Accident-Free and Fatality-Free Corridors: ରାଜ୍ୟରେ ତିଆରି ହେବ ଆକ୍ସିଡେଣ୍ଟ-ଫ୍ରି ଓ ଫାଟାଲିଟି-ଫ୍ରି କରିଡର; ସରକାରଙ୍କ ନୂଆ ପଦକ୍ଷେପ
ରାଜ୍ୟରେ ସଡ଼କ ଦୁର୍ଘଟଣା କମାଇବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ। ଓଡ଼ିଶାରେ ନିର୍ମିତ ହେବ ଆକ୍ସିଡେଣ୍ଟ-ଫ୍ରି ଏବଂ ଫାଟାଲିଟି-ଫ୍ରି କରିଡର। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା ସମ୍ପର୍କିତ ପରାମର୍ଶକୁ ଆଧାର କରି ଦୁର୍ଘଟଣାପ୍ରବଣ ସ୍ଥାନ ବା ବ୍ଲାକ ସ୍ପଟ ଅଞ୍ଚଳ ଚିହ୍ନଟ କରି ସେଗୁଡ଼ିକର ସ୍ଥାୟୀ ସମାଧାନ ଉପରେ କାମ କରାଯିବ।
ଏଥିପାଇଁ ଖୁବ ଶୀଘ୍ର ଜାତୀୟ ଓ ଆନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କୁ ନେଇ ଏକ ୱାର୍କସପ୍ ଆୟୋଜନ କରାଯିବ। ୱାର୍କସପ୍ ରେ ଟେକ୍ନୋଲୋଜି ସେୟାରିଂ ସହ ଆଧୁନିକ ସଡ଼କ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହେବ। ଏହାର ପ୍ରସ୍ତୁତି ପାଇଁ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୱର୍କସ୍ ବାଣିଜ୍ୟ ଓ ପରିବହନ ବିଭାଗ, ପରିବହନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।