Dharmendra's resignation: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ସମ୍ବଲପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ ହେବ: କହ୍ନେୟା

Jun 11, 2026 - 06:29
Dharmendra's resignation: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ସମ୍ବଲପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ ହେବ: କହ୍ନେୟା

"ସମ୍ବଲପୁର: "ଧର୍ମେନ୍ଦ୍ର ପ୍ରଧାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ମାଟିକୁ ବଦନାମ କରିଛନ୍ତି।

ଏହି ସରକାରରେ ୮୦ରୁ ଅଧିକଥର ପେପର ଲିକ୍ ହୋଇଛି।

ଯେତେବେଳେ ପେପର ଲିକ୍ ହୁଏ ଦେଶର କୋଟିକୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଧ୍ବଂସ ହୋଇଯାଏ।

ଯେଉଁଠି ପ୍ରଧାନମନ୍ତ୍ରୀ ଦୁର୍ବଳ ହୁଅନ୍ତି ସେଠାରେ ପେପର ଲିକ୍ ହୁଏ।" ନିଟ୍-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ସମ୍ବଲପୁର ସହର ଧନକଉଡ଼ା ପଡ଼ିଆରେ ଆୟୋଜିତ ଛାତ୍ରଯୁବ ଆକ୍ରୋଶ ସମାବେଶରେ ଏହା କହିଛନ୍ତି ଏନ୍‌ଏସ୍‌ୟୁଆଇର ପ୍ରଭାରୀ କହ୍ନେୟା କୁମାର।

Advertisment Rayagada: ଲାଇଫ ଲାଇନରେ ଗାତ, ଫ୍ଲାଏ ଓଭର ମାନକୁ ନେଇ ଉଠିଲା ପ୍ରଶ୍ନ ସେ କହିଛନ୍ତି, ପ୍ରକୃତରେ ଏମାନେ ହିନ୍ଦୁରାଷ୍ଟ୍ର ନୁହେଁ ବରଂ ମୂର୍ଖଙ୍କ ରାଷ୍ଟ୍ର କରିବାକୁ ଚାହାନ୍ତି।

ପରୀକ୍ଷାରେ ଚର୍ଚ୍ଚା କରୁଥିବା ପ୍ରଧାନମନ୍ତ୍ରୀ ପେପର ଲିକ୍ ଉପରେ ଚର୍ଚ୍ଚା କରିପାରୁ ନାହାନ୍ତି।

ଏମାନଙ୍କୁ ପରୀକ୍ଷା ପରିଚାଳନା ପାଇଁ ଏୟାରଫୋର୍ସର ଆବଶ୍ୟକତା ପଡ଼ୁଛି।

ଆଜି ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥଙ୍କ ଦରବାରକୁ ଲୋକଙ୍କ ପାଇଁ ଯାଇନଥିଲେ।

ନିଜ ଚୌକି ବଞ୍ଚାଇବା ପାଇଁ ଯାଇଥିଲେ।

ଏମାନେ ପେପର ଲିକ୍‌କରି ଛାତ୍ରଛାତ୍ରୀଙ୍କ ଆଖିତାଡ଼ି ବିକଶିତ ଭାରତର ସ୍ବପ୍ନ ବିକ୍ରି କରୁଛନ୍ତି।

ଛାତ୍ରଯୁବ ଆକ୍ରୋଶ ସମାବେଶ ଚଳିତ ବର୍ଷ ବ୍ୟୁଟିପାର୍ଲରରେ ଲିକ୍ ପେପର ମିଳୁଥିଲା।

ହ୍ବାଟ୍‌ସଆପ୍‌ ଓ ଟେଲିଗ୍ରାମ୍‌ରେ ଭାଇରାଲ୍‌ ହେଉଥିବା ବେଳେ ସରକାର ସମ୍ପୂର୍ଣ୍ଣ ନୁହେଁ ବରଂ ଅଳ୍ପ ପେପର ଲିକ୍‌ ହୋଇଥିବା କହିବାଠାରୁ ଦୁର୍ଭାଗ୍ୟଜନକ କିଛି ନାହିଁ ବୋଲି କହ୍ନେୟା କହିଥିଲେ।

ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ଜାତୀୟ ସଭାପତି ବିନୋଦ ଝାଖଡ଼ କହିଛନ୍ତି, ପେପର ଲିକ୍ ଯୋଗୁଁ ଯେତେ ସଂଖ୍ୟାରେ ବିଦ୍ୟାର୍ଥୀଙ୍କ ମୃତ୍ୟୁ ହୋଇଛି ଏହାର ଉତ୍ତରଦାୟିତ୍ବ କାହାର ସେ ନେଇ ସରକାର ଜବାବ ଦେବା ଉଚିତ।

ସରକାରଙ୍କ ସଂରକ୍ଷଣ ନ ମିଳିଲେ କୌଣସି ବ୍ୟକ୍ତି ପେପର ଲିକ୍ କରିପାରିବେ ନାହିଁ।

ଯେତେ ଦିନ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ଗାଦି ଛାଡ଼ିବେ ନାହିଁ ସମ୍ବଲପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।

Raja Festival Sports: ରଜରେ କବାଡ଼ି, ଟଗ୍‌ ଅଫ୍‌ ୱାର୍‌ ରୋମାଞ୍ଚ; ପ୍ରଥମ ଥର ଖେଳିବେ ରାଜ୍ୟ ବାହାର ଦଳ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଦାସ ପେପର ଲିକ୍ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଯଥାଶୀଘ୍ର ଇସ୍ତଫା ନ ଦେଲେ ରାଜ୍ୟ ଏବଂ ସମ୍ବଲପୁରର ମର୍ଯ୍ୟାଦା ରହିବ ନାହିଁ ବୋଲି କହିଥିଲେ।

କାର୍ଯ୍ୟକ୍ରମକୁ କଂଗ୍ରେସ ଗଣମାଧ୍ୟମ ବିଭାଗ ସଭାପତି ଅରବିନ୍ଦ ଦାସ ପରିଚାଳନା କରିଥିଲେ।

ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ଦେବଗଡ଼ ସମେତ ଅନେକ ଜିଲ୍ଲାର କଂଗ୍ରେସ ନେତାଙ୍କୁ ସମାବେଶରେ ସାମିଲ କରାଇ ନଦେବା ପାଇଁ ଗିରଫଦାରୀ କରାଯାଇଥିଲା।

ଅପରାହ୍ଣ ପ୍ରାୟ ୪.୩୦ରେ କଡ଼ା ପୁଲିସ ସୁରକ୍ଷା ବଳୟରେ କହ୍ନେୟା କୁମାର ସମ୍ବଲପୁର ପହଞ୍ଚିବା ପରେ ରାଲିର ଆୟୋଜନ ହୋଇଥିଲା।

ଅଇଁଠାପାଲିରୁ ରାଲି ଆରମ୍ଭ ହୋଇ ଧନକଉଡ଼ା ପର୍ଯ୍ୟନ୍ତ ପହଞ୍ଚିଥିଲା।

କଳା ବେଲୁନ୍‌ ଛାଡ଼ି ରାଲିର ଆରମ୍ଭ ହୋଇଥିଲା।

ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।