Dhanteras: ଧନତେରସ୍‌ରେ ଧୁମ୍ ସୁନା କିଣିଲେ: ୩୦୦ କୋଟିରୁ ଅଧିକ ବେପାର, ୨ କ୍ବିଣ୍ଟାଲରୁ ଅଧିକ ସୁନା ବିକ୍ରି

Nov 07, 2026 - 06:25
Dhanteras: ଧନତେରସ୍‌ରେ ଧୁମ୍ ସୁନା କିଣିଲେ: ୩୦୦ କୋଟିରୁ ଅଧିକ ବେପାର, ୨ କ୍ବିଣ୍ଟାଲରୁ ଅଧିକ ସୁନା ବିକ୍ରି

ଭୁବନେଶ୍ବର: ସୋରୁମ୍‌ରେ ଖଚାଖଚ୍‌ ଭିଡ଼।

ଯେତିକି ଗ୍ରାହକ ଅଳଙ୍କାର ପରଖୁଥିଲେ, ତାଠାରୁ ଅଧିକ ଦେଖିବାକୁ ଅପେକ୍ଷା କରିଥିଲେ।

ଅଧିକାଂଶ ଅଳଙ୍କାର ସୋରୁମ୍‌ରେ ଶୁକ୍ରବାର ଏଭଳି ଗହଳି ଥିଲା।

ସୁନା ଦର ଚଳିତବର୍ଷ ଅନ୍ୟତମ ନିମ୍ନସ୍ତରକୁ ଖସିବା ଓ ସୋରୁମଗୁଡ଼ିକର ଆକର୍ଷଣୀୟ ଅଫର ଗ୍ରାହକମାନଙ୍କୁ ଦୋକାନକୁ ଟାଣି ଆଣିଥିଲା।

ଚଳିତ ବର୍ଷ ଧନତେରସ୍‌ରେ ସୁନା ଦୋକାନଗୁଡ଼ିକରେ ହୋଇଥିବା ଭିଡ଼ ଗତ କିଛି ବର୍ଷ ମଧ୍ୟରେ ଥିଲା ସର୍ବାଧିକ।

ବଜାର ସୂଚନା ଅନୁସାରେ, ଆଜି ସାରା ରାଜ୍ୟରେ ୩୦୦ କୋଟି ଟଙ୍କାରୁ ଅଧିକ ସୁନା ବିକ୍ରି ହୋଇଥିଲା।

ଓଜନ ହିସାବରେ ତାହା ୨.୨୮ କ୍ବିଣ୍ଟାଲରୁ ଅଧିକ।

ଗତବର୍ଷ ତୁଳନାରେ ବିକ୍ରି ୨୦%ରୁ ଅଧିକ ବଢ଼ିଛି ଓ ‌ସୋରୁମ୍‌ରେ ଗ୍ରାହକ ଭିଡ଼ ପ୍ରାୟ ୨୫% ବୃଦ୍ଧି ପାଇଥିବା ଅଳଙ୍କାର ବ୍ୟବସାୟୀମାନେ କହିଛନ୍ତି।

ସର୍ବାଧିକ ସୁନା ଭୁବନେଶ୍ବରରେ ବିକ୍ରି ‌ହୋଇଥିବା ବେଳେ ରାଉରକେଲା, ଅନୁଗୋଳ, ବ୍ରହ୍ମପୁର, ସମ୍ବଲପୁର ଭଳି ସହରରେ ମଧ୍ୟ ଅଧିକ ପରିମାଣର ସୁନା ବିକ୍ରି ହୋଇଛି।

Advertisment Kalinga Ghati: ୪୫ଦିନ ବିତିଗଲା, ଖୋଲି ପାରିଲାନି କଳିଙ୍ଗା ଘାଟିର ରାସ୍ତା ଗତବର୍ଷ ତୁଳନାରେ ଭିଡ଼ ୨୫% ଅଧିକ ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ୨୩୫୦ ଟଙ୍କା ହ୍ରାସ ପାଇ ୧,୩୧,୫୦୦ ଟଙ୍କାକୁ ଖସିଆସିଥିଲା।

ଦୁଇଦିନରେ ୬ ହଜାର ଟଙ୍କା ବୃଦ୍ଧି ପରେ ଧନତେରସ୍‌ ଦିନ ହଠାତ୍‌ ବଡ଼ଧରଣର ହ୍ରାସ ଗ୍ରାହକଙ୍କୁ କିଣାକିଣି କରିବାକୁ ଉତ୍ସାହିତ କରିଥିଲା।

ଆଜିର କାରବାର ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ଚିଫ୍‌ ସେଲ୍‌ସ ଅଫିସର ଇନ୍ଦ୍ରନୀଲ ଚୌଧୁରୀ କହିଛନ୍ତି, ଗ୍ରାହକଙ୍କ ଭିଡ଼ ବେଶ୍‌ ଉତ୍ସାହଜନକ ରହିଛି।

ଗ୍ରାହକମାନେ ହାଲୁକା ଗହଣା ଅଧିକ ପସନ୍ଦ କରୁଛନ୍ତି।

ଜୟଆଲୁକ୍କାସର ରୁପାଲି ଛକ ଷ୍ଟୋର୍‌ର ପ୍ରବନ୍ଧକ ସୁଭାଷ ଏମ୍‌ କହିଛନ୍ତି, ଏଥର ଏହି ଭିଡ଼ ଗତବର୍ଷ ତୁଳନାରେ ଯଥେଷ୍ଟ ଅଧିକ।

Blue Tsunami: ଆମେରିକା ରାଜନୀତିରେ କୁହାଯାଉଥିବା 'ନୀଳ ସୁନାମି' କଣ ଜାଣିଛନ୍ତି କି?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)