Devotees Throng Alarnath Temple: ଅଲାରନାଥରେ ଅନବସର ଦର୍ଶନ, ଛୁଟୁଛି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ
ସ୍ନାନବେଦିରେ ଅତ୍ୟଧିକ ସ୍ନାନ ହେତୁ ଆଜିଠୁ ଜ୍ବରରେ ପଡ଼ିବେ ଜଗତ ଠାକୁର। ଶ୍ରୀମନ୍ଦିରରେ ଚାଲିବ ଗୁପ୍ତ ଉପଚାର। ୧୫ ଦିନ ଯାଏଁ ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି। ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ। ତାଟ ସମ୍ମୁଖରେ ପଟିଦିଅଁ ପୂଜା ପାଉଛନ୍ତି। ସେପଟେ ଆଜି ଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଆରମ୍ଭ ହୋଇଛି ଅନବସର ଦର୍ଶନ।
ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ। ୧୫ ଦିନ ପାଇଁ ବ୍ରହ୍ମଗିରି ପାଲଟିବ ଅନ୍ୟ ଏକ ଶ୍ରୀକ୍ଷେତ୍ର। ପୁରୀରେ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ଭକ୍ତଙ୍କୁ ଅଲାରନାଥଙ୍କ ରୂପରେ ଦର୍ଶନ ଦେବେ ପ୍ରଭୁ ଜଗନ୍ନାଥ। ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ଆଗମନକୁ ଲକ୍ଷ ରଖି ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।