Digital India: ତିନି ପିଢ଼ି, ଗୋଟିଏ ସ୍ୱପ୍ନ: ପାରିବାରିକ ଆଲୋଚନାରୁ ଜିଓର ଜନ୍ମ, ବଦଳିଗଲା ଭାରତର ଡିଜିଟାଲ୍ ଚିତ୍ର

Oct 13, 2026 - 22:41
Digital India: ତିନି ପିଢ଼ି, ଗୋଟିଏ ସ୍ୱପ୍ନ: ପାରିବାରିକ ଆଲୋଚନାରୁ ଜିଓର ଜନ୍ମ, ବଦଳିଗଲା ଭାରତର ଡିଜିଟାଲ୍ ଚିତ୍ର

"ନୂଆଦିଲ୍ଲୀ: ଦେଶରେ ଡିଜିଟାଲ୍ ସଂଯୋଗର ଚିତ୍ର ବଦଳାଇବାରେ ରିଲାଏନ୍ସ ଜିଓର ଭୂମିକା ଉଲ୍ଲେଖନୀୟ।

ତେବେ ଏହି ଯାତ୍ରା ପଛରେ ଥିଲା ଏକ ସାଧାରଣ ପାରିବାରିକ ଆଲୋଚନା।

ଘରେ ଇଣ୍ଟରନେଟ୍ ସଂଯୋଗ ଠିକ୍‌ ଭାବେ କାମ ନକରିବାକୁ ନେଇ ଈଶା ଅମ୍ବାନୀଙ୍କ ଅଭିଯୋଗ ଭାରତର ଡିଜିଟାଲ୍ ଭବିଷ୍ୟତ ସମ୍ପର୍କରେ ଏକ ବଡ଼ ଚିନ୍ତାଧାରାକୁ ଆଗକୁ ଆଣିଥିଲା।Advertisment ୨୦୧୧ରେ ୟେଲ୍‌ ବିଶ୍ୱବିଦ୍ୟାଳୟରୁ ପଢ଼ା ଶେଷ କରିବା ପାଇଁ ଘରକୁ ଆସିଥିବା ଇଶା ଅମ୍ବାନୀ ଇଣ୍ଟରନେଟ୍‌ର ଧୀର ଗତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ମୁକେଶ ଅମ୍ବାନୀଙ୍କ ସାର୍ବଜନୀନ ବକ୍ତବ୍ୟ ଅନୁଯାୟୀ, ଏହି ଅଭିଜ୍ଞତା ତାଙ୍କୁ ବ୍ରଡ୍‌ବ୍ୟାଣ୍ଡ୍ ଓ ଭାରତର ଡିଜିଟାଲ୍ ଭବିଷ୍ୟତ ସମ୍ପର୍କରେ ନୂଆ ଭାବେ ଚିନ୍ତା କରିବାକୁ ପ୍ରେରଣା ଦେଇଥିଲା।

ନୂଆ ପିଢ଼ି ପାଇଁ ଇଣ୍ଟରନେଟ୍‌ ଶିକ୍ଷାମୁକେଶଙ୍କ ପୁଅ ଆକାଶ ଅମ୍ବାନୀ ଏହି ସମସ୍ୟାକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖିଥିଲେ।

ପୂର୍ବ ପିଢ଼ି ପାଇଁ ଟେଲିକମ୍‌ର ଅର୍ଥ ଥିଲା ଫୋନ୍‌ କଲ୍‌ ଓ କଥାବାର୍ତ୍ତା।

କିନ୍ତୁ ନୂଆ ପିଢ଼ି ପାଇଁ ଇଣ୍ଟରନେଟ୍‌ ଶିକ୍ଷା, ମନୋରଞ୍ଜନ, ବ୍ୟାଙ୍କିଂ, ବ୍ୟବସାୟ ଓ ଯୋଗାଯୋଗର ମୁଖ୍ୟ ମାଧ୍ୟମ ପାଲଟିଥିଲା।

ତେଣୁ ଭବିଷ୍ୟତ ଡାଟା ଉପରେ ନିର୍ଭର କରିବ ବୋଲି ତାଙ୍କ ମତ ଥିଲା।

ଏହି ଚିନ୍ତାଧାରା ରିଲାଏନ୍ସ ଜିଓର ଯୋଜନାକୁ ଆକାର ଦେବାରେ ସହାୟକ ହୋଇଥିଲା।

୨୦୧୬ ସେପ୍ଟେମ୍ବରରେ ଜିଓ ବାଣିଜ୍ୟିକ ସେବା ଆରମ୍ଭ କରିବା ପରେ ଶସ୍ତା ମୋବାଇଲ୍ ଡାଟା ଦେଶର ଅନେକ ଲୋକଙ୍କ ପାଖରେ ପହଞ୍ଚିଥିଲା।

ଏହାଦ୍ୱାରା ଅନଲାଇନ୍ ଶିକ୍ଷା, ଡିଜିଟାଲ୍ ପେମେଣ୍ଟ୍, ମନୋରଞ୍ଜନ ଓ ଅନଲାଇନ୍ ବ୍ୟବସାୟର ବ୍ୟବହାର ବଢ଼ିଥିଲା।

ରିଲାଏନ୍ସ ଜିଓ ଲଞ୍ଚ କଲା ୩ଟି ନୂଆ ୫ଜି ଡାଟା ବୁଷ୍ଟର ପ୍ଲାନ, ମାତ୍ର ୫୧ ଟଙ୍କାରେ ମିଳିବ ଅସୀମିତ ୫ଜି ଡାଟା !

ଭାରତର ଡିଜିଟାଲ୍ ଯାତ୍ରାର ଏକ ଅଂଶ୨୦୨୦ର କୋଭିଡ୍‌-୧୯ ଲକ୍‌ଡାଉନ୍ ସମୟରେ ଡିଜିଟାଲ୍ ସଂଯୋଗର ଗୁରୁତ୍ୱ ଆହୁରି ସ୍ପଷ୍ଟ ହୋଇ ଯାଇଥିଲା।

ଛାତ୍ରଛାତ୍ରୀ ଅନଲାଇନ୍‌ରେ ପାଠ ପଢ଼ିବା, କର୍ମଚାରୀ ଘରୁ କାମ କରିବା ଓ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ ରଖିବାରେ ଇଣ୍ଟରନେଟ୍‌ ସହାୟକ ହୋଇଥିଲା।

ଜିଓ ନିଜର ଭିଡିଓ କନ୍‌ଫରେନ୍ସିଂ ପ୍ଲାଟ୍‌ଫର୍ମ ଜିଓମିଟ୍‌ ମଧ୍ୟ ଆରମ୍ଭ କରିଥିଲା।

ଏକ ପରିବାରର ଇଣ୍ଟରନେଟ୍‌ ସମସ୍ୟାରୁ ଆରମ୍ଭ ହୋଇଥିବା ଏହି ଚିନ୍ତାଧାରା ଭାରତର ଡିଜିଟାଲ୍ ଯାତ୍ରାର ଏକ ଅଂଶ ହୋଇଥିଲା।

ଧୀରୁଭାଇ ଅମ୍ବାନୀଙ୍କ ଶିଳ୍ପ ସ୍ୱପ୍ନ, ମୁକେଶ ଅମ୍ବାନୀଙ୍କ ବ୍ୟାପକ ବିସ୍ତାର ଯୋଜନା ଏବଂ ଆକାଶ ଅମ୍ବାନୀଙ୍କ ଡାଟାକେନ୍ଦ୍ରିକ ଦୃଷ୍ଟିକୋଣ—ଏହି ତିନି ପିଢ଼ିର ଚିନ୍ତାଧାରା ରିଲାଏନ୍ସର ଯାତ୍ରାକୁ ଏକ ନୂଆ ଦିଗ ଦେଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)