଉଚିତ।

ସ୍କୁଲ ବହି ଲେଖିବେ କିଏ?

ଗାନ୍ଧୀ ତାଙ୍କ ପ୍ରବନ୍ଧରେ ଏ ପ୍ରଶ୍ନର ବି ସମାଧାନ କରିଥିଲେ।

ସେ ଲେଖିଥିଲେ, “ସ୍କୁଲ ପିଲାଙ୍କ ପାଇଁ ବହି ଲେଖିବା ଏକ ଗୁରୁତ୍ୱପୂର୍ଣ୍ଣ କାମ।

ଅବହେଳା ରହିଲେ ଏହା ବିପଦ ହୋଇଯାଏ।

ଏଥିପାଇଁ ପ୍ରଶିକ୍ଷିତ, ଅଭିଜ୍ଞ ଓ ଅନୁଭୂତିସମ୍ପନ୍ନ ସ୍କୁଲ ଶିକ୍ଷକ ଦରକାର ଯେଉଁମାନଙ୍କର ନିଷ୍ଠା ଓ ସାଧୁତା ନେଇ ପ୍ରଶ୍ନବାଚୀ ନ ଥିବ।

ଅଭିଜ୍ଞ ଶିକ୍ଷକ ହିଁ ଅନେକଗୁଡ଼ିଏ ତଥ୍ୟକୁ ଏକାଠି କରି ସରଳ ଭାବେ ସଜାଡ଼ି ଲେଖିବାର କଳା ଜାଣିଥାଆନ୍ତି।"" ପ୍ରବନ୍ଧରେ ଉପସଂହାର ଥିଲା, ଘରୋଇ ସ୍କୁଲ ଓ ସରକାରୀ ସ୍କୁଲର ପାଠ୍ୟକ୍ରମ ଏକ ହେବା ଦରକାର କାରଣ ପାଠପଢ଼ାରେ ଅସମାନତା ରହିଲେ, ଧନୀ ଗରିବର ଆଧାର ରହିଲେ, ଏକ ଅସମାନ ସମାଜଟିଏ ତିଆରି ହୋଇଯାଇଥାଏ। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୮୬୧୪୬୯୩୨୮ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।