Duleep Trophy: ଦଲୀପ ଟ୍ରଫି: ଅବିଦଙ୍କୁ ୯ ୱିକେଟ୍‌; ସେମିରେ ଉତ୍ତରାଞ୍ଚଳ

Aug 26, 2026 - 11:56
Duleep Trophy: ଦଲୀପ ଟ୍ରଫି: ଅବିଦଙ୍କୁ ୯ ୱିକେଟ୍‌; ସେମିରେ ଉତ୍ତରାଞ୍ଚଳ

"ବେଙ୍ଗାଲୁରୁ: ପଶ୍ଚିମାଞ୍ଚଳକୁ ୫୨ ରନ୍‌ରେ ହରାଇ ଉତ୍ତରାଞ୍ଚଳ ଚଳିତ ଦଲୀପ ଟ୍ରଫିର ସେମିଫାଇନାଲ୍‌ରେ ପହଞ୍ଚିଛି।

୨୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଶ୍ଚିମାଞ୍ଚଳ ଦ୍ବିତୀୟ ପାଳି ୨୩୪ ରନ୍‌ରେ ଅଟକି ଯାଇଛି।

ଗତକାଲିର ସ୍କୋର୍‌ ୨୨୦/୭ରୁ ଖେଳ ଆରମ୍ଭ କରିଥିବା ପଶ୍ଚିମାଞ୍ଚଳ ଏଥିରେ ମାତ୍ର ୧୪ ରନ୍‌ ଯୋଡ଼ି ଅବଶିଷ୍ଟ ୩ ୱିକେଟ୍‌ ହରାଇଥିଲା।

ପଶ୍ଚିମାଞ୍ଚଳର ମୁଶୀର ଖାନ (୯୬), ଋତୁରାଜ ଗାଏକ୍ବାଡ (୬୬), ଶିବାଲିକ ଶର୍ମା (୨୭) ଓ ଉର୍ଭିଲ ପଟେଲ (୨୫) କେବଳ ଦୁଇଅଙ୍କ ଛୁଇଁଥିଲେ।Advertisment ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ଅବିଦ ମୁସ୍ତାକ ଅବିଦ ମୁସ୍ତାକ ୪ ଓ ନିଶାନ୍ତ ସିନ୍ଧୁ ୨ ୱିକେଟ୍‌ ନେଇଥିଲେ।

ପୂର୍ବରୁ ଉତ୍ତରାଞ୍ଚଳ ପଥମ ପାଳିରେ ୨୫୧ ଓ ଦ୍ବିତୀୟରେ ୨୨୨ ରନ୍‌ କରିଥିଲା।

ପଶ୍ଚିମାଞ୍ଚଳ ପ୍ରଥମ ପାଳିରେ ୧୮୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।

ଦୁଇଟି ଯାକ ପାଳି‌ରେ ମୋଟ ୯ ୱିକେଟ୍‌ ନେଇଥିବା ଅବିଦ ମୁସ୍ତାକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ରବିବାର ଦୁଇ ସେମିଫାଇନାଲ୍‌ରେ ଉତ୍ତରାଞ୍ଚଳ-ଦକ୍ଷିଣାଞ୍ଚଳ ଏବଂ ପୂର୍ବାଞ୍ଚଳ-କେନ୍ଦ୍ରାଞ୍ଚଳ ମୁହାଁମୁହିଁ ହେବେ।

Ultra Robot: ବୋଲ୍ଟଙ୍କ ରେକର୍ଡ ଭାଙ୍ଗିଲା ଟିଆଙ୍ଗୋଙ୍ଗ ଅଲ୍‌ଟ୍ରା ରୋବଟ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)