Domestic helpers: କନ୍ଦେଇଲେଣି ଘରୋଇ ସହାୟିକା: ୬ମାସରେ ୩୦ରୁ ଊର୍ଦ୍ଧ୍ବ ଲୁଟ୍‌ ମାମଲା

Oct 17, 2026 - 09:59
Domestic helpers: କନ୍ଦେଇଲେଣି ଘରୋଇ ସହାୟିକା: ୬ମାସରେ ୩୦ରୁ ଊର୍ଦ୍ଧ୍ବ ଲୁଟ୍‌ ମାମଲା

"ଭୁବନେଶ୍ବର: ଘରୋଇ ସହାୟିକା ରଖୁଥିଲେ ସାବଧାନ।

ମାଲିକଙ୍କ ଅନୁପସ୍ଥିତି ନଚେତ୍ ବିଶ୍ବାସର ସୁଯୋଗ ନେଇ ଘରେ କଳାକନା ବୁଲାଉଛନ୍ତି।

ବିଗତ ୬ମାସରେ ରାଜଧାନୀରେ ପ୍ରାୟ ୩୦ରୁ ଅଧିକ ଘରୋଇ ସହାୟିକା ମାଲିକଙ୍କ ଘରେ କଳାକନା ବୁଲାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

ଏହି ତାଲିକାରେ ସରକାରୀ ଓକିଲଙ୍କଠାରୁ ଆରମ୍ଭ କରି, ଡାକ୍ତର, ବରିଷ୍ଠ ନାଗରିକ, ବରିଷ୍ଠ ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ବର୍ଗର ଲୋକେ ଶିକାର ହୋଇଛନ୍ତି।

ଯାହାକୁ ନେଇ ଏବେ ରାଜଧାନୀବାସୀଙ୍କ ମଧ୍ୟରେ ଘରୋଇ ସହାୟିକା ରଖିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ସେହିଭଳି ଅଭିଯୋଗକୁ ନେଇ ପୁଲିସ ମଧ୍ୟ ପ୍ରାୟ ୮ରୁ ଅଧିକ ମହିଳା ଓ ୩ଜଣ ପୁରୁଷ ସହାୟକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ମାତ୍ର ବିଡ଼ମ୍ବନାର ବିଷୟ ହେଉଛି, ଚୋରି ଅଭିଯୋଗ ହୋଇଥିବା ଏହି ମାମଲାରେ ପୁଲିସର ସମ୍ପତ୍ତି ଜବତ ବା ରିକଭରି ନୈରାଶ୍ୟଜନକ ବୋଲି ଜଣାପଡ଼ିଛି।

ଚଳିତବର୍ଷ ରୁଜୁ ହୋଇଥିବା ବିଭିନ୍ନ ମାମଲାରେ ଚୋରି ହୋଇଥିବା ସମ୍ପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ଅଢ଼େଇ କୋଟିରୁ ଅଧିକ ବୋଲି ଜଣାପଡ଼ିଛି।

ଆଉ ପୁଲିସର ରିକଭରି ୩୦ଲକ୍ଷ ମଧ୍ୟରେ ସୀମିତ ରହିଛି।Advertisment College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା ୧୦ଲକ୍ଷ ଟଙ୍କାର ଗହଣା କଳାକନା ବୁଲାଇ ଚମ୍ପଟ୍ରାଜଧାନୀରେ ପୁଣି ଜଣେ ଘରୋଇ ସହାୟିକାଙ୍କ କଳା କାରନାମା ସାମ୍ନାକୁ ଆସିଛି।

କାମ କରିବା ବାହାନାରେ ମାଲିକଙ୍କ ଅନ୍ୟ ମନସ୍କତାର ସୁଯୋଗ ନେଇ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କାର ହୀରା, ସୁନା ଓ ରୁପା ଅଳଙ୍କାର ଲୁଟ୍ ହୋଇଛି।

ଏଭଳି ଏକ ଅଭାବନୀୟ ଘଟଣା ଝାରପଡ଼ାସ୍ଥିତ ଶାନ୍ତିନଗର ଆପାର୍ଟମେଣ୍ଟ୍‌ରେ ଦେଖିବାକୁ ମିଳିଛି।

ମାଲିକ ମୀନାକ୍ଷୀ ପାତ୍ରଙ୍କ ଅଭିଯୋଗ କ୍ରମେ ଲକ୍ଷ୍ମୀସାଗର ଥାନା ପୁଲିସ ଘରୋଇ ସହାୟିକାଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କିଛି ମାସ ପୂର୍ବେ ମୀନାକ୍ଷୀ ଘରୋଇ କାମରେ ସହାୟତା ପାଇଁ ସହାୟିକା ଖୋଜୁଥିଲେ।

ପରେ ତାଙ୍କ ଆପାର୍ଟମେଣ୍ଟ୍‌ର ପଡ଼ୋଶୀ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ନମ୍ବର ଦେଇଥିଲେ।

ଉକ୍ତ ନମ୍ବରକୁ ଯୋଗାଯୋଗ କରି ତାଙ୍କୁ କାମରେ ରଖିଥିଲେ।

ଗତ ସପ୍ତାହରେ ମୀନାକ୍ଷୀ ଏକ ଉତ୍ସବରେ ଯୋଗ ଦେବାକୁ ଯିବା ବେଳେ ତାଙ୍କର ହୀରା କାନଫୁଲ ଖୋଜିଥିଲେ।

ମାତ୍ର ସେ ପାଇନଥିଲେ।

ବ୍ୟସ୍ତରେ ଥିବା କାରଣରୁ ସେ ଉକ୍ତ କାନଫୁଲକୁ ଗୁରୁତ୍ବ ନ ଦେଇ ଅନ୍ୟ ଏକ ଗହଣା ପିନ୍ଧିଥିଲେ।

ଏହାର କିଛିଦିନ ପରେ ଘରୋଇ ସହାୟିକା ତାଙ୍କ ଘରକୁ କାମ କରିବାକୁ ଆସି ନଥିଲେ।

ସେ ତାଙ୍କୁ ଫୋନ୍ କରିବାରୁ ତାଙ୍କ ଫୋନ୍ ଉଠାଇ ନଥିଲେ।

ମୀନାକ୍ଷୀଙ୍କ ସନ୍ଦେହ ହେବାରୁ ସେ ତାଙ୍କ ଗହଣା ବାକ୍ସ ଓ ଖୋଲି ଦେଖିବାରୁ ସେଥିରେ ସୁନାହାର, ସୁନା ବଳା, ୨ଟି ସୁନା ମୁଦି, ହଳେ ହୀରା କାନଫୁଲ, ୫୦ଗ୍ରାମ୍‌ର ରୁପା ଅଳଙ୍କାର ନଥିଲା।

ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ମୀନାକ୍ଷୀ ଅଭିଯୋଗ କରିଛନ୍ତି।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ କିଛି ପ୍ରମୁଖ ମାମଲା    ବିଶ୍ୱାସରେ ରଖିଥିବା ଘରୋଇ ସହାୟକ ହିଁ ବୃଦ୍ଧ ମାଲିକଙ୍କୁ ଚୂନା ଲଗାଇଥିଲା।

ନୂଆପଲ୍ଲୀ ବ୍ରିଟ୍‌ କଲୋନିର ୭୫ ବର୍ଷୀୟ ପ୍ରଭାତ ଚନ୍ଦ୍ର ପଣ୍ଡାଙ୍କ ଆକାଉଣ୍ଟରୁ ୩୨ ଲକ୍ଷ ୨୭ ହଜାର ଟଙ୍କା ହଡ଼ପ ଅଭିଯୋଗରେ ସାଇବର କ୍ରାଇମ୍ ଓ ଇକୋନୋମିକ ଅଫେନ୍ସ ଥାନାରେ ମାମଲା ରୁଜୁ ହୋଇଛି।

ମାମଲାକୁ କେନ୍ଦ୍ର କରି ସାଇବର ଥାନା ଅଭିଯୁକ୍ତ ସାଇବର ଥାନା ଧୂର୍ତ୍ତ ଘରୋଇ ସହାୟକ ସତୀଶ ସାମନ୍ତରାୟକୁ ଗିରଫ କରିଛି।    କୃଷି ବିଭାଗର ସହକାରୀ ନିର୍ଦ୍ଦେଶିକା ଓ ଡାକ୍ତରାଣୀଙ୍କ ଘରୁ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି ହୋଇଥିଲା।

ଅଭିଯୋଗକୁ କେନ୍ଦ୍ର କରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଘରୋଇ ସହାୟିକା ତଥା ଅନୁଗୁଳ କିଶନନଗରଥାନା ଅନ୍ତର୍ଗତ ଧରୁଆପଲ୍ଲୀ ଅଞ୍ଚଳର ପ୍ରିୟଙ୍କା ରାଉଳ(୨୨)କୁ ଗିରଫ କରିଛି।    ସରକାରୀ ଓକିଲଙ୍କ ଘରୁ ୭ ଲକ୍ଷ ଟଙ୍କା ଓ ୫ ଭରି ଓଜନର ସୁନା ଗହଣା ଚୋରି ହୋଇଥିଲା।

ବିଶ୍ବାସରେ ବିଷ ଦେଇଥିବା ଏହି ଘରୋଇ ସହାୟିକା ଦମ୍ପତ୍ତି ଚନ୍ଦ୍ରଶିଖା ନାଥ ଓରଫ ଲକି ଓ ତାଙ୍କ ସ୍ବାମୀ ପ୍ରଦୀପ ନାଥଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)