Welcome!

Unlock your personalized experience.
Sign Up

Fishermen Alert : ଯୋଡ଼ା ଲଘୁଚାପ ପାଇଁ ଅଶାନ୍ତ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ୫ ଦିନ ସମୁଦ୍ର ବାରଣ

Jul 14, 2026 - 13:36
Fishermen Alert : ଯୋଡ଼ା ଲଘୁଚାପ ପାଇଁ ଅଶାନ୍ତ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ୫ ଦିନ ସମୁଦ୍ର ବାରଣ

ଚନ୍ଦନେଶ୍ୱର,୧୪/୦୭: ସମୁଦ୍ରରେ ସୃଷ୍ଟି ହୋଇଛି ଯୋଡ଼ା ଲଘୁଚାପ । ଏହା ପ୍ରଭାବରେ ପ୍ରବଳ ବର୍ଷା,ପବନ, ଘଡ଼ଘଡି ସାଙ୍ଗକୁ ସମୁଦ୍ର ଅଶାନ୍ତ ରହିଛି । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୧୩ରୁ ୧୭ତାରିଖ ୫ଦିନ ସମୁଦ୍ରକୁ ନଯିବାକୁ ସତର୍କ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀମତ୍ସ୍ୟ ବିଭାଗ ଭୋଗରାଇର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦୟପୁର, ତାଳସାରୀ, ରଣସିଂହପୁର ଓକୀର୍ତ୍ତନିଆରେ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି । ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି କୂଳକୁ ଫେରିଆସିବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ :- Raining Day: ପ୍ରବଳ ବର୍ଷା ଯୋଗୁଁ ଭଦ୍ରକରେ ଛୁଟି ଘୋଷଣା, ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ

ଏହାଛଡା ମତ୍ସ୍ୟଜୀବୀମାନଙ୍କ ଡଙ୍ଗା, ମାଛଧରା ଉପକରଣ ସବୁ ସୁରକ୍ଷିତ ସ୍ଥାନରେରଖିବାକୁ କୁହାଯାଇଛି। ଧନ, ଜୀବନ ଜୀବିକାର ସୁରକ୍ଷା ପାଇଁ ଏହା ପାଳନ କରିବା ଅତ୍ୟନ୍ତ ଜରୁରିବୋଲି ଭାରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ ସମ୍ପ୍ରସାରଣ) ଅନନ୍ତ କୁମାର ଜେନା କହିଛନ୍ତି । ଭୋଗରାଇରେ ଥିବା ୨୦ଜଣ ସାଗର ମିତ୍ର ପୃଥକ ପୃଥକ ଭାବେ ବିଭିନ୍ନ ମତ୍ସ୍ୟ ଅବତରଣ କେନ୍ଦ୍ରମାନଙ୍କରେଏହି ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି ବୋଲି ସାଗର ମିତ୍ର ସ୍ନେହାଞ୍ଜଳି ଦାସ, ସଂଗ୍ରାମ କେଶରୀ ନନ୍ଦୀ ପ୍ରକାଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।