Dutika Sahu College fund ୭୪ଲକ୍ଷ ଟଙ୍କା ହଡ଼ପ କରି ଦୂତିକା ସାହୁ କଲେଜର ପୂର୍ବତନ ଅଧ୍ୟକ୍ଷ ବସନ୍ତ ନାୟକ ଗିରଫ
"ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଅଧୀନ ଲଇଡା ଠାରେ ଥିବା ଦୂତିକା ସାହୁ ମହାବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବର୍ତ୍ତମାନର ରାଜନୀତି ବିଜ୍ଞାନର ଅଧ୍ୟାପକ ଡ ବସନ୍ତ କୁମାର ନାୟକଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଗିରଫ କରିଛି।
ରାଜକୋଷର ପ୍ରାୟ ୭୪ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସ ବିଭାଗ ଏହି ପଦକ୍ଷେପ ନେଇଛି।
Advertisment Vigilance: ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର ଅଭିଯୋଗ: ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍ଆର୍ଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପ୍ରାପ୍ତ ସୂଚନାନୁସାରେ, ୨୦୧୯-୨୦ ରୁ ୨୦୨୪-୨୫ ଡ ନାୟକ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ।
ଏହି ସମୟରେ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ନୂତନ ଶ୍ରେଣୀଗୃହ ନିର୍ମାଣ ଆଦି ନିମନ୍ତେ ଆସିଥିବା ଅନୁଦାନରୁ ୭୩ଲକ୍ଷ ୪୪ ହଜାର ୯୫୦ ଟଙ୍କା ହେରଫେର କରିଥିଲେ।
ଅଭିଯୁକ୍ତ ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ଡ ନାୟକ ଏହି ହେରଫେର ନିମନ୍ତେ ସେ ମିଥ୍ୟାବିଲ୍ ଓ ଅନୁଦାନ ବାବଦକୁ ମିଳିଥିବା ଆନୁଷ୍ଠାନିକ ସାମଗ୍ରୀର ଅଗ୍ରାହ୍ୟ କରିବା ଏବଂ ଅଟୋମେସନ୍ ଓ ସଫ୍ଟୱେୟାର୍ କାର୍ଯ୍ୟନ୍ବୟନର ଡଜିଟାଲ୍ ମ୍ୟାନେଜ୍ମେଣ୍ଟ୍କୁ ଆଢ଼ୁଆଳ କରିଥିଲେ।
ଏନେଇ ଅଭିଯୋଗ ହେବା ପରେ ସମ୍ବଲପୁର ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧)(କ) ବିଏନ୍ଏସ୍ର ଧାରା ୩୧୬(୫)/୬୧(୨) ଧାରାରେ ମାମଳା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତରେ ହେରଫେରର ପ୍ରମାଣ ମିଳିବା ପରେ ଆଜି (ବୁଧବାର) ଭିଜିଲାନ୍ସ ଟିମ୍ ଡ ନାୟକଙ୍କୁ ଗିରଫ କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଇଛି। vigilance Case ୨୧ ଲକ୍ଷ ଟଙ୍କା ହଡ଼ପ କରି ପୂର୍ବତନ ସେବା ସମବାୟ ସମିତି ସମ୍ପାଦକ ଗିରଫ ଏହି ମାମଲାରେ ତଦନ୍ତ ଜାରି ରହିଛି।
ଦୁର୍ନୀତିର ଅନ୍ୟ ପ୍ରସଙ୍ଗ ଓ ଦିଗଗୁଡ଼ିକୁ ମଧ୍ୟ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
