Diwali Offer: ମାଲାବାରର ଆକର୍ଷଣୀୟ ଦୀପାବଳି ଓ ଧନତେରସ୍‌ ଅଫର୍‌

Oct 18, 2026 - 00:35
Diwali Offer: ମାଲାବାରର ଆକର୍ଷଣୀୟ ଦୀପାବଳି ଓ ଧନତେରସ୍‌ ଅଫର୍‌

"ଭୁବନେଶ୍ବର: ଦୀପାବଳି ଓ ଧନତେରସ୍‌ ଅବସରରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍‌ ଘୋଷଣା କରିଛି ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌।

ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ସୋରୁମ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନ ଆସନ୍ତା ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ।

Advertisment ଏହି ଅଭିଯାନକୁ ଓଲିଉଡ୍‌ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଇପ୍ସିତା ସାହୁ ଉଦ୍‌ଘାଟନ କରିଛନ୍ତି।

ପାର୍ବଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମ୍ପାନି ପକ୍ଷରୁ ବିଭିନ୍ନ ପ୍ରକାର ଗହଣା ଉପରେ ରିହାତି ଘୋଷଣା କରାଯାଇଛି।

ଏହି ପାର୍ବଣ ଅଭିଯାନରେ କମ୍ପାନି ମନହାରୀ, ଚିତ୍ରାଙ୍ଗୀ ଓ ଜୁଲ୍‌ ସମେତ ଏରା, ପ୍ରେସିଆ ଓ ମାଇନ୍‌ ହୀରା କଲେକ୍ସନକୁ ପ୍ରଦର୍ଶିତ କରିଛି।

ସୁନା ଗହଣାର ଗଢ଼ା ମଜୁରି ଉପରେ ୩୦% ପର୍ଯ୍ୟନ୍ତ ରିହାତି ମିଳିବ।

ସେହିପରି ହୀରା ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ସହ ଏରା, ପ୍ରେସିଆ ଗହଣା ଓ ରୁପା ଗହଣାର ଗଢ଼ା ମଜୁରିରେ ମଧ୍ୟ ୩୦% ପର୍ଯ୍ୟନ୍ତ ଛାଡ଼ ମିଳିବ।

ଏଥିସହିତ ଗ୍ରାହକମାନେ ଏହି ଅବସରରେ ଧନତେରସ୍‌ ପାଇଁ ୧୦ ପ୍ରତିଶତ ଅର୍ଥ ଆଗୁଆ ପ୍ରଦାନ କରି ଗହଣା ବୁକ୍‌ କରିପାରିବେ।

ଏହାଦ୍ବାରା ସେମାନେ ବୁକ୍‌ ହୋଇଥିବା ଦରରେ କିମ୍ବା ପ୍ରଚଳିତ ମୂଲ୍ୟ, ଯେଉଁଟି କମ୍‌, ସେଥିରେ ଗହଣା କିଣିପାରିବେ।

ଏଥିସହିତ ପ୍ରତ୍ୟେକ ଅଗ୍ରିମ ପାଇଁ ଗ୍ରାହକ ରୁପା ମୁଦ୍ରା ମାଗଣା ପାଇବେ।  "ତନୈରା"ର ନୂଆ ଷ୍ଟୋର୍‌: ଡେଲିମାର୍କେଟ୍‌ରେ ଖୋଲିଲା, ଆରମ୍ଭରୁ ଆକର୍ଷଣୀୟ ଅଫର୍‌"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)