Dinusha: ସାଙ୍ଗାକାରା, ଫ୍ଲାୱରଙ୍କ କ୍ଲବ୍‌ରେ ଦିନୁଶା

Aug 27, 2026 - 16:21
Dinusha: ସାଙ୍ଗାକାରା, ଫ୍ଲାୱରଙ୍କ କ୍ଲବ୍‌ରେ ଦିନୁଶା

"କଲମ୍ବୋ: ଭାରତ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ‌ଟେଷ୍ଟ୍‌ ଶୃଙ୍ଖଳାରେ ଲଗାତାର ୪ ଥର ୫୦ରୁ ଅଧିକ ରନ୍‌ କରିଛନ୍ତି ଶ୍ରୀଲଙ୍କା ବ୍ୟାଟର୍‌ ସୋନାଲ ଦିନୁଶା।

କଲମ୍ବୋରେ ଦ୍ବିତୀୟ ଟେଷ୍ଟ୍‌ର ଶେଷ ଦିନରେ ସେ ଅର୍ଦ୍ଧଶତକ ଅର୍ଜନ କରି କିଂବଦନ୍ତି କୁମାର ସାଙ୍ଗାକାରା ଓ ଆଣ୍ଡି ଫ୍ଲାୱରଙ୍କ ଏଲିଟ୍‌ ତାଲିକାରେ ଯୋଡ଼ି ହୋଇଛନ୍ତି।

ପ୍ରଥମ ଟେଷ୍ଟ୍‌ର ଦୁଇଟି ପାଳିରେ ସେ ୧୦୦ ଓ ୮୪ ରନ୍‌ କରିଥିଲା ବେଳେ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୧୦୩ କରିଥିଲେ।

ଦ୍ବିତୀୟ ପାଳି ଚାପାନ ବିରତି ବେଳକୁ ସେ ୯୭ ରନ୍‌ କରି ବ୍ୟାଟିଂ କରୁଛନ୍ତି।

ଶ୍ରୀଲଙ୍କାର ତୃତୀୟ ଖେଳାଳି ଭାବେ ସେ ଏହି ସଫଳତା ପାଇଛନ୍ତି।

ତାଙ୍କ ପୂର୍ବରୁ ସାଙ୍ଗାକାରା ୨୦୧୩ରେ ବାଂଲାଦେଶ ବିପକ୍ଷ ଘରୋଇ ଶୃଙ୍ଖଳା ଓ ୨୦୧୪ରେ ଇଂଲଣ୍ଡ ବିପକ୍ଷ ବିଦେଶ ଗସ୍ତରେ ଏବଂ ଦିମୁତ କରୁଣାରତ୍ନେ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ୪ଟି ଯାକ ପାଳିରେ ୫୦+ ସ୍କୋର୍‌ କରିଥିଲେ।Advertisment ଶ୍ରୀଲଙ୍କାର ତୃତୀୟ ଖେଳାଳି ଭାବେ ସଫଳତା ଭାରତ ବିପକ୍ଷରେ ଏହି ସଫଳତା ପାଇବାରେ ସେ ଜିମ୍ବାୱେର ଆଣ୍ଡି ଫ୍ଲାୱରଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଛନ୍ତି।

ପୂର୍ବରୁ ୨୦୦୦ ମସିହାରେ ଭାରତ ଗସ୍ତରେ ଫ୍ଲାୱର ଯଥାକ୍ରମେ ୧୮୩*, ୭୦, ୫୫, ୨୩୨* ରନ୍‌ କରିଥିଲେ।

ସେ ମଧ୍ୟ ଡୌଗଲାସ ଜାଡିନେ (ଇଂଲଣ୍ଡ ବନାମ ଭାରତ ୧୯୩୨-୩୪), ଏଭର୍ଟନ ୱିକେସ୍‌, କ୍ଲାଇଡ୍‌ ୱାଲକଟ (ୱେଷ୍ଟଇଣ୍ଡିଜ୍‌-ଭାରତ ୧୯୪୮) ଏବଂ କେନ ବାରିଂଟନ୍‌ (ଇଂଲଣ୍ଡ-ଭାରତ ୧୯୫୯)ଙ୍କ ପରେ ପଞ୍ଚମ ଖେଳାଳି ଭାବେ ଭାରତ ବିପକ୍ଷ ପ୍ରଥମ ୪ ଟେଷ୍ଟ୍‌ରେ ଏହି ସଫଳତା ପାଇଛନ୍ତି।

୨୦୩୬ ଅଲମ୍ପିକ ପାଇଁ ଏବେଠାରୁ ପ୍ରସ୍ତୁତି ଆବଶ୍ୟକ: ପ୍ରଧାନମନ୍ତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)