Earthquake: ରୁଷ୍‌ର କାମଚାଟ୍‌କା ଉପଦ୍ୱୀପରେ ୭ ତୀବ୍ରତାର ଭୂମିକମ୍ପ

Oct 16, 2026 - 11:15
Earthquake: ରୁଷ୍‌ର କାମଚାଟ୍‌କା ଉପଦ୍ୱୀପରେ ୭ ତୀବ୍ରତାର ଭୂମିକମ୍ପ

"ମସ୍କୋ:  ରୁଷ୍‌ କାମଚାଟ୍‌କା ଉପଦ୍ୱୀପ ଅଞ୍ଚଳରେ ଶୁକ୍ରବାର ୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।

ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍‌ଏସ୍‌ସି) ଭୂକମ୍ପ ସମ୍ବନ୍ଧୀୟ ତଥ୍ୟ ଆଧାରରେ ଏହାକୁ ନିଶ୍ଚିତ କରିଛି।

ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୯ଟା ୫ ମିନିଟ୍‌ରେ ଏହି ଭୂକମ୍ପ ଘଟିଥିବା ଜଣାପଡ଼ିଛି।Advertisment କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ ପ୍ରାଥମିକ ତଥ୍ୟ ଅନୁଯାୟୀ, ଭୂପୃଷ୍ଠରୁ ପ୍ରାୟ ୧୪୦ କିଲୋମିଟର ଗଭୀରରେ ଏହାର କେନ୍ଦ୍ର ରହିଥିଲା।

ରୁଷ୍‌ର ଭିଲ୍ୟୁଚିନ୍‌ସ୍କ ସହରଠାରୁ ପ୍ରାୟ ୧୨୩ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଆକଳନ କରାଯାଇଛି।

ଭୂକମ୍ପ ପରେ ତୁରନ୍ତ ମୃତାହତ କିମ୍ବା ବ୍ୟାପକ କ୍ଷୟକ୍ଷତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Abhijit Deepake: ''ତ୍ରିରଙ୍ଗା ମାର୍ଚ୍ଚ'' ପୂର୍ବରୁ ଅଭିଜିତ ଦୀପକେଙ୍କୁ ଗିରଫ କରିପାରେ ପୁଲିସ, ସାଂଘାତିକ ଅଭିଯୋଗ ଆଣିଲେ ସିଜେପି ପ୍ରତିଷ୍ଠାତା ରୁଷ୍‌ର ପ୍ରଶାନ୍ତ ମହାସାଗର ଉପକୂଳରେ ଅବସ୍ଥିତ କାମଚାଟକା ଉପଦ୍ୱୀପ ଭୂକମ୍ପ ଦୃଷ୍ଟିରୁ ସକ୍ରିୟ ପ୍ରଶାନ୍ତ ମହାସାଗର ବଳୟର ଏକ ଅଂଶ, ଯେଉଁଠାରେ ଟେକ୍ଟୋନିକ୍ ପ୍ଲେଟ୍ ଗତି ପ୍ରାୟତଃ ଭୂମିକମ୍ପ ଓ ଜ୍ୱାଳାମୁଖୀ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)