Double Murder in the Capital: ରାଜଧାନୀରେ ଡବଲ୍ ମର୍ଡର: ବିଚ୍ରାସ୍ତାରେ ଗ୍ୟାଙ୍ଗ୍ୱାର୍ ଗୁଳିରେ ଯୁବକଙ୍କ ଖପୁରି ଉଡ଼ିଲା
ଭୁବନେଶ୍ବର: ଦୀପାବଳି ପୂର୍ବରୁ ରାଜଧାନୀରେ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।
ଅଧରାତିରେ ରାଜରାସ୍ତାରେ ଗ୍ୟାଙ୍ଗ୍ୱାର୍ ଯୋଗୁଁ ଗୋଟିଏ ମୁଣ୍ଡ ଗଡ଼ିଛି।
ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିର ସୋନୁ ନାୟକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ମୁଣ୍ଡକୁ ଗୁଳି କରି ଖପୁରି ଉଡ଼ାଇ ଦେଇଛନ୍ତି।
ସେହିଭଳି ମଞ୍ଚେଶ୍ବର ଥାନା ଭିଏସ୍ଏସ୍ନଗର ତାରିଣୀ ବସ୍ତିରେ ଶଳା ପଠାଣି ସାହୁଙ୍କ ମୁଣ୍ଡକୁ ପଥରରେ ଛେଚି ଭିଣୋଇ ସୁରେଶ ସିଂ ବୀଭତ୍ସ ଭାବେ ହତ୍ୟା କରିଛି।
Advertisment କିବ୍ର ଶକ୍ତି କେନ୍ଦ୍ର ଉପରେ ରୁଷ୍ର ଭୀଷଣ ଆକ୍ରମଣ; ୧୭୨ଟି ଡ୍ରୋନ୍, ୩୬ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ଶୁକ୍ରବାର ରାତି ପ୍ରାୟ ଦୁଇଟାରେ କଟକ ରୋଡ୍ରେ ସୋନୁ ଗ୍ୟାଙ୍ଗ୍ ଓ କୁନା ଜେନା ଗ୍ୟାଙ୍ଗ୍ ମୁହାଁମୁହିଁ ହୋଇଥିଲେ।
ଦିନରୁ ଛକାପଞ୍ଝା ହୋଇ ଚାଲିଥିବା ଦୁଇଗୋଷ୍ଠୀ ବିଳମ୍ବିତ ରାତିରେ ପରସ୍ପର ଉପରେ ସଶସ୍ତ୍ର ଆକ୍ରମଣ କରିଥିଲେ।
ସୋନୁ ଗ୍ୟାଙ୍ଗ୍ ବୋମାମାଡ଼ କରିଥିବାବେଳେ କୁନା ଜେନା ଗ୍ୟାଙ୍ଗ୍ ବନ୍ଧୁକ ଧରି ଗୋଡ଼ାଇଥିଲେ।
ଲକ୍ଷ୍ମୀସାଗର ଥାନାରୁ ଅନତି ଦୂରରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ଗୁଳିମାଡ଼ ଅଧଘଣ୍ଟା ଧରି ଚାଲିଥିଲା।
ହେଲେ ପୁଲିସ ସାମାନ୍ୟ ଟେର୍ ସୁଦ୍ଧା ପାଇଲାନି।
ଗୁଳିମାଡ଼ରେ ସୋନୁ ଟଳିପଡ଼ିବା ପରେ ଉଭୟ ପକ୍ଷ ଫେରାର ହୋଇ ଯାଇଥିଲେ।
ପୁଲିସ ପହଞ୍ଚିଲା ବେଳକୁ ମୁଣ୍ଡ ଗଡ଼ିସାରିଥିଲା।
୩ଦିନରେ ୨ଗୁଳିକାଣ୍ଡ, ଦୀପାବଳି ପୂର୍ବରୁ ୪ ହତ୍ୟା ଗଣେଶପୂଜାଠାରୁ ଝାରପଡ଼ାର କୁନା ଜେନା ଗ୍ୟାଙ୍ଗ୍ ଓ ହଳଦୀପଡ଼ିଆ ବସ୍ତିର ସୋନୁ ଗ୍ୟାଙ୍ଗ୍ ମଧ୍ୟରେ ଟକ୍କର ଚାଲିଥିଲା।
ଗତକାଲି ଦିନବେଳା କୁନା ଗ୍ୟାଙ୍ଗ୍ ସୋନୁର ମୁଣ୍ଡ ନେବାକୁ ଧମକ ଦେଇଥିଲେ।
ସୋନୁ ବି କୁନା ଗ୍ୟାଙ୍ଗ୍ ଚ୍ୟାଲେଞ୍ଜ୍କୁ ଗ୍ରହଣ କରି ପ୍ରସ୍ତୁତ ହୋଇ ରହିଥିଲା।
ରାତି ୨ଟାରେ ଦୁଇ ପକ୍ଷ ପରସ୍ପରକୁ ଫୋନ୍ ମାଧ୍ୟମରେ ଡକାଡକି ହୋଇ କଟକ ରୋଡ୍ସ୍ଥିତ ଏକ ପେଟ୍ରୋଲ୍ ପମ୍ପ ନିକଟରେ ମୁହାଁମୁହିଁ ହୋଇଥିଲେ।
ସେଠାରେ ସୋନୁ ଗ୍ୟାଙ୍ଗ୍ କୁନା ଗ୍ୟାଙ୍ଗ୍ ଉପରକୁ ବୋମାମାଡ଼ କଲା।
ବୋମା ସରିଯିବା ପରେ ସୋନୁ ଗୋଷ୍ଠୀ ବାଇକ୍ ଯୋଗେ ଘଟଣାସ୍ଥଳରୁ ରସୁଲଗଡ଼ ଦିଗରେ ଖସିଯିବାକୁ ବାହାରିଥିଲେ।
ପିଛା କରୁଥିବା କୁନା ଗ୍ୟାଙ୍ଗ୍ ବମିଖାଲ ନିକଟରେ ସୋନୁକୁ ବାଇକ୍ରେ ବସିଥିବା ବେଳେ ଅତି ନିକଟରୁ ମୁଣ୍ଡକୁ ଗୁଳିମାଡ଼ କରିଥିଲେ।
Theft: ତାଲା ଭାଙ୍ଗି ବ୍ୟବସାୟୀଙ୍କ ଘରେ କଳା ବୁଲାଇଲା ଚୋର, ଲକ୍ଷାଧିକ ନଗଦ ଟଙ୍କା ସହ ସୁନା-ରୁପା ଲୁଟ୍ ଗତ ତିନି ଦିନରେ ରାଜଧାନୀରେ ୪ଟି ବୀଭତ୍ସ ହତ୍ୟାକାଣ୍ଡ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଇଛି।
ବୁଧବାର ରାତିରେ ଧଉଳି ଥାନା ଶିଶୁପାଳଗଡ଼ ଅଞ୍ଚଳରେ ଖଣ୍ଡଗିରି ତପୋବନବସ୍ତିର ଯୁବକ ତପୁ ନାଏକଙ୍କୁ ଗୁଳି କରି ହତ୍ୟା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଶୁକ୍ରବାର ରାତିରେ ଘଟିଥିବା ଗ୍ୟାଙ୍ଗ୍ୱାର୍ ଓ ଗୁଳିକାଣ୍ଡରେ ଆଉ ଗୋଟିଏ ମୁଣ୍ଡ ଗଡ଼ିଛି।
ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ବରୀ କଲୋନି ଅଞ୍ଚଳରେ ଏକାକୀ ରହୁଥିବା ବୃଦ୍ଧା କୁଞ୍ଜଲତା ନନ୍ଦ (୭୬)ଙ୍କୁ ତାଙ୍କ କେୟାର୍ଟେକର ବଳଭଦ୍ର ମହାରଣା ବୀଭତ୍ସ ଭାବେ ହତ୍ୟା କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
