Digital Forensics ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ବୁଝାମଣା
"ଭୁବନେଶ୍ୱର: ସାଇବର ଅପରାଧର ସଠିକ ମୁକାବିଲା, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଓ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU), ଭୁବନେଶ୍ୱର ମଧ୍ୟରେ ଆଜି ଏକ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
Advertisment ଏହି କାର୍ଯ୍ୟକ୍ରମରେ, ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର, କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ଓ ଏନ୍ଏଫ୍ଏସ୍ୟୁ କ୍ୟାମ୍ପସ ନିର୍ଦ୍ଦେଶିକା, ଡ଼ଃ ପୁରବୀ ପୋଖରିୟାଲ ଉପସ୍ଥିତ ଥିଳେ।
ବୁଝାମଣା ପତ୍ର ସ୍ବାକ୍ଷର ଅବ୍ୟବହିତ ପରେ ଡିଜିପି ଖୁରାନିଆ “ସାଇବର ଅପରାଧ ତଦନ୍ତ ଏବଂ ଡିଜିଟାଲ ଫରେନ୍ସିକ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଡିଜିପି କହିଛନ୍ତି, ଏହି ପାଞ୍ଚବର୍ଷିଆ ବୁଝାମଣାପତ୍ର ଉଭୟ ଅନୁଷ୍ଠାନ ମଧ୍ୟରେ ଏକ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ।
ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ଯୋଗୁଁ ରାଜ୍ୟର ସାଇବର ପୋଲିସିଂ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ।
ବର୍ତ୍ତମାନ ଅପରାଧର ସ୍ୱରୂପ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ପ୍ରାୟ ପ୍ରତ୍ୟେକ ଅପରାଧରେ ଡିଜିଟାଲ ପ୍ରମାଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ମ୍ୟୁଲ୍ ଆକାଉଣ୍ଟ, ଅନଲାଇନ୍ ନିବେଶ ଠକେଇ ଏବଂ “ଡିଜିଟାଲ ଗିରଫ” ଭଳି ସାଇବର ଅପରାଧ କ୍ରମାଗତ ଭାବେ ବଢ଼ୁଥିବାବେଳେ ନୂତନ ଫୌଜଦାରୀ ଆଇନରେ ଫରେନ୍ସିକ ବିଜ୍ଞାନକୁ ତଦନ୍ତର କେନ୍ଦ୍ରବିନ୍ଦୁ କରାଯାଇଛି।
ତେଣୁ ଇଲେକ୍ଟ୍ରୋନିକ୍ ପ୍ରମାଣର ସଠିକ୍ ଜବତ, ସଂରକ୍ଷଣ ଓ ପରିଚାଳନା ପ୍ରତ୍ୟେକ ପୋଲିସ ଅଧିକାରୀଙ୍କର ମୌଳିକ ଦକ୍ଷତା ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
ସାଇବର ଠକେଇରୁ କେମିତି ବଞ୍ଚିବେ?
ଜାଣନ୍ତୁ ଉପାୟ...
ସାଇବର ଅପରାଧ ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜ୍ୟରେ ୨୦ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଥାନା ସ୍ଥାପନ କରାଯାଇଥିବାବେଳେ ସମସ୍ତ ଥାନାକୁ ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ଆଧୁନିକ ହାର୍ଡୱେର ଓ ସଫ୍ଟୱେର ଯୋଗାଇ ଦିଆଯାଇଛି।
ଏହି ଉପକରଣଗୁଡ଼ିକର ବ୍ୟବହାର ପାଇଁ ଉନ୍ନତମାନର ପ୍ରଶିକ୍ଷଣ ଅପରିହାର୍ଯ୍ୟ ବୋଲି ସେ କହିଥିଲେ। e-Zero FIR System ସାଇବର ଅପରାଧ ବିରୋଧରେ ନୂଆ ଅସ୍ତ୍ର "ଇ-ଶୂନ ଏତଲା" ୨୦୨୭ ଜାନୁଆରୀ ସୁଦ୍ଧା ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ଏବଂ କ୍ରାଇମବ୍ରାଞ୍ଚର ମୋଟ ୪୮୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ୧୬ଟି ବ୍ୟାଚରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ୍ ଡିଜିପି ମିଶ୍ର ସୂଚନା ଦେଇଥିଲେ।
ପ୍ରତ୍ୟେକ ବ୍ୟାଚରେ ୩୦ ଜଣ ଅଂଶଗ୍ରହଣ କରିବେ ଏବଂ କନଷ୍ଟେବଲ୍ ଠାରୁ ଡିଏସପି ପର୍ଯ୍ୟନ୍ତ ଅଧିକାରୀମାନେ ଏହି ପ୍ରଶିକ୍ଷଣରେ ସାମିଲ ହେବେ।
୬ ଦିନିଆ ଏହି ପ୍ରଶିକ୍ଷଣରେ ୫ ଦିନ NFSUରେ ଶ୍ରେଣୀଗୃହ ଓ ପରୀକ୍ଷାଗାର ଭିତ୍ତିକ ପ୍ରଶିକ୍ଷଣ ଏବଂ ୧ ଦିନ ସାଇବର କମ୍ପ୍ଲେକ୍ସରେ ପ୍ରଶିକ୍ଷଣ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ।
Robot Import Ban: ଚୀନ୍ ଦ୍ବାରା ହ୍ୟାକିଂ ଏବଂ ସାଇବର ଆକ୍ରମଣ ଆଶଙ୍କା: ଆମେରିକାରେ ମାନବ ରୋବୋଟ୍ ଆମଦାନି ନିଷେଧ ଆଜିର ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା ଏସଫଏଲ, ଡ ସନ୍ତୋଷ ବାଲା, ଆଇଜି (କ୍ରାଇମବ୍ରାଞ୍ଚ) ଡ ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
ଏନ୍ଏଫ୍ଏସ୍ୟୁର ଆସୋସିଏଟ ପ୍ରଫେସର ଡ ବିଶ୍ୱକଲ୍ୟାଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।