04 AUGUST 2026

Welcome!

Unlock your personalized experience.
Sign Up

Udhayanidhi Stalin: ଗିରଫ ପରେ ଷ୍ଟାଲିନ କହିଲେ, ‘"ମୁଁ କ'ଣ କିଛି ଭୁଲ କହିଲି?

Aug 04, 2026 - 16:25
Udhayanidhi Stalin: ଗିରଫ ପରେ ଷ୍ଟାଲିନ କହିଲେ, ‘"ମୁଁ କ'ଣ କିଛି ଭୁଲ କହିଲି?

ଚେନ୍ନାଇ: କାବେରୀ ଜଳ ବିବାଦ ସମ୍ପର୍କରେ ତାମିଲନାଡୁରେ ଆୟୋଜିତ ଏକ ପ୍ରତିବାଦ ରାଲି ଏବେ ରାଜନୈତିକ ବୟାନବାଜି ବଦଳରେ ଅଭିନେତ୍ରୀ ତ୍ରିଶାଙ୍କ ଉପରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ଗିରଫ କରାଯାଇଛି। 

ଗିରଫ ପରେ  ଷ୍ଟାଲିନ୍ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ କ'ଣ କିଛି ଭୁଲ କହିଲି? ମୁଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାର ନାମ ନେଇନାହିଁ। ମୁଁ ଏ ବିଷୟରେ ଅଧିକ ମନ୍ତବ୍ୟ ଦେବାକୁ ଚାହୁଁନାହିଁ।" 

ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିରୋଧୀ ଦଳ ତାଙ୍କ ମନ୍ତବ୍ୟ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ଏହି ଘଟଣା ତାଞ୍ଜାଭୁରରେ ଆୟୋଜିତ କାବେରୀ ପ୍ରସଙ୍ଗରେ ଏକ ରାଲିରେ ଘଟିଥିଲା। କୁହାଯାଉଛି ଯେ ଯେତେବେଳେ ଉଦୟନିଧି ଷ୍ଟାଲିନ୍ ରାଜ୍ୟ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଟାର୍ଗେଟ କରୁଥିଲେ, ସେତେବେଳେ ଭିଡ଼ରେ ଉପସ୍ଥିତ କିଛି ଲୋକେ ଲଗାତାର ‘ତ୍ରିଶା... ତ୍ରିଶା...’ ସ୍ଲୋଗାନ ଦେବାକୁ ଲାଗିଥିଲେ। 

ବିବାଦୀୟ ମନ୍ତବ୍ୟ ପାଇଁ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ତାମିଲନାଡୁ ପୁଲିସ ମଙ୍ଗଳବାର ମାମଲା ରୁଜୁ କରିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।