Domestic Dispute ଘରୋଇ କଳିର ଦୁଃଖଦ ଅନ୍ତ: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ
" ମୈଦାଲପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ହାତିବାରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ।
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ପୁଲିସ ଅଭିଯୁକ୍ତକୁ ଅଟକ ରଖି ପରବର୍ତ୍ତୀ କାର୍ଯ୍ୟାାନୁଷ୍ଠାନ ଆରମ୍ଭ କରିଛି।
Advertisment ୪ବର୍ଷ ଧରି ସ୍ବାମୀ ସ୍ତ୍ରୀଙ୍କ ପାଇଁ ଉପବାସ ରଖୁଥିବା ବେଳେ କରବାଚୌଥରେ ପ୍ରେମିକ ସହ ଫେରାର ହେଲେ ମହିଳା ସୂଚନା ପ୍ରକାରେ, ଗତକାଲି (ରବିବାର) ରାତିରେ ତୁଲାବତୀ ଗୌଡ଼ ଓ ପଦଲାମ ଗୌଡ଼ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା।
ଏହା ଉଗ୍ରରୂପ ନେଇଥିଲା।
ଏହି ସମୟରେ ପଦଲାମ ଘରେ ଥିବା ଏକ ଟାଙ୍ଗିଆରେ ତୁଳାବତୀଙ୍କୁ ଆକ୍ରମଣ କରିଥିଲା।
ଏଥିରେ ତୁଳାବତୀ ଗୁରୁତର ଆହତ ହୋଇଥିଲେ।
ପାଖପଡ଼ୋଶୀ ଏନେଇପୁଲିସକୁ ସୂଚିତ କରିବା ସହ ତୁଳାବତୀଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ମେଡିକାଲ୍ରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବିବାହ ବାର୍ଷିକୀରେ ସ୍ବାମୀ ସ୍ତ୍ରୀକୁ ଦେଲେ ୧କିଲୋ ଓଜନର ସୁନା ହାର, ଥାନାକୁ ଡାକି ନେଇଗଲା ପୁଲିସ ମୃତ ତୁଲାବତୀଙ୍କ ବାପା ପୁରସୂତି ଗୌଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଭିତ୍ତିରେ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଛି।
ବ୍ୟବଚ୍ଛେଦ ପରେ ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ଓ ପରବର୍ତ୍ତୀ ଆଇନଗତ ପଦକ୍ଷେପ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।