Durga puja: ସୁସଜ୍ଜିତ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ଶାରଦୀୟ ଦୁର୍ଗାପୂଜା
"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ମହା ଆଡ଼ମ୍ବରରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।ପୂଜା ପରିଚାଳନା କମିଟି ସଭାପତି ଅରୁଣ କୁମାର ଷଢଙ୍ଗୀଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ଠାରୁ ମା"ଙ୍କ ଆବାହନ, ବିଲ୍ଵ ବରଣ ସହ ଷଷ୍ଠୀ ପୂଜା ହୋଇଛି।
ଶନିବାର ଦିନ ମାଁ ଦୁର୍ଗାଦେବୀଙ୍କ ସପ୍ତମୀ ପୂଜା, ରବିବାର ଦିନ ମହାଷ୍ଟମୀ ପୂଜା ଦିନ ମା"ଙ୍କ ନିକଟରେ ଆମିଷ ଭୋଗ ଲାଗି ହେବା ବ୍ୟବସ୍ଥା ରହିଛି।
ସେହିପରି ସୋମବାର ଦିନ ମହାନବମୀ ପୂଜା, ଚଣ୍ଡୀପାଠ ହୋମ ପୂର୍ଣ୍ଣାହୁତି ହେବ।
ମଙ୍ଗଳବାର ଦିନ ଦଶହରା ପୂଜା ଅନୁଷ୍ଠିତ ହେବ ଏବଂ ସଂନ୍ଧ୍ୟା ୮ ଘଂଟିକା ସମୟରେ ଘଟବିସର୍ଜନ ହେବ।
ବୁଧବାର ଦିନ ପୌରାଣିକ ନାଟକ ମହାଭାରତ ଅନୁଷ୍ଠିତ ହେବ ଏବଂ ଗୁରୁବାର ଦିନ ସଂନ୍ଧ୍ୟା ୭ ଘଂଟିକା ଠାରୁ ଭୁବନେଶ୍ୱର ରେକର୍ଡ଼ ଡେନ୍ସ ଗ୍ରୁପ ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।
ଷଷ୍ଠୀ ଦିନ ଠାରୁ ଘୁ.ଉଦୟଗିରିରେ ପାଗ ଭଲ ରହିଥିବା ବେଳେ ସହର ଚଳାଚଂଚଳ ଦେଖିବାକୁ ମିଳିଛି।
ପାଗ ଭଲ ଯୋଗୁଁ ଅସ୍ଥାୟୀ ମଣ୍ଡପରେ ମାଁ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ସମ୍ଭାବନାକୁ ଦେଖି ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ମାଁ ଙ୍କ ରୀତିନୀତି ଅନୁସାରେ ବରିଷ୍ଠ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ ପୂଜା ପାଠ କରିଥିବା ବେଳେ କୈଳାଶ ଶତପଥୀ ଚଣ୍ଡୀ ପାଠ କରିଥିଲେ।
Advertisment ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ପ୍ରତାପ କୁମାର ପଣ୍ଡା, ସହ କର୍ତ୍ତା ଭାବେ ସନ୍ତୋଷ ଆଚାର୍ଯ୍ୟ ଦାୟିତ୍ଵ ନିର୍ବାହ କରୁଥିବା ବେଳେ।
ପୂଜା ପରିଚାଳନା କମିଟି ଉପସଭାପତି ସଞ୍ଜୟ ଆଚାର୍ଯ୍ୟ, ସମ୍ପାଦକ ଭେଙ୍କଟେଶ୍ୱର ବେହେରା, ସହ ସମ୍ପାଦକ ପ୍ରଶାନ୍ତ ମୁନି, କୋଷାଧ୍ୟକ୍ଷ ସଞ୍ଜୟ ସୁବୁଦ୍ଧି କାର୍ଯ୍ୟକାରୀ ସଭ୍ୟ ଲକ୍ଷ୍ମଣ ଆଚାର୍ଯ୍ୟ, ଭୋଳା ସାମନ୍ତରାୟ, ନିରଞ୍ଜନ ମହାରଣା, ନିରଞ୍ଜନ ପଣ୍ଡା ଓ ଅନ୍ୟ ମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଛି।
ଦଶହରା ପୂଜା ଉତ୍ସବରେ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ଵାଇଁଙ୍କ ନିର୍ଦ୍ଦେଶରେ ପୂଜା ମେଢ଼ ସହ ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି।
ସାରା ସହରରେ ସୁଉଚ୍ଚ ତୋରଣ ସାଙ୍ଗକୁ ମୁଖ୍ୟ ମଣ୍ଡପରେ ଶୋଭପାଉଛି ସୁନ୍ଦର ତୋରଣ ଆଲୋକ ମାଳାରେ ଝଲଚୁଛି ସାରା ସହର।
Festival Safety: ଦୁର୍ଗାପୂଜା ମଣ୍ଡପରେ ବିଦ୍ୟୁତ୍ ସୁରକ୍ଷା ଉପରେ ଗୁରୁତ୍ୱ, ୧୧ଟି ନିୟମ ମାନିବାକୁ ପରାମର୍ଶ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
