Driving without fitness: ବିନା ଫିଟ୍ନେସ୍ରେ ଗାଡ଼ି ଚଳାଇଲେ ପଞ୍ଜୀକରଣ ରଦ୍ଦ
କଟକ: ବାରିପଦାଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ଚେତିଛି ପରିବହନ ବିଭାଗ। ଏଣିକି ବିନା ଫିଟ୍ନେସ୍ରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସମସ୍ତ ଆର୍ଟିଓ ଓ ଏଆର୍ଟିଓଙ୍କୁ ନିର୍ଦ୍ଦେଶ ଦେଇଛି। ସଂପୃକ୍ତ ଗାଡ଼ିର ପଞ୍ଜୀକରଣ ରଦ୍ଦ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।
Alligation: ଅସ୍ଥିତ୍ବ ଖୋଜିବା ପାଇଁ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି: ବିଜେପି
ସୂଚନାଯୋଗ୍ୟ, ବାରିପଦାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସଂପୃକ୍ତ ଦୁଇଟିଯାକ ଗାଡ଼ିର ବୈଧ ଫିଟ୍ନେସ୍ ପ୍ରମାଣପତ୍ର ନଥିଲା। ତେଣୁ ଏହି ଦୁଇ ଗାଡ଼ିର ପଞ୍ଜୀକରଣକୁ ରଦ୍ଦ କରାଯାଇଛି। ଏବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁପଯୋଗୀ ଓ ବିପଦପୂର୍ଣ୍ଣ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଉଛି। ଏପରିକି ଗାଡ଼ିର ବୀମା ଓ ପରମିଟ୍ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯିବ।