Drone Flies Over Shree Jagannath Temple: ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ, କୋଲକାତା ଯୁବକଙ୍କୁ ଧରି ପୋଲିସର ତଦନ୍ତ ଜାରି

Jul 09, 2026 - 10:07
Drone Flies Over Shree Jagannath Temple: ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ, କୋଲକାତା ଯୁବକଙ୍କୁ ଧରି ପୋଲିସର ତଦନ୍ତ ଜାରି

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ। ନୀଳଚକ୍ର ସହ ଶ୍ରୀମନ୍ଦିରର ବିଭିନ୍ନ ଦିଗରୁ ନେଲା ଫଟୋ ଓ ଭିଡ଼ିଓ। ଆଜି ସକାଳୁ ସକାଳୁ ଦୀର୍ଘ ସମୟ ଧରି ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଛି। କେତେବେଳେ ନୀଳଚକ୍ର ପତିତପାବନ ବାନ ଉପରେ ଉଡୁଥିଲା ତ ଆଉ କେତେବେଳେ ଶ୍ରୀମନ୍ଦିର ଚାରିପାଖେ ଉଡୁଥିଲା। ଶେଷରେ ଡ୍ରୋନ ସ୍ପେଶାଲ ଟିମ୍ ଡ୍ରୋନ ଉଡାଉଥିବା ବ୍ୟକ୍ତିକୁ ଠାବ କରିଥିଲେ। 

ଶ୍ରୀମନ୍ଦିର ପାଖ ମାଟି ମାଣ୍ଡପ ସାହି ମଙ୍ଗୁ ମଠ ନିକଟରୁ ଅଭିଯୁକ୍ତକୁ ଧରାଯାଇଥିଲା। ଅଭିଯୁକ୍ତ ଜଣଙ୍କ ହେଲେ କୋଲକତାର ଶମ୍ଭୁନାଥ ମଣ୍ଡଳ। ତାଙ୍କୁ ଧରିବା ସହ ଡ୍ରୋନକୁ ଜବତ କରି ସିଂହଦ୍ବାର ପୋଲିସକୁ ହସ୍ତାନ୍ତର କରିଛନ୍ତି। ଡ୍ରୋନରେ କଣ ସବୁ ଫଟୋ ଭିଡ଼ିଓ ନେଇଛି ତାକୁ ଯାଞ୍ଚ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।