Dussehra: ରାମଲୀଳା ମୈଦାନରେ ରାବଣ ସହିତ ୩୦ ଫୁଟ୍‌ କକ୍ରୋଚ୍ ପୁତ୍ତଳିକା ଦାହ କରାଯିବ

Oct 15, 2026 - 23:02
Dussehra: ରାମଲୀଳା ମୈଦାନରେ ରାବଣ ସହିତ ୩୦ ଫୁଟ୍‌ କକ୍ରୋଚ୍ ପୁତ୍ତଳିକା ଦାହ କରାଯିବ

"ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ପୁତ୍ତଳିକା ସହିତ ୩୦ ଫୁଟ୍ ଉଚ୍ଚ କକ୍ରୋଚ୍ (ଅସରପା) ପୁତ୍ତଳିକା ଦହନ କରାଯିବ।

ପିତାମପୁରାରେ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା କମିଟି କହିଛି ଯେ, କକ୍ରୋଚ୍ ଅପରିଷ୍କାର ଓ ମଇଳାର ପ୍ରତୀକ।

ଏହି ପଦକ୍ଷେପ ସ୍ୱଚ୍ଛ ଭାରତ ଓ ସ୍ୱଚ୍ଛ ଦିଲ୍ଲୀ ଅଭିଯାନର ଏକ ଅଂଶ।

Advertisment ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ କମିଟିର ଅଧ୍ୟକ୍ଷ ତଥା ବିଜେପି ବିଧାୟକ ଅଶୋକ ଗୋୟଲ ଏହି ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଅସ୍ୱୀକାର କରିଛନ୍ତି।

ସେ କହିଛନ୍ତି ଯେ, କକ୍ରୋଚ୍ ପୁତ୍ତଳିକା ଦାହ କରିବା କେବଳ ମନ୍ଦ ଉପରେ ଭଲର ବିଜୟକୁ ଦର୍ଶାଏ ନାହିଁ ବରଂ ସ୍ୱଚ୍ଛତାର ବାର୍ତ୍ତାକୁ ମଧ୍ୟ ସୁଦୃଢ଼ ​​କରେ।  "ହାଲ୍ଲା ବୋଲ୍‌" ରାଲି ଲାଗି ରାମଲୀଳା ମୈଦାନରେ କଂଗ୍ରେସକର୍ମୀ ସମାଗମ; ଦିଲ୍ଲୀ ପୁଲିସ କହିଲା, କାହାକୁ ଅଟକ ରଖାଯାଇନି ଗୋୟଲ କହିଛନ୍ତି ଯେ, ଏଥର ରାମଲୀଳା ମୈଦାନରେ ରାବଣର ସେନାରେ ରାକ୍ଷସମାନଙ୍କ ମଧ୍ୟରେ କକ୍ରୋଚ୍‌କୁ ସାମିଲ କରାଯିବ।ପ୍ରଥମେ ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଓ ଏବେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ପାଇଁ ଜାତୀୟ ରାଜଧାନୀରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦର ପୃଷ୍ଠଭୂମିରେ ଏହି ନିଷ୍ପତ୍ତି ଆସିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)