Welcome!

Unlock your personalized experience.
Sign Up

DNA Tests: ନିଖୋଜ ଟ୍ରଲର୍‌ ଠାବ ଘଟଣା: ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଚିହ୍ନି ପାରୁନାହାନ୍ତି ପରିବାର ଲୋକେ, DNA ଟେଷ୍ଟରୁ ସ୍ପଷ୍ଟ ହେବ ଶବ କାହାର...

Jul 14, 2026 - 13:57
DNA Tests: ନିଖୋଜ ଟ୍ରଲର୍‌ ଠାବ ଘଟଣା: ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଚିହ୍ନି ପାରୁନାହାନ୍ତି ପରିବାର ଲୋକେ, DNA ଟେଷ୍ଟରୁ ସ୍ପଷ୍ଟ ହେବ ଶବ କାହାର...

ଭୋଗରାଇ/ଚନ୍ଦନେଶ୍ୱର,୧୪/୦୭: ବଙ୍ଗୋପସାଗରରେ ଟ୍ରଲର ବୁଡ଼ି ଘଟଣା। ମୃତ୍ୟୁ ମତ୍ସ୍ୟଜୀବୀଙ୍କର ଶବ ବ୍ୟବଚ୍ଛେଦ ହେବ । ମୃତଦେହ ଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ ଡିଏନଏ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଡିଏନଏ ନମୁନା ସଂଗ୍ରହ ପରେ ପ୍ରାୟ ୭ ଦିନ ମଧ୍ୟରେ ରିପୋର୍ଟ ଆସିବାର ସମ୍ଭାବନା ରହିଛି । ରିପୋର୍ଟ ଆଧାରରେ ମୃତଦେହ ସମ୍ପୃକ୍ତ ପରିବାରଙ୍କୁ ହସ୍ତାନ୍ତର କରାଯିବ।

ଗତ ୨ ତାରିଖରେ ପଶ୍ଚିମବଙ୍ଗ ଦେଉଳୀ ବାଂଲା ଅଞ୍ଚଳର ଅଭିଜିତ୍ ବେରାଙ୍କ "ଜୟ ମା’ କାଳୀ-୧୭' ଟ୍ରଲର୍ରେ ୧୫ଜଣ ମତ୍ସ୍ୟଜୀବୀ ଇଲିସି ଧରିବାକୁ ଦୀଘା ଶଙ୍କରପୁର ଜେଟିରୁ ବଙ୍ଗୋପସାଗରକୁ ଯାଇଥିଲେ । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଥିଲେ ମଧ୍ୟ ଏହି ମତ୍ସ୍ୟଜୀବୀମାନେ ଜୀବନକୁ ବାଜି ଲଗାଇ ବାହାରି ଯାଇଥିଲେ ଇଲିସି ସନ୍ଧାନରେ । ହେଲେ ଯିବାର ୪ ଦିନ ପରେ ସେମାନଙ୍କ ସହିତ ଆଉ କୌଣସି ଯୋଗାଯୋଗ ହୋଇନଥିଲା । ୬ ତାରିଖରୁ ସେମାନଙ୍କୁ ତଲାସି କରାଯାଉଥିଲେ ମଧ୍ୟ କୌଣସି ସନ୍ଧାନ ମିଳୁ ନ ଥିଲା । ପରିବାର ଲୋକେ ଆଶଙ୍କାରେ ଥିଲେ । ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ସେମାନଙ୍କ ସନ୍ଧାନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ ;-  Fishermen Alert : ଯୋଡ଼ା ଲଘୁଚାପ ପାଇଁ ଅଶାନ୍ତ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ୫ ଦିନ ସମୁଦ୍ର ବାରଣ

ଗତ ରବିବାର ସନ୍ଧ୍ୟାରେ ବାଂଲାଦେଶ ସୀମାରୁ ଅଳ୍ପ ଦୂର କାକଦ୍ୱୀପଠାରୁ ପ୍ରାୟ ୫୦ କିମି ପାଥରପ୍ରତିମା ଥାନା ଏବଂ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଗୋବର୍ଦ୍ଧନ କୋଷ୍ଟାଲ ଥାନା ଅଧୀନ ବାଘଚଡ଼ରୁ ଅନତି ଦୂର ରକ୍ତେଶ୍ୱରୀ ବାଲି ଚଢ଼ା ନିକଟରେ ଟ୍ରଲର୍ଟି ଓଲଟି ପଡ଼ିଥିବା ସନ୍ଧାନ ମିଳିଥିଲା। ତଟ ସୁରକ୍ଷା ବାହିନୀ, ନୌବାହିନୀ, ଏସ୍ଟିଆର୍ ଓ ପଶ୍ଚିମବଙ୍ଗ ଗୋବର୍ଦ୍ଧନପୁରର ସୀତାରାମ ଅଞ୍ଚଳର କେତେକ ଅଭିଜ୍ଞ ମତ୍ସ୍ୟଜୀବୀଙ୍କୁ ନେଇ ଗଠିତ ଟିମ୍ ଟ୍ରଲର୍ ଉଦ୍ଧାର କରିବାକୁ ଯାଇଥିଲେ । ଉକ୍ତ ଟ୍ରଲର୍ଟିକୁ ଅନ୍ୟ ଟ୍ରଲର ସହାୟତାରେ ଟାଣି କାକଦ୍ୱୀପ ନିକଟକୁ ଅଣାଯାଇଥିଲା । ଟ୍ରଲର୍ର ଏକ କେବିନ୍ରୁ ୯ଟି ମୃତଦେହ ଉଦ୍ଧାର କରି ପାଖ ହସ୍ପିଟାଲକୁ ନିଆଯାଇଥିଲା । ଅନ୍ୟ ୬ ଜଣ ଭାସି ଯାଇଥିବା ଅନୁମାନ କରାଯାଉଥିବା ବେଳେ ସେମାନଙ୍କ ସନ୍ଧାନ ମିଳିପାରିନାହିଁ । ଭୋଗରାଇ ବ୍ଲକ୍ ଉଲୁଡ଼ା ଗାଁର ମଧୁସୂଦନ ମାଝୀଙ୍କ ୩ ପୁଅ ରବୀନ୍ଦ୍ର, ଜଗନ୍ନାଥ ଓ ଜୟରାମ ଏହି ଟ୍ରଲର୍ରେ ଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଅନ୍ୟପଟେ ଡିଏନ୍ଏ ଟେଷ୍ଟ୍ କରି ଶବ ଚିହ୍ନଟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।