Dramatic Flood Rescue: ବନ୍ୟା ପାଣିରେ ଭାସିଗଲା ଜେସିବି, ସୁରକ୍ଷିତ ଉଦ୍ଧାର ହେଲେ ଅପରେଟର
ବନ୍ୟା ପାଣିରେ ଭାସିଗଲା ଜେସିବି। ସୁରକ୍ଷିତ ଉଦ୍ଧାର ହେଲେ ଜେସିବି ଅପରେଟର । ଢେଙ୍କାନାଳ ଜିଲ୍ଲା ମାର୍ଥାପୁର ପଞ୍ଚାୟତ ରାମିଆଳ ପୋଲ ଉପରୁ ଏକ ଜେସିବି ମେସିନ ଭାସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଜେସିବି ମେସିନଟି ମାର୍ଥାପୁର ଗ୍ରାମରୁ ଓଢଣା ଗ୍ରାମକୁ ଯାଉଥିଲା ।
ରାମିଆଳ ନଦୀର ପୋଲ ଉପରେ ବନ୍ୟା ପାଣି ଚାଲୁଥିବାରୁ ଜେସିବି ଚାଳକ ଜଣକ ରାସ୍ତା ଜାଣିପାରି ନଥିଲେ । ଫଳରେ ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡ଼ିଥିଲା ଜେସିବି ମେସିନ ।
ମେସିନ ଚାଳକ ଜଣକ ଜେସିବି ଭିତରୁ ବାହାରି ଉପରେ ଛିଡା ହୋଇ ରହିଥିଲେ । ଭୁବନ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ସହ ଚାଳକଙ୍କୁ ଉଦ୍ଧାର କରିଥିଲା । ହେଲେ, ଜେସିବି ମେସିନଟି ବନ୍ୟା ପାଣିରେ ଭାସିଯାଇଥିଲା। ଗ୍ରାମବାସୀଙ୍କ ବାରଣ ସତ୍ତ୍ୱେ ଜେସିବି ଚାଳକ ଜଣକ ଅମାନିଆ ହୋଇ ମେସିନକୁ ପୋଲ ପାର କରୁଥିବା ଅଭିଯୋଗ ହୋଇଛି ।....
ବନ୍ୟା ପାଣିରେ ଭାସିଗଲା ଜେସିବି
ସୁରକ୍ଷିତ ଉଦ୍ଧାର ହେଲେ ଜେସିବି ଅପରେଟର
ଢେଙ୍କାନାଳ ରାମିଆଳ ପୋଲ ଉପର ଦୃଶ୍ୟ
ପୋଲ ପାର କରିବାକୁ ବାରଣ କରିଥିଲେ ଗ୍ରାମବାସୀ
ଅମାନିଆ ହୋଇ ପୋଲ ପାର କରୁଥିଲେ ଚାଳକ
ଜେସିବିକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।