doctors protest ଡାକ୍ତରଙ୍କୁ  ସରକାରଙ୍କ ଅନୁରୋଧ: ଆନ୍ଦୋଳନ ଛାଡ଼ି ଆଲୋଚନା କର

Jul 02, 2026 - 22:10
doctors protest  ଡାକ୍ତରଙ୍କୁ  ସରକାରଙ୍କ ଅନୁରୋଧ: ଆନ୍ଦୋଳନ ଛାଡ଼ି ଆଲୋଚନା କର

"ଭୁବନେଶ୍ୱର:  ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବା ସହ  ଆଲୋଚନାରେ ଯୋଗ ଦେବାକୁ ସରକାର ଅନୁରୋଧ କରିଛନ୍ତି।

ଯଦି ରୋଗୀସେବା ବ୍ୟାାହତ ହୁଏ ତେବେ ଆଇନାନୁସାରେ ପଦକ୍ଷେପ ନେବେ ବୋଲି ସରକାର ଚେତାଇ ମଧ୍ୟ ଦେଇଛନ୍ତି।

Advertisment ସ୍ବାସ୍ଥ୍ୟ ବିଭାଗର ପକ୍ଷରୁ ଜାରି ପ୍ରେସ୍‌ ସୂଚନାରେ ଦର୍ଶାଯାଇଛି, ଡାକ୍ତରଙ୍କ ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (ଓଏମ୍‌ସା) ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ବିଭାଗ ତରଫରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଥିଲା।

Doctors Strike: ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଆନ୍ଦୋଳନ: ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟସେବା ପ୍ରଭାବିତ ସରକାର ପୂର୍ବରୁ ଡାକ୍ତରମାନଙ୍କ ବହୁ ଦାବିକୁ ଗ୍ରହଣ କରି ସେମାନଙ୍କର  କ୍ଯାଡର ରି-ଷ୍ଟ୍ରକଚରିଂ , Dynamic Assured Career Progression (DACP), Special Incentive ଏବଂ Place-based Incentive ପରି ବିଭିନ୍ନ ସୁବିଧା ଲାଗୁ କରିଛନ୍ତି।

ଡାକ୍ତରଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଅନେକ ସୁବିଧା  କରିଛନ୍ତି ।ରାଜ୍ୟ ସରକାର ସର୍ବଦା ଡାକ୍ତରମାନଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳ ରହିଛନ୍ତି।

କିନ୍ତୁ ରୋଗୀଙ୍କ ସ୍ୱାର୍ଥ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି।

ସେଥିପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜଣାଇ ଦିଆଯାଇଛି।

ସେମାନେ କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କ ଦାବିଗୁଡ଼ିକ ଉପରେ ଗଠନମୂଳକ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

Doctors Strike 2 Hours No Opd ଆଜି ବି ସାରା ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ, ରୋଗୀ ହନ୍ତସନ୍ତ "ସେବା ହିଁ ପରମ ଧର୍ମ" ଏହାକୁ ପାଥେୟ କରି ଆନ୍ଦୋଳନରତ ଡାକ୍ତରମାନଙ୍କୁ ଅନୁରୋଧ ,ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରି ପୂର୍ବଭଳି  ରୋଗୀସେବା ଜାରି ରଖନ୍ତୁ ।

ଯଦି ରୋଗୀଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ସେବା ବ୍ୟାଘାତ ହୁଏ ତା  ହେଲେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ।"