E20 petrol : ଇ୨୦ ପେଟ୍ରୋଲ୍ରେ କ୍ଲୋରାଇଡ୍ ମାତ୍ରା କମିବ
"ନୂଆଦିଲ୍ଲୀ: ଦେଶରେ ଇଥାନଲ ମିଶ୍ରିତ ପେଟ୍ରୋଲବ୍ୟବହାର ବଢ଼ୁଥିବା ବେଳେ ଇନ୍ଧନର ଗୁଣବତ୍ତା ନେଇ ସରକାରକଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି।
ଇ୨୦ ପେଟ୍ରୋଲରେ କ୍ଲୋରାଇଡ୍ର ସର୍ବାଧିକ ସୀମାକୁ ବାଧ୍ୟତାମୂଳକ କରିବା ଉପରେ ସରକାର ବିଚାର କରୁଛନ୍ତି।
ବର୍ତ୍ତମାନ ଏହି ମାନଦଣ୍ଡ ସ୍ୱେଚ୍ଛାଧୀନ ଗୁଣବତ୍ତା ନିୟମ ଅଧୀନରେ ରହିଛି।
ତୈଳ କମ୍ପାନି ସମେତ ଇନ୍ଧନ ଯୋଗାଣ ବ୍ୟବସ୍ଥାରେ ସାମିଲ ସମସ୍ତ ପକ୍ଷଙ୍କ ପାଇଁ ଇ୨୦ ପେଟ୍ରୋଲରେ କ୍ଲୋରାଇଡ୍ ମାତ୍ରା ୩ ପାର୍ଟସ୍ ପର୍ ମିଲିୟନ୍ (ପିପିଏମ୍)ରୁ କମ୍ ରଖିବାକୁ ବାଧ୍ୟତାମୂଳକ କରାଯାଇପାରେ।
ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଏହି ନିୟମକୁ ବାଧ୍ୟତାମୂଳକ କରିବା ଦିଗରେ କାମ କରୁଛି।Advertisment ଇ୨୦ ପେଟ୍ରୋଲ୍ର ଗୁଣବତ୍ତାକୁ ନେଇ ଅଟୋମୋବାଇଲ ଶିଳ୍ପ ପକ୍ଷରୁ ଚିନ୍ତା ପ୍ରକାଶ ପାଇବା ପରେ ସରକାରଙ୍କ ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି।
କିଛି ଇନ୍ଧନ ନମୁନାରେ ଅଧିକ କ୍ଲୋରାଇଡ୍ ମାତ୍ରା ଓ ଅତିରିକ୍ତ ଆର୍ଦ୍ରତା ଥିବା ନେଇ ଅଟୋ ନିର୍ମାତାମାନେ ଅଭିଯୋଗ କରିଥିଲେ।
ଏହାଦ୍ବାରା ଗାଡ଼ିର ଯନ୍ତ୍ରାଂଶ ଖରାପ ହେବା ଆଶଙ୍କା ରହିଛି ବୋଲି ସେମାନେ କହିଥିଲେ।
ଭାରତ ନିର୍ଦ୍ଧାରିତ ସମୟସୀମାର ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିଛି।
ଇ୨୦ ଅର୍ଥାତ୍ ୮୦% ପେଟ୍ରୋଲ ସହ ୨୦% ଇଥାନଲର ମିଶ୍ରଣ।
ଇଥାନଲ ବ୍ୟବହାର ବଢ଼ାଇବା ଦ୍ୱାରା ଆମଦାନି ହେଉଥିବା ଅଶୋଧିତ ତେଲ ଉପରେ ନିର୍ଭରଶୀଳତା କମ୍ କରିବା, ବିଦେଶୀ ମୁଦ୍ରା ସଞ୍ଚୟ ଓ କାର୍ବନ ନିର୍ଗମନ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।କିନ୍ତୁ ଦେଶ ଉଚ୍ଚ ଇଥାନଲ ମିଶ୍ରଣ ଦିଗରେ ଆଗକୁ ବଢ଼ୁଥିବାରୁ ଇନ୍ଧନର ଗୁଣବତ୍ତା ନିଶ୍ଚିତ କରିବା ଏବେ ଅଧିକ ଗୁରୁତ୍ୱ ପାଇଛି।
ସରକାରଙ୍କ ନୂଆ ପଦକ୍ଷେପ ଲାଗୁ ହେଲେ ତେଲ କମ୍ପାନି ଓ ଅନ୍ୟ ଯୋଗାଣକାରୀଙ୍କୁ ଇନ୍ଧନର ମାନ ନେଇ ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ।
ଭବିଷ୍ୟତରେ ପେଟ୍ରୋଲରେ ଆହୁରି ଅଧିକ ଇଥାନଲ ମିଶ୍ରଣ ନେଇ ନୀତି ନିର୍ଦ୍ଧାରକ ଓ ଶିଳ୍ପ ମଧ୍ୟରେ ଆଲୋଚନା ଚାଲିଛି।
ତେଣୁ ଇ୨୦ ଇନ୍ଧନର ଗୁଣବତ୍ତା ସମ୍ପର୍କିତ ଚିନ୍ତା ଦୂର କରିବାକୁ ସରକାରଙ୍କ ନୂଆ ନିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। https://sambad.in/entertainment/urvashi-rautela-faces-backlash-over-tricolour-inspired-gown-12433128 "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
