Dhruv Rathi: ଶୟନକକ୍ଷରୁ ଘୋଷାଡ଼ି ନେଲେ, ଚପଲ ପିନ୍ଧିବାକୁ ଦେଲେନି: ୟୁଟ୍ୟୁବର ଧ୍ରୁବ ରାଠୀ

Oct 11, 2026 - 21:17
Dhruv Rathi: ଶୟନକକ୍ଷରୁ ଘୋଷାଡ଼ି ନେଲେ, ଚପଲ ପିନ୍ଧିବାକୁ ଦେଲେନି: ୟୁଟ୍ୟୁବର ଧ୍ରୁବ ରାଠୀ

"ଗୁରୁଗ୍ରାମ: ବିବାଦୀୟ ୟୁଟ୍ୟୁବର ଧ୍ରୁବ ରାଠୀ ତାଙ୍କୁ ଶୟନକକ୍ଷରୁ ଘୋଷାଡ଼ି ନେଇ ଅଟକ ରଖାଯାଇଥିବା ଅଭିଯୋଗ କରିଛନ୍ତି।

ଶନିବାର ସକାଳ ପ୍ରାୟ ୭ଟାରେ ହରିୟାଣାର ଗୁରୁଗ୍ରାମସ୍ଥିତ ନିଜ ଘରେ ଶୋଇଥିବା ବେଳେ ପ୍ରାୟ ୨୦ ଜଣ ଲୋକ ଘରେ ପଶି ତାଙ୍କୁ ଉଠାଇ ନେଇଥିଲେ।

ସେମାନେ ପୁଲିସ ପୋଷାକରେ ନଥିଲେ କି ପରିଚୟପତ୍ର ଦେଖାଇ ନଥିଲେ ବୋଲି ରାଠୀ କହିଛନ୍ତି।

ରବିବାର ଭୋର ପ୍ରାୟ ୩ଟାରେ ମୁକ୍ତ ହେବା ପରେ ଏକ ଭିଡିଓ ଜାରି କରି ସେ ଏହି ଅଭିଯୋଗ ଆଣିଛନ୍ତି।

ଏହା ଗିରଫଦାରି ନୁହେଁ, ବରଂ ଅପହରଣ ବୋଲି ସେ କହିଛନ୍ତି।Advertisment ଆହୁରି ପଢନ୍ତୁ: Trump: ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ତୁରନ୍ତ ଲାଗୁ ହେବ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ବନ୍ଦ ରାଠୀଙ୍କ କହିବା ଅନୁଯାୟୀ, ଘଟଣା ସମୟରେ ସେ ନିଜ ମାତାପିତାଙ୍କ ସହ ଘରେ ଥିଲେ।

ତାଙ୍କ ମାଆ କବାଟ ଖୋଲିବା ପରେ ସାଦା ପୋଷାକ ପିନ୍ଧିଥିବା ଲୋକମାନେ ତାଙ୍କୁ ଠେଲାପେଲା କରି ଘର ଭିତରକୁ ପଶିଥିଲେ।

ସେମାନେ ତାଙ୍କ ଶୟନକକ୍ଷରେ ପହଞ୍ଚିବାବେଳେ ସେ ଶୋଇଥିଲେ।

କିଛି ବୁଝିବା ପୂର୍ବରୁ ତାଙ୍କୁ ଘୋଷାଡ଼ି ନେଇ ସିଡ଼ି ଦେଇ ତଳକୁ ଆଣିଥିଲେ।

ଚପଲ ପିନ୍ଧିବାକୁ ମଧ୍ୟ ସୁଯୋଗ ଦିଆଯାଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଆହୁରି ପଢନ୍ତୁ: Metro train: ଚେନ୍ନାଇ ମେଟ୍ରୋର ୪,୯୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କଲେ ମୋଦୀ ରାଠୀ ଆହୁରି କହିଛନ୍ତି ଯେ ତାଙ୍କୁ ଗାଡ଼ିରେ ନିଆଯାଇ ପରେ ଏକ ଥାନାକୁ ନିଆଯାଇଥିଲା।

ତାଙ୍କ ମୋବାଇଲ୍‌ ଫୋନ୍‌ ସହ ମାତାପିତାଙ୍କ ଫୋନ୍‌ ମଧ୍ୟ ନିଆଯାଇଥିଲା।

ଓକିଲଙ୍କ ସହ କଥା ହେବାକୁ ସେ ଅନୁମତି ମାଗିଥିଲେ ମଧ୍ୟ ତାହା ଦିଆଯାଇ ନଥିଲା।

ପ୍ରାୟ ୨୨ରୁ ୨୩ ଘଣ୍ଟା ତାଙ୍କୁ ବସାଇ ରଖାଯାଇଥିବା ଏବଂ ଏହି ସମୟରେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ସେ ଦାବି କରିଛନ୍ତି।

ଧ୍ରୁବ ରାଠୀ ନିଜର ଭାରତୀୟ ପାସପୋର୍ଟ ଦେଖାଇ ନିଜେ ଜଣେ ଭାରତୀୟ ନାଗରିକ ବୋଲି କହିଛନ୍ତି।

ଦେଶରେ ଉନ୍ନତ ନିର୍ବାଚନ ବ୍ୟବସ୍ଥା ଓ ନିର୍ବାଚନ ଆୟୋଗର ଉତ୍ତରଦାୟିତ୍ବ ଦାବି କରିବା ତାଙ୍କର ଅଧିକାର ବୋଲି ସେ କହିଛନ୍ତି।

ଏଭଳି ଘଟଣାକୁ ସେ ଗଣତାନ୍ତ୍ରିକ ଅଧିକାରର ଉଲ୍ଲଂଘନ ବୋଲି ଅଭିହିତ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)