DharmendraPradhan: ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିୟର: ଏବିଭିପି କର୍ମୀରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ
"ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଦେଶରେ ବ୍ୟାପକ ଛାତ୍ର ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ପ୍ରଦାନ କରିଛନ୍ତି।
ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ୧୯୯୮ରେ ବିଜେପିରେ ଯୋଗ ଦେବାପୂର୍ବରୁ କଲେଜ ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମୀ ଭାବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।
ପରବର୍ତ୍ତୀ ଦଶନ୍ଧିରେ ସେ ସଙ୍ଗଠନର ବହୁ ପଦପଦବୀରେ ରହିଥିଲେ।
୧୯୯୩ ମସିହାରେ ଏବିଭିପିର ରାଜ୍ୟ ସମ୍ପାଦକ ଓ ୧୯୯୫ ମସିହାରେ ଜାତୀୟ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।
Advertisment ଲୋକସଭା ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଭାବରେ ବିଭିନ୍ନ ବିଭାଗ ସମ୍ଭାଳି ଥିଲେ।
ଜୁଲାଇ ୨୦୨୧ ରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ ଓ ଦକ୍ଷତା ବିକାଶ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି।
ପ୍ରଧାନ ଓଡ଼ିଶାରେ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିଥିଲେ ଓ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ।
ପ୍ରଧାନଙ୍କୁ ଓଡ଼ିଶା ବିଧାନସଭାର ସର୍ବୋତ୍ତମ ବିଧାୟକ ପୁରସ୍କାର "ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନ" ମଧ୍ୟ ପ୍ରଦାନ କରାଯାଇଥିଲା।
୨୦୦୧ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ବିଜେପି ଯୁବଶାଖାର ଅଧ୍ୟକ୍ଷ ଓ ୨୦୦୨ ମସିହାରେ ବିଜେପି ଜାତୀୟ ସମ୍ପାଦକ ପଦବୀରେ ରହିଥିଲେ।
୨୦୦୪ରେ ଚତୁର୍ଦ୍ଦଶ ଲୋକସଭାକୁ ସେ ନିର୍ବାଚିତ ହୋଇଥିଲେ।
ଆହୁରି ପଢନ୍ତୁ: Molestation: ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକଙ୍କୁ ଜୋତାମାଳ ପିନ୍ଧାଇ କ୍ୟାମ୍ପସରେ ବୁଲାଇଲେ ଛାତ୍ରଛାତ୍ରୀ, ଅଭିଯୁକ୍ତ ଗିରଫ ସେହିବର୍ଷ ତାଙ୍କୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜାତୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା।
ସାଂସଦ ଭାବେ ପ୍ରଧାନ ଅନେକ କମିଟି ଓ ସଂସଦୀୟ ଅନୁଷ୍ଠାନରେ କାର୍ଯ୍ୟ କରିଥିଲେ।
୨୦୦୪ ମସିହାରେ ଲୋକସଭାକୁ ପ୍ରବେଶ କରିବା ପରେ ସେ ପିଟିସନ୍ କମିଟି ଓ ଶକ୍ତି କମିଟିର ସଦସ୍ୟ ଥିଲେ।
ଅଗଷ୍ଟ ୨୦୦୭ ପରେ ଶକ୍ତି ସ୍ଥାୟୀ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ।
୨୦୧୨ ରୁ ୨୦୧୪ ମଧ୍ୟରେ ସେ ସରକାରୀ ପ୍ରତିଶ୍ରୁତି କମିଟିର ସଦସ୍ୟ ଥିଲେ।
ସେ ମେ ୨୦୧୨ ରୁ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ଟେଲିକମ୍ ଲାଇସେନ୍ସ ଏବଂ ସ୍ପେକ୍ଟ୍ରମର ଆବଣ୍ଟନ ଓ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକର ଯାଞ୍ଚ କରୁଥିବା ଯୁଗ୍ମ ସଂସଦୀୟ କମିଟିରେ ମଧ୍ୟ କାର୍ଯ୍ୟ କରିଥିଲେ।
ସେ ଏପ୍ରିଲ ୨୦୧୨ ରୁ ୨୦୧୮ ପର୍ଯ୍ୟନ୍ତ ସଂସଦର ସଦସ୍ୟ ରହିଥିଲେ ଓ ଜୁନ ୨୦୨୪ ରେ ୧୮ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଧର୍ମେନ୍ଦ୍ର ପ୍ରଧାନ ଏନ୍ଡିଏ ନେତୃତ୍ବାଧୀନ କେନ୍ଦ୍ର ସରକାରରେ ବଡ଼ ବଡ଼ ମନ୍ତ୍ରଣାଳୟ ଦାୟିତ୍ବରେ ରହିଥିଲେ।
ସେପ୍ଟେମ୍ବର ୨୦୧୭ରେ ସେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ହୋଇଥିଲେ।
ମେ ୨୦୧୯ରୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ପଦବୀରେ ରହିଥିଲେ। ୭ ଜୁଲାଇ, ୨୦୨୧ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ପ୍ରମୁଖ ମୋଡ଼ ଥିଲା।
ଜୁନ୍ ୨୦୨୪ ନିର୍ବାଚନ ପରେ ଅଷ୍ଟାଦଶ (୧୭ତମ) ଲୋକସଭାରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ପଦରେ ରହିଥିଲେ।
ଆହୁରି ପଢନ୍ତୁ: UnitedNations : ଭାରତର ଛାତ୍ର ପ୍ରତିବାଦରେ ଜାତିସଂଘର ଏଣ୍ଟ୍ରି!: ଶାନ୍ତିପୂର୍ଣ୍ଣ ପ୍ରତିବାଦ ସମସ୍ତଙ୍କର ଅଧିକାର ଧର୍ମେନ୍ଦ୍ର ପ୍ରଧାନ ୧୯୬୯ ମସିହା ଜୁନ୍ ୨୬ ତାରିଖରେ ଓଡ଼ିଶାର ତାଳଚେରରେ ଜନ୍ମଗ୍ରହଣ କରିଥିଲେ।
ସେ ଦେବେନ୍ଦ୍ର ପ୍ରଧାନ ଓ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ପୁତ୍ର।
ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆନ୍ଥ୍ରୋପଲଜିରେ ସ୍ନାତକୋତ୍ତର କରିଥିଲେ।
୧୯୯୮ରେ ସେ ମୃଦୁଲା ଠାକୁର ପ୍ରଧାନଙ୍କୁ ବିବାହ କରିଥିଲେ।
ଦମ୍ପତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।