Earthquake: ସୀମାନ୍ତରେ ୪.୪ ତୀବ୍ରତା ଝଟକାରେ ଭାଙ୍ଗିଲା ବରଫ ପାହାଡ଼

Aug 26, 2026 - 22:03
Earthquake: ସୀମାନ୍ତରେ ୪.୪ ତୀବ୍ରତା ଝଟକାରେ ଭାଙ୍ଗିଲା ବରଫ ପାହାଡ଼

"କାଠମାଣ୍ଡୁ: ନେପାଳର ରସୁୱା ଜିଲ୍ଲାରେ ଆସିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ପଛରେ ତିବ୍ଦତ ସୀମାରେ ଘଟିଥିବା ଏକ ଭୂକମ୍ପ ହିଁ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖନାଲଙ୍କ ସୂଚନା ଅନୁଯାୟୀ, ଆମେରିକାର ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା (ୟୁଏସ୍‌ଜିଏସ୍) ପକ୍ଷରୁ ସକାଳ ୮:୩୭ ସମୟରେ ଚୀନ୍-ତିବ୍ଦତ ଅଞ୍ଚଳରେ ୪.୪ ତୀବ୍ରତାର ଏକ ଭୂକମ୍ପ ରେକର୍ଡ କରାଯାଇଥିଲା।

ଏହି ଭୂକମ୍ପ ଝଟକା ଯୋଗୁଁ ଉଚ୍ଚ ହିମାଳୟର ଏକ ବିଶାଳ ବରଫ ପାହାଡ଼ ଧସିଯାଇ ନଦୀ ସ୍ରୋତକୁ ସମ୍ପୂର୍ଣ୍ଣ ଅବରୋଧ କରି ଏକ ପ୍ରାକୃତିକ ବନ୍ଧ ସୃଷ୍ଟି କରିଥିଲା।

ଏହି ଅସ୍ଥାୟୀ ବନ୍ଧଟି ହଠାତ୍ ଭାଙ୍ଗିଯିବାରୁ ଲକ୍ଷ ଲକ୍ଷ ଗାଲନ୍ ପାଣି ଓ ମଲବା ଏକାସଙ୍ଗେ ତଳିଆ ଭୋଟେକୋଶୀ ନଦୀକୁ ମାଡ଼ିଆସି ଏହି ମହାବିପତ୍ତି ସୃଷ୍ଟି କରିଛି।Advertisment ସ୍ଥାନୀୟ ପ୍ରଶାସନର ସର୍ବଶେଷ ରିପୋର୍ଟ ଅନୁଯାୟୀ, ବନ୍ୟା ପ୍ରଭାବରେ ଏପର୍ଯ୍ୟନ୍ତ ୫୫ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି ଏବଂ ନିଖୋଜ ଲୋକଙ୍କ ସଂଖ୍ୟା ୪୦୦ ଅତିକ୍ରମ କରିଛି।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ନିଖୋଜ ପର୍ଯ୍ୟଟକଙ୍କ ମଧ୍ୟରେ ଭାରତୀୟ ନାଗରିକଙ୍କ ସଂଖ୍ୟା ୧୦୫ ରୁ ବୃଦ୍ଧି ପାଇ ବର୍ତ୍ତମାନ ୧୪୨ରେ ପହଞ୍ଚିଛି।

ଏହା ବ୍ୟତୀତ ୯୩ ଜଣ ନେପାଳୀ ନାଗରିକ ଏବଂ ଆମେରିକା, ବ୍ରିଟେନ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ତଥା ନେଦରଲ୍ୟାଣ୍ଡର ପ୍ରାୟ ୧୪୧ ଜଣ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି।

ରସୁୱା ଜିଲ୍ଲାର ତିମୁରେ ଏବଂ ସ୍ୟାପ୍ରୁ ବେସି ଅଞ୍ଚଳର ବ୍ୟାପକ ସ୍ଥାନୀୟ ବସତି ଓ ପ୍ରଶାସନିକ ଭିତ୍ତିଭୂମି ସମ୍ପୂର୍ଣ୍ଣ ରୂପେ ଭାସିଯାଇଛି।

Heavy Rain: ଆକସ୍ମିକ ବନ୍ୟାରେ ୧୪ ଘର ଓ ଗୁହାଳ ଭାସିଗଲା ଜଳବାୟୁ ଗବେଷକମାନଙ୍କ ଅନୁଯାୟୀ, ରସୁୱା ଜିଲ୍ଲାର ପାହାଡ଼ଗୁଡ଼ିକର ଢଲାଣ ୩୦ ଡିଗ୍ରିରୁ ଅଧିକ ହୋଇଥିବାରୁ ଏବଂ ଏହାର ଭୂଗର୍ଭୀୟ ଗଠନ ଅତ୍ୟନ୍ତ ଦୁର୍ବଳ ଥିବାରୁ ଏହା ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ଅଧିକ ସମ୍ବେଦନଶୀଳ।

ବନ୍ୟାର ପ୍ରଳୟଙ୍କରୀ ସ୍ରୋତ କ୍ରମେ ଦକ୍ଷିଣ ଦିଗକୁ ଗତି କରୁଥିବାରୁ ନେପାଳ ପ୍ରଶାସନ ପକ୍ଷରୁ ଧାଡିଙ୍ଗ୍ ଏବଂ ନୁୱାକୋଟ୍ ଜିଲ୍ଲା ସମେତ ଭାରତର ବିହାର ଏବଂ ଉତ୍ତରପ୍ରଦେଶ ସୀମାନ୍ତ ଅଞ୍ଚଳରେ ସର୍ବୋଚ୍ଚ ଆଲର୍ଟ ଜାରି କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)