DGP Anurag Dhankar Found Dead: ଜୀବନ ହାରିଲେ ଡିଜିପି! ଅଫିସ କ୍ୟାବିନ ଭିତରୁ ମିଳିଲା ମୃତଦେହ

Jul 20, 2026 - 13:50
DGP Anurag Dhankar Found Dead: ଜୀବନ ହାରିଲେ ଡିଜିପି! ଅଫିସ କ୍ୟାବିନ ଭିତରୁ ମିଳିଲା ମୃତଦେହ

ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତଥା ୧୯୯୪ ବ୍ୟାଚ୍‌ର ଆଇପିଏସ ଅଧିକାରୀ ଅନୁରାଗ ଧନକାରଙ୍କର ପୋଲିସ ମୁଖ୍ୟାଳୟରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ପୋଲିସ ମୁଖ୍ୟାଳୟରେ ଥିବା ତାଙ୍କ ଅଫିସ କ୍ୟାବିନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। 

ତାଙ୍କୁ ତୁରନ୍ତ ଅଗରତାଲାର ଗୋବିନ୍ଦ ବଲ୍ଲଭ ପନ୍ତ (GBP) ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଥମେ ଏହି ଘଟଣା ଆତ୍ମହତ୍ୟା ସହିତ ଜଡିତ ବୋଲି କୁହାଯାଉଛି, ଯଦିଓ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୁଖ୍ୟାଳୟ ପରିସରକୁ ଘେରାଉ କରି ତଦନ୍ତ ଆରମ୍ଭ କରାଯାଇଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପୋଷ୍ଟମର୍ଟମ ରିପୋର୍ଟ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ବିସ୍ତୃତ ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। ଅଧିକ ସୂଚନା ଅପେକ୍ଷା କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।