Economic Interests: ରୁଷ ତେଲ କିଣା ସହ ସାଲିସ କରିବନି ଭାରତ

Sep 17, 2026 - 15:15
Economic Interests: ରୁଷ ତେଲ କିଣା ସହ ସାଲିସ କରିବନି ଭାରତ

"ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ପ୍ରସଙ୍ଗରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।

ଆମେରିକାର ଚାପ ଆଗରେ ମୁଣ୍ଡ ନ ନୁଆଁଇ ଭାରତ ନିଜ ଶକ୍ତି ସୁରକ୍ଷା ଓ ଆର୍ଥିକ ସ୍ୱାର୍ଥକୁ ଗୁରୁତ୍ୱ ଦେବ।

ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦% ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲଗାଇବାର କ୍ଷମତା ଆମେରିକା ରାଷ୍ଟ୍ରପତିଙ୍କୁ ଦେବା ପାଇଁ ଆମେରିକୀୟ କଂଗ୍ରେସ ରେ ଏକ ବିଲ୍‌ ପାରିତ ହୋଇଛି।

ଏହା ଭାରତ ପାଇଁ ନୂଆ ଚାପ ସୃଷ୍ଟି କରିଛି।Advertisment ଆମେରିକା ଆଗରେ ନଇଁବନି ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଦେଶର ୧୪୦ କୋଟି ଲୋକଙ୍କ ପାଇଁ ସ୍ଥିର, ସୁଲଭ ଓ ନିରନ୍ତର ଶକ୍ତି ଯୋଗାଣ ନିଶ୍ଚିତ କରିବା ଭାରତର ପ୍ରାଥମିକତା।

ଭାରତ ବିଭିନ୍ନ ଦେଶରୁ ତେଲ ଆମଦାନି କରୁଛି ଏବଂ ବଜାର ପରିସ୍ଥିତି ଓ ନିଜର ଶକ୍ତି ଆବଶ୍ୟକତା ଅନୁସାରେ ତେଲ କିଣିବା ନିଷ୍ପତ୍ତି ନେଉଛି।

୨୦୨୨ରେ ରୁଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଥିଲେ।

ଏହା ପରେ ରୁଷ ତୁଳନାମୂଳକ କମ୍ ଦରରେ ଅଶୋଧିତ ତେଲ ବିକ୍ରି କରିବା ଆରମ୍ଭ କରିଥିଲା।

ଭାରତୀୟ ରିଫାଇନାରିଗୁଡ଼ିକ ଏହାର ଫାଇଦା ନେଇ ରୁଷରୁ ଅଧିକ ତେଲ କିଣୁଛନ୍ତି।

୨୦୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୪୦.୮ ବିଲିୟନ ଡଲାରର ରୁଷ ତେଲ କିଣିଛି।

ଏହା ଭାରତର ମୋଟ ଅଶୋଧିତ ତୈଳ ଆମଦାନିର ପ୍ରାୟ ଏକ ତୃତୀୟାଂଶ।

ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌ସ "ଲିଣ୍ଡସେ ଓ ଗ୍ରାହମ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ ଆକ୍ଟ-୨୦୨୬" ପାରିତ କରିଛି।

ଏହି ଆଇନ ଲାଗୁ ହେଲେ ରୁଷରୁ ବଡ଼ ପରିମାଣରେ ତେଲ ଓ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ୧୦୦% ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲଗାଇପାରିବ।

ତେବେ ଭାରତ ଉପରେ ଏହି ୧୦୦% ଟାରିଫ୍ ଏବେଠାରୁ ଲାଗୁ ହୋଇନାହିଁ।

ଏହି ଆଇନ ରାଷ୍ଟ୍ରପତିଙ୍କୁ ଏଭଳି ଶୁଳ୍କ ଲଗାଇବାର ଅଧିକାର ଦେବ।

ଯଦି ଆମେରିକା ଭାରତ ଉପରେ ଏଭଳି ଅତିରିକ୍ତ ଶୁଳ୍କ ଲଗାଇବ ତେବେ ଆମେରିକା ବଜାରକୁ ଭାରତରୁ ଯାଉଥିବା ସାମଗ୍ରୀ ମହଙ୍ଗା ହୋଇଯିବ।

ଏହାର ପ୍ରଭାବ ଭାରତୀୟ ରପ୍ତାନିକାରୀ ଓ ଦୁଇ ଦେଶର ବାଣିଜ୍ୟ ଉପରେ ପଡ଼ିବାର ଆଶଙ୍କା ରହିଛି।

ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ମଧ୍ୟ ଏହି ପ୍ରସଙ୍ଗରେ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

ଭାରତ ସ୍ପଷ୍ଟ କରିଛି ଯେ ନିଜର ବାଣିଜ୍ୟ ଓ ଆର୍ଥିକ ସ୍ୱାର୍ଥର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

ଏଥିସହ ଶକ୍ତି ଆବଶ୍ୟକତା ପୂରଣ ପାଇଁ ଭାରତ ବିଭିନ୍ନ ଉତ୍ସରୁ ତେଲ ଆଣିବା ଜାରି ରଖିବ।

ଏହି ପ୍ରସଙ୍ଗରେ ଭାରତର ମୁଖ୍ୟ ଚିନ୍ତା ହେଉଛି ଦେଶର ଲୋକଙ୍କୁ ସୁଲଭ ଦରରେ ଶକ୍ତି ଯୋଗାଇବା।

ବାସଭବନ, ଫାର୍ମହାଉସ୍ ଓ ଅଫିସ୍ ପରିସରରେ ଚଢ଼ାଉ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)